Advertisment

'ଶୋଲେ' ଫିଲ୍ମର ଫେମସ୍‌ ଗୀତ ଗାଇ ମୋଦିଙ୍କୁ ସ୍ୱାଗତ କଲେ ଇଜିପ୍ଟ ତରୁଣୀ

ମୋଦିଙ୍କ ୨ ଦିନିଆ ଇଜିପ୍ଟ ଗସ୍ତରେ ମୁଖ୍ୟ ଆକର୍ଷଣ ରହିଥିଲା ପ୍ରବାସୀ ଭାରତୀୟଙ୍କ ଭବ୍ୟ ସ୍ୱାଗତ ।

ଅଦ୍ୟତନ ହୋଇଛି
PM Modi Egypt Visit

PM Modi Egypt Visit

Advertisment

ଦୁଇଦିନିଆ ଇଜିପ୍ଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ରାତିରେ ଇଜିପ୍ଟର ପ୍ରଧାନମନ୍ତ୍ରୀ ମୋସ୍ତାଫା ମଦବୌଲିଙ୍କ ସହିତ ମୋଦିଙ୍କ ବୈଠକ ହୋଇଛି। ଆଜି ଇଜିପ୍ଟ ରାଷ୍ଟ୍ରପତି ଅବଦେଲ୍ ଫତା ଏଲ୍ -ସିସିଙ୍କୁ ସାକ୍ଷାତ କରିବେ ମୋଦି। ଗତକାଲି ରାଜଧାନୀ କାଇରୋ ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ମୋଦି ସେଠାରେ ଉପସ୍ଥିତ ଭାରତୀୟ ସମୁଦାୟଙ୍କ ସହ ଭାବ ବିନିମୟ କରିଥିଲେ। ଇଜିପ୍ଟକୁ ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଗସ୍ତ। ରାଷ୍ଟ୍ରପତି ଅବଦେଲ୍ ଫତା ଏଲ୍ -ସିସିଙ୍କ ଆମନ୍ତ୍ରଣକ୍ରମେ ସେ ଇଜିପ୍ଟ ଗସ୍ତରେ ଯାଇଛନ୍ତି।

Advertisment

ମୋଦିଙ୍କ ୨ ଦିନିଆ ଇଜିପ୍ଟ ଗସ୍ତରେ ମୁଖ୍ୟ ଆକର୍ଷଣ ରହିଥିଲା ପ୍ରବାସୀ ଭାରତୀୟଙ୍କ ଭବ୍ୟ ସ୍ୱାଗତ । କାଏରୋ ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶାଢ଼ି ପିନ୍ଧିଥିବା ଜଣେ ଇଜିପ୍ଟ ତରୁଣୀ ଅମିତାଭ ଓ ଧର୍ମେନ୍ଦ୍ରଙ୍କ ଉପରେ ଅଭିନିତ ‘‌ଶୋଲେ’ ଫିଲ୍ମର ପ୍ରସିଦ୍ଧ ଗୀତ ‘ୟେ ଦୋସ୍ତି ହମ୍‌ ନହିଁ ତୋଡ଼େଙ୍ଗେ’ ଗାଇ ସ୍ବାଗତ କରିଥିଲେ । ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଗୀତ ଶୁଣି ତାଙ୍କ ବେଶ୍‌ ପ୍ରଶଂସା କରିଥିଲେ ।

Advertisment

ଗୀତଟିକୁ ଅତି ସୁନ୍ଦର ଭାବେ ଗାଇଥିବା ତରୁଣୀ ଜଣକ ଅତି ସ୍ୱଳ୍ପ ହିନ୍ଦୀ ଭାଷା ଜାଣନ୍ତି ଏବଂ କ‌େବେ ଭାରତ ଯାଇନାହାନ୍ତି ବୋଲି କହିବାରୁ ପ୍ରଧାନମନ୍ତ୍ରୀ ମୋଦି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗୀତ ଶୁଣି ମନ୍ତ୍ରମୁଗ୍ଧ ହୋଇ ମୋଦି କହିଥିଲେ ଯେ କେହି ଜାଣିପାରିବେନି ତୁମେ ମିଶର୍‌ର ଝିଅ କି, ଭାରତର ଝିଅ।

ଜେନା ନାମ୍ନୀ ସେ ଇଜିପ୍ଟର ତରୁଣୀ କହିଛନ୍ତି, ‘ଆଗରୁ ମୁଁ କେବେ ଭାରତକୁ ଯାଇନାହିଁ । ମୁଁ ୬ ବର୍ଷ ବୟସରୁ ଗୋଟାଏ ଭାରତୀୟ ଗୀତ ଗାଇଆସୁଛି। ସେ ଗୀତ ଗାଇବା ୧୧ କି ୧୨ ବର୍ଷ ହେବ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ବହୁତ ଖୁସି ଲାଗୁଛି । ସେ ଆମକୁ କହିଲେ ଯେ, ଆମେ ଭାରତୀୟଙ୍କ ପରି ଦିଶୁଛୁ, କିଛି ଫରକ ଜଣାପଡୁନାହିଁ’ ।

Advertisment
PM Narendra Modi Egypt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ