Farooq Abdullah
ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଇଡିର ସମନ୍ । ଜମ୍ମୁ ଓ କାଶ୍ମୀର କ୍ରିକେଟ ଆସୋସିଏସନର ଟଙ୍କା ହେରଫେର ମାମଲାରେ ତାଙ୍କୁ ଆଜି ହାଜର ହେବା ପାଇଁ ସମନ ଜାରି କରାଯାଇଛି । ୮୬ ବର୍ଷୀୟ ଫାରୁକ ଅବଦୁଲ୍ଲାଙ୍କୁ ଶ୍ରୀନଗର ସ୍ଥିତ ଇଡି ଅଫିସରେ ହାଜର ହେବା ପାଇଁ କୁହାଯାଇଛି ।
ଜମ୍ମୁ ଓ କାଶ୍ମୀର କ୍ରିକେଟ ଆସୋସିଏସନର ଟଙ୍କାକୁ ବେଆଇନ ଭାବେ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଅଭିଯୋଗ ରହିଛି । ଏନେଇ କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କ ବିରୋଧରେ ସିବିଆଇ ତଦନ୍ତ ଜାରି ରହିଛି ।
୨୦୦୧ରୁ ୨୦୧୨ ମଧ୍ୟରେ ଫାରୁକ୍ ଅବଦୁଲ୍ଲା ଜମ୍ମୁ ଓ କାଶ୍ମୀର କ୍ରିକେଟ ଆସୋସିଏସନର ସଭାପତି ଥିବା ବେଳେ ନିଜ ପଦର ଦୁରୂପଯୋଗ କରି ବେଆଇନ ନିଯୁକ୍ତି ଦେବା ସହ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଏନେଇ ସିବିଆଇ ଓ ଇଡି ପକ୍ଷରୁ ତଦନ୍ତ ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704941318.jpg)