ଶସ୍ତା ହେବ ଖାଇବା ତେଲ, ଜାଣନ୍ତୁ କେତେ?

ତେଲ ଉପରୁ ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର। ଖୁବଶୀଘ୍ର ତେଲର କମିବ ଦାମ୍‌

Edible oil

News Summary

କମିବ ଖାଇବା ତେଲର ଦାମ

ଜାଣନ୍ତୁ କେତେ?

ଭୁବନେଶ୍ୱର: ଶସ୍ତା ହେବ ଖାଇବା ତେଲ। ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଶୁଳ୍କ ହ୍ରାସ ଯୋଗୁଁ ଶସ୍ତା ହେବ ଖାଇବା ତେଲର ଦାମ୍‌। ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲରୁ ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଶୁଳ୍କ ହ୍ରାସ ଯୋଗୁଁ ଶସ୍ତା ହେବ ଖାଇବା ତେଲ ଦର ବୋଲି ସୂଚନା ମିଳିଛି। ସଂପୃକ୍ତ ୩ ପ୍ରକାର ତେଲରୁ ଆମଦାନୀ ଶୁଳ୍କ ୨.୫%ରୁ ଶୂନ ହେଲା।

ପାମୋଲିନ୍ ତେଲରୁ ସେସ୍ ୨୦%ରୁ ହ୍ରାସ ପାଇ ୭.୫% ହେଲା ଏହାସହ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲରୁ ସେସ୍ ୫%କୁ ଖସିଲା। କେବଳ ଏତିକି ନୁହେଁ ବରଂ ଶୁଳ୍କ ହ୍ରାସ ଯୋଗୁଁ ଶସ୍ତା ହେବ ଖାଇବା ତେଲ ଦର।