Advertisment

ହାତରେ ଲୋଟା ଧରି ଦୌଡ଼ିଲେ ବୟସ୍କା ମହିଳା, ଜୋରଦାର ହେଲା ରେସ୍‌

୫୦ରୁ ୬୦ ବର୍ଷ ବୟସର ମହିଳାମାନେ ‘ଲୋଟା ଦୌଡ଼’ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏମାନେ ୫୦ ମିଟର ପର୍ଯ୍ୟନ୍ତ ଲୋଟା ଧରି ଦୌଡ଼ିବା ପରେ ୱିନିଙ୍ଗ ପଏଣ୍ଟରେ ପାଣିରେ ଭର୍ତ୍ତି ଲୋଟାକୁ ଫୋପାଡ଼ି ଦେଇଥିଲେ।

Lota Race

Lota Race

Advertisment

ଭୋପାଳ: ବାହାରେ ମଳତ୍ୟାଗ ନ କରିବାକୁ ମଧ୍ୟପ୍ରଦେଶ ଭୋପାଳରେ ନିଆରା ସଚେତନତା ଅଭିଯାନ। ମହିଳାମାନଙ୍କୁ ନେଇ ‘ଲୋଟା ଦୌଡ଼’ ଆୟୋଜନ କରାଯାଇଛି। ଏଥିରେ ୧୮ରୁ ଅଧିକ ବୟସ୍କା ମହିଳା ସାମିଲ ହୋଇଥିଲେ। 

Advertisment

ଘରେ ଶୌଚାଳୟ ଥିଲେ ମଧ୍ୟ କିଛି ଲୋକ ବାହାରେ ମଳତ୍ୟାଗ କରୁଥିବା ନଜରକୁ ଆସିଥିଲା। ଏହାପରେ ଭୋପାଳ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ‘ଲୋଟା ଦୌଡ଼’  ଆୟୋଜନ କରାଯାଇଥିଲା। ଏଥିରେ ମହିଳାମାନେ ଲୋଟା ଧରି ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ରାଧା ପ୍ରଜାପତି ନାମକ ଜଣେ ମହିଳା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ମଞ୍ଜୁ ଏବଂ ଅର୍ପିତା ପ୍ରଜାପତି ରହିଥିଲେ। ଏମାନଙ୍କୁ ସେମାନଙ୍କର ବୋହୂମାନେ ଫୁଲ ମାଳା ଓ ମେଡାଲ୍‌ ପିନ୍ଧାଇ ଥିଲେ। 

Advertisment

୫୦ରୁ ୬୦ ବର୍ଷ ବୟସର ମହିଳାମାନେ ‘ଲୋଟା ଦୌଡ଼’ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏମାନେ ୫୦ ମିଟର ପର୍ଯ୍ୟନ୍ତ ଲୋଟା ଧରି ଦୌଡ଼ିବା ପରେ ୱିନିଙ୍ଗ ପଏଣ୍ଟରେ ପାଣିରେ ଭର୍ତ୍ତି ଲୋଟାକୁ ଫୋପାଡ଼ି ଦେଇଥିଲେ। ଏହା ମାଧ୍ୟମରେ ସେମାନେ ବାର୍ତ୍ତା ଦେଇଥିଲେ ଯେ, କେବେବି ବାହାରେ ମଳତ୍ୟାଗ କରନ୍ତୁ ନାହିଁ। ଘରେ ଶୌଚାଳୟ ବ୍ୟବହାର କରନ୍ତୁ। 

Bhopal Lota Race
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ