Advertisment

ଇଲେକ୍ଟ୍ରି ବାଇକ ଚାର୍ଜିଂ ବେଳେ ବିସ୍ଫୋରଣ; ଜଳିଗଲା ୯୦ ବାଇକ ଓ ୩ ଦୋକାନ

ଆନ୍ଧ୍ର ଶ୍ରୀକାକୁଲମ କାଶୀବୁଗା ସହରରେ ଘଟିଛି ଅଘଟଣ । ଚାର୍ଜିଂ ବେଳେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ପାଖରେ ଥିବା ଦୋକାନ ବାଡିକୁ ବି ବ୍ୟାପିଲା ନିଆଁ । ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ ।

ଅଦ୍ୟତନ ହୋଇଛି
Electric Vehicle Explosion In Andhra Pradesh

Electric Vehicle Explosion

Advertisment

ଇଲେକ୍ଟ୍ରି ବାଇକ ଚାର୍ଜିଂ ବେଳେ ଭୟଙ୍କର ବିସ୍ଫୋରଣ ।  ଜଳିଗଲା ୯୦ ବାଇକ ଓ ୩ ଦୋକାନ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର କାଶୀବୁଗା ସହରରେ ଘଟିଛି ଏହି ଅଘଟଣ । ବାଇକ ଚାର୍ଜିଂ ବେଳେ ହଠାତ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିବା ଜଣାପଡ଼ିଛି। 

Advertisment

ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ, ସଙ୍ଗେ ସଙ୍ଗେ ପାଖରେ ଥିବା ଗାଡି ଗୁଡିକୁ ବ୍ୟାପି ଯାଇଥିଲା। ଏପରକି ପାଖରେ ଥିବା ବ୍ୟାଟେରୀ ଦୋକାନ, ହାର୍ଡୱେର ଓ ପେଣ୍ଟିଂ ଦୋକାନକୁ ନିଆଁ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । 

ଏହି ଦୁର୍ଘଟଣାରେ ମୋଟ ୯୦ଟି ବାଇକ୍ ସଂପୂର୍ଣ୍ଣ ରୂପେ ଜଳି ଯାଇଥିବା ବେଳେ ଅନ୍ୟ ୩ ଟି ଦୋକାନ ମଧ୍ୟ ସଂପୂର୍ଣ୍ଣ ରୂପେ ଜଳିଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଏହି ଦୁର୍ଘଟଣା ପରେ ଇଲେକ୍ଟ୍ରିକ ବାଇକର ବ୍ୟବହାର ଉପରେ ଜନସାଧାରଣ ମଧ୍ୟରେ ଦ୍ୱନ୍ଦ ଦେଖାଦେଇଛି।

Advertisment

ଲୋକଙ୍କ ମନରେ ପ୍ରଶ୍ନ ଯେ ଏହି ବାଇକ୍ କେତେ ସୁରକ୍ଷିତ। ବର୍ତ୍ତମାନ ସାରା ଆନ୍ଧ୍ରପ୍ରଦେଶରେ ଅସହ୍ୟ ଗରମ ଅନୁଭବ ହେଉଥିବା ଯୋଗୁଁ ଖରାଦିନରେ ଏହି ବାଇକ୍ ବ୍ୟବହାର କରୁଥିବା ଲୋକ କେତେ ଦୂର ସୁରକ୍ଷିତ ରହିବେ, ତାକୁ ନେଇ ସନ୍ଦେହ ଉପୁଜିଛି।

(ରିପୋର୍ଟ - ଯଶୋବନ୍ତ ପାଢ଼ୀ)

Electric Vehicle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ