Advertisment

ପ୍ରକାଶ ପାଇଲା ବିଜ୍ଞପ୍ତି; ୩ରେ ରାଜ୍ୟସଭା ଉପନିର୍ବାଚନ, କିଏ ଯିବେ ?

ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ।

ଅଦ୍ୟତନ ହୋଇଛି
 Rajya sabha Bye Election 2024 Dates

Rajya sabha

Advertisment

ଓଡ଼ିଶା ସମେତ ୯ ରାଜ୍ୟରେ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା। ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଭୋଟ ନିଆଯିବ। ଏଥିପାଇଁ ଆସନ୍ତା ୧୪ ତାରିଖରେ ବିଜ୍ଞପ୍ତି ଜାରି ହେବ। ନାମାଙ୍କନର ଶେଷ ତାରିଖ ରହିଛି ୨୧ ଅଗଷ୍ଟ। ୨୨ ତାରିଖ ନାମାଙ୍କନ ଯାଞ୍ଚ ହେବ। ଓଡ଼ିଶା ପାଇଁ ନାମାଙ୍କନ ପ୍ରତ୍ୟାହରର ଶେଷ ତାରିଖ ରହିଛି ଅଗଷ୍ଟ ୨୭ ତାରିଖ। ମମତା ମହାନ୍ତଙ୍କ ଇସ୍ତଫା ପରେ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ହେବ। 

Advertisment

ତେବେ ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା । ଏହାରି ଭିତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚା ଭିତରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ, ଯାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ସେ ଅନୁସାରେ କାର୍ଯ୍ୟ ହେବ । ଗଣମାଧ୍ୟମ ଚର୍ଚ୍ଚା କୌଣସି ଗୁରୁତ୍ବ ରଖେନି । MLA କ୍ୟାଣ୍ଡେଟ୍, MP କ୍ୟାଣ୍ଡେଟ୍, ରାଜ୍ୟସଭା ହେଉ କି ଲୋକସଭା ସବୁକିଛି ଦିଲ୍ଲୀରେ ସଂସଦୀୟ ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି ।

ମନମୋହନ ସାମଲଙ୍କ ସହ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଗତ ନିର୍ବାଚନରେ ଟିକେଟ ପାଇନଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ନାଁ କୁ ନେଇ ବି ଚର୍ଚ୍ଚା ହେଉଛି। 

Advertisment

ଏହା ବାଦ ଦଳ ସରପ୍ରାଇଜ କାର୍ଡ ବି ଖେଳିପାରେ। ଏପରିକି ନିଜେ ମମତା ବି ବିଜେପିରୁ ରିପିଟ୍ ହୋଇପାରନ୍ତି। ତେବେ କାହା ନାଁ ରେ କେନ୍ଦ୍ରୀୟ କମିଟି ମୋହର ମାରୁଛି ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Advertisment

Rajya Sabha Rajya Sabha Member Rajya Sabha Election Odisha Rajya Sabha Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ