Advertisment

କାଲିଠୁ ୫୦ ପ୍ରତିଶତ କ୍ଷମତାରେ ଖୋଲିବ ଅଡିଟୋରିୟମ

ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି। ତେଣୁ ଆଜି ଦିଲ୍ଲୀ ସରକାର ଅନଲକ୍‌-୭ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ତେବେ ନୂଆ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ଅର୍ଥାତ୍‌ ସୋମବାରଠାରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ, ଅଡିଟୋରିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବ। କିନ୍ତୁ ସାଧାରଣ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ।

କାଲିଠୁ ୫୦ ପ୍ରତିଶତ କ୍ଷମତାରେ ଖୋଲିବ ଅଡିଟୋରିୟମ

auditorium

Advertisment

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି। ତେଣୁ ଆଜି ଦିଲ୍ଲୀ ସରକାର ଅନଲକ୍‌-୭ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ତେବେ ନୂଆ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ଅର୍ଥାତ୍‌ ସୋମବାରଠାରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ, ଅଡିଟୋରିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବ। କିନ୍ତୁ ସାଧାରଣ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ।

Advertisment

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ସଂକ୍ରମଣ ହାର ୦.୦୯ ପ୍ରତିଶତକୁ ହ୍ରାସ ପାଇଛି । କରୋନା ସଂକ୍ରମଣରେ ୨୦ ହଜାର ୦୧୨ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ୍‌ ଉପରେ କହିବାକୁ ଗଲେ କରୋନାର ଦ୍ୱିତୀୟ ଲହରରେ ଦିଲ୍ଲୀ ପୂରା ବେହାଲ ହୋଇ ପଡ଼ିଥିଲା। ସେପଟେ, କରୋନା ଭାଇରସ୍‌ର ନୂଆ ନୂଆ ଭାରିଏଣ୍ଟ୍‌ ଚିହ୍ନଟ ହେଉଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ବେଲ୍‌ଜିୟମରେ ଜଣେ ମହିଳା ଏକା ସମୟରେ କରୋନା ଭାଇରସ୍‌ର ଅଲଗା ଅଲଗା ଭାରିଏଣ୍ଟରେ ସଂକ୍ରମିତ ହେବା ପରେ ୫ ଦିନରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ସାମ୍ନାକୁ ଆସିବା ପରେ ରିସର୍ଚ୍ଚଙ୍କ ଚିନ୍ତା ଆହୁରି ବଢ଼ିଛି। ରିସର୍ଚ୍ଚଙ୍କ କହିବା କଥା, ଏଭଳି ମାମଲା କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଆହୁରି ମୁସ୍କିଲ୍‌ ସାବ୍ୟସ୍ତ ହୋଇପାରେ। ବ୍ଲମ୍‌ବର୍ଗର ଏକ ରିପୋର୍ଟ ଅନୁସାରେ, ୯୦ ବର୍ଷୀୟ ଏହି ମହିଳା ଏକା ସମୟରେ ଆଲ୍‌ଫା ଓ ବିଟା ଭାରିଏଣ୍ଟସ୍‌ରେ ସଂକ୍ରମିତ ହୋଇଥିଲେ। ସେ ଭ୍ୟାକ୍‌ସିନ୍‌ ନେଇ ନଥିଲେ। ଘରେ ରହି ନିଜର ଚିକିତ୍ସା କରୁଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମାର୍ଚ୍ଚରେ OLV ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପ୍ରାରମ୍ଭିକ ସ୍ତରରେ ତାଙ୍କର ଅକ୍ସିଜେନ୍‌ ଲେଭଲ୍‌ ଠିକ୍‌ଠାକ୍‌ ଥିଲା। ହେଲେ ଧୀରେଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା ଓ ୫ ଦିନରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ସମ୍ପୃକ୍ତ ମହିଳା କରୋନା ଭାଇରସ୍‌ର ଆଲ୍‌ଫା ଓ ବିଟା ୨ଟି ଯାକ ଭାରିଏଣ୍ଟସ୍‌ରେ ସଂକ୍ରମିତ ଥିଲେ ବୋଲି ଡାକ୍ତର ଜାଣିବାକୁ ପାଇଥିଲେ। ବ୍ରିଟେନରେ ସର୍ବପ୍ରଥମେ ଆଲ୍‌ଫା ଭାରିଏଣ୍ଟ୍ ଚିହ୍ନଟ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାରେ ବିଟା ଭାରିଏଣ୍ଟ ଚିହ୍ନଟ ହୋଇଥିଲା। ତେଣୁ ଏଭଳି ମାମଲାକୁ ଗମ୍ଭୀରତାର ସହ ନେବାପାଇଁ ରିସର୍ଚ୍ଚମାନେ ପରାମର୍ଶ ଦେଇଛନ୍ତି।

Coronavirus COVID-19 India Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ