Advertisment

ବାଜିଲା ଗୁଜରାଟ ବିଗୁଲ୍‌: ଡିସେମ୍ବର ୧ ଓ ୫ରେ ଭୋଟ୍‌ ଗ୍ରହଣ

ବାଜିଲା ଗୁଜରାଟ ବିଗୁଲ୍‌। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରେସ୍‌ମିଟ୍‌ରେ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Gujarat Assembly Election 2022

Election Commission Announces Gujarat Poll Dates

Advertisment

ବାଜିଲା ଗୁଜରାଟ ବିଗୁଲ୍‌। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରେସ୍‌ମିଟ୍‌ରେ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ଡିସେମ୍ବର ୧ ଓ ୫ ତାରିଖରେ ଭୋଟ୍‌ ଗ୍ରହଣ ହେବ। ୨ଟି ପର୍ଯ୍ୟାୟରେ ଏହି ମତଦାନ ହେବ। ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ଡିସେମ୍ବର ୫ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ।

Advertisment

ସେହିପରି ଡିସେମ୍ବର ୮ରେ ଫଳାଫଳ ପ୍ରକାଶ ପାଇବ। ବିଧାନସଭାର ମୋଟ୍‌ ୧୮୨ ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ୩୩ ଜିଲ୍ଲାର ୪ କୋଟି ୯୦ ଲକ୍ଷ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।

Gujarat Assembly Election 2022Gujarat Assembly Election 2022

୧୯୬୦ରେ ମହାରାଷ୍ଟ୍ରରୁ ଅଲଗା ହୋଇ ଗୁଜୁରାଟ ସୃଷ୍ଟି ହେବା ପରେ ପ୍ରଥମ ଥର ପାଇଁ ୧୯୯୨ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ଦୀର୍ଘ ଦିନ ଧରି ରାଜ୍ୟରେ କ୍ଷମତାରେ ରହିଲା, କିନ୍ତୁ ୧୯୯୫ରେ ବିଜେପିର ପଲ୍ଲା ଭାରି ହୋଇଯାଇଥିଲା। ଗୁଜରାଟ ଅକ୍ତିଆର କଲା ​​ବିଜେପି। ଗତ ନିର୍ବାଚନରେ ତଥା ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସର ସହ ​​ବିଜେପିର କାଣ୍ଟେ କି ଟକ୍କର ହୋଇଥିଲା। ତଥାପି ନିଜର ଗଡ଼ ବଜାୟ ରଖିବାରେ ସଫଳ ହୋଇପାରିଥିଲା ବିଜେପି।

Advertisment

ଗୁଜରାଟରେ ୧୯୯୫ରୁ ହିଁ ବିଜେପି କ୍ଷମତାରେ ରହିଛି। କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ବେଳେ ଏଥରର ନୂଆ ଖେଳାଳି ହେଉଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ ଓ ତାଙ୍କର ଆମ୍ ଆଦମୀ ପାର୍ଟି। ଗୁଜରାଟରେ ନିର୍ବାଚନୀ ରାଜନୀତି ଏଥର ଆରମ୍ଭ କରିବାକୁ ଯାଉଛି ଆପ୍। ସେପଟେ ହିମାଚଳ ପ୍ରଦେଶରେ ଚଳିତ ମାସ ୧୨ ତାରିଖରେ ହେବ ବିଧାନସଭା ନିର୍ବାଚନ। ତେଣୁ ଏହି ଦୁଇ ରାଜ୍ୟର ରାଜନୀତି ଏବେ ସରଗରମ।

Gujarat Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ