Advertisment

ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରୁ ଧରା ପଡ଼ିଲା ପୁଳା ପୁଳା ଟଙ୍କା, କ’ଣ କରୁଥିଲେ ଏତେ ନଗଦ !

ଝାଡ଼ଖଣ୍ତରୁ ଧରା ପଡ଼ିଲା ବିପୁଳ ପରିମାଣର ଟଙ୍କା । ଦେଶରେ ଜାରି ରହିଛି ନିର୍ବାଚନୀ ତାତି । ଭୋଟରଙ୍କୁ ହାତେଇବାକୁ ରାଜନୈତିକ ଦଳର ସମସ୍ତ ପ୍ରୟାସ ଜାରି ରହିଛି । ଏହି ସମୟରେ ବିଭିନ୍ନ ଜାଗାରୁ ପୁଳା ପୁଳା ଟଙ୍କା ଧରା ପଡ଼ିବା, ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ଆଶଙ୍କାରେ ବଢ଼ାଇଛି ।

ଅଦ୍ୟତନ ହୋଇଛି
Jharkhand ED

Jharkhand ED

Advertisment

ଝାଡ଼ଖଣ୍ତରୁ ଧରା ପଡ଼ିଲା ବିପୁଳ ପରିମାଣର ଟଙ୍କା । ଦେଶରେ ଜାରି ରହିଛି ନିର୍ବାଚନୀ ତାତି । ଭୋଟରଙ୍କୁ ହାତେଇବାକୁ ରାଜନୈତିକ ଦଳର ସମସ୍ତ ପ୍ରୟାସ ଜାରି ରହିଛି । ଏହି ସମୟରେ ବିଭିନ୍ନ ଜାଗାରୁ ପୁଳା ପୁଳା ଟଙ୍କା ଧରା ପଡ଼ିବା, ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ଆଶଙ୍କା ବଢ଼ାଇଛି ।

Advertisment

ଆଜି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ବା ଇଡି ଝାଡ଼ଖଣ୍ଡ ମନ୍ତ୍ରୀ ଆଲାମଗିରି ଆଲାମଙ୍କର ବ୍ୟକ୍ତିଗତ ସହାୟକ ସଞ୍ଜୀବ ଲାଲଙ୍କ ଘରେ ରେଡ କରିଥିଲା । ଏହା ସହ ରାଞ୍ଚିର ଏକାଧିକ ସ୍ଥାନରେ ଚଢାଉ ଆରମ୍ଭ କରିଛି । ତେବେ ଚକିତ କଲା ଭଳି ଖବର ଅନୁସାରେ, ସଞ୍ଜୀବ ଲାଲଙ୍କ ଘରୁ ପ୍ରାୟ ୨୦ରୁ ୩୦ କୋଟି ଟଙ୍କାର ବିପୁଳ ପରିମାଣର ନଗଦ ଟଙ୍କା ଉଦ୍ଧାର କରାଯାଇଛି । ଆଲାମଗିରି ଝାଡ଼ଖଣ୍ତର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଅଛନ୍ତି ।

Advertisment

ଏତେ ପରିମାଣର ଟଙ୍କା ମିଳିବା ପରେ ଗଣିବା ପାଇଁ ମେସିନ୍ ନିୟୋଜିତ ହୋଇଛି । ଏଣୁ ଜବତ ଟଙ୍କା ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହା ସହ ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗରେ କିଛି ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ସହ ଜବତ ଅର୍ଥର କିଛି ସମ୍ପର୍କ ଅଛି କି ନାହିଁ, ଏହା ସହ ହେରଫେର ମାମଲାର ତଦନ୍ତ କରୁଛି ଇଡି।

ଉକ୍ତ ଘଟଣାରେ ବିଭାଗର ମୁଖ୍ୟ ଇଞ୍ଜିନିୟର ବିରେନ୍ଦ୍ର କେ ରାମଙ୍କୁ ଗତ ବର୍ଷ ଫେବୃଆରୀରେ ଗିରଫ କରାଯାଇଥିଲା । ବିହାର, ଦିଲ୍ଲୀ ସହ ରାଞ୍ଚି, ଜାମସେଦପୁର ଓ ଝାଡ଼ଖଣ୍ଡର ଅନ୍ୟାନ୍ୟ ସ୍ଥାନରେ ଇଡି ତରଫରୁ ଖୋଜାଖୋଜି କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

Advertisment

୨୦୧୯ରେ ବିରେନ୍ଦ୍ର କେ ରାମଙ୍କ ନିକଟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା ଉଦ୍ଧାର କରାଯାଇଥିଲା । ପରେ, ମନି ଲଣ୍ଡରିଂ (PMLA) ଅଧିନିୟମ ଅନୁଯାୟୀ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହି ମାମଲା ଦାୟର କରିଥିଲା । ସେପଟେ, ଆଲାମଗିରିଙ୍କୁ ତୁରନ୍ତ ଗିରଫ କରିବା ସହ ଏହାର ତଦନ୍ତ କରିବାକୁ ବିଜେପି ଦାବି କରିଛି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କଂଗ୍ରେସ ସାଂସଦଙ୍କ ଘର ଏବଂ କାର୍ଯ୍ୟାଳୟରୁ ୩୦୦ କୋଟି ଟଙ୍କା ନଗଦ ଉଦ୍ଧାର କରାଯାଇଥିଲା । ବାସଭବନରୁ ୧୦ କୋଟିରୁ ଅଧିକ ଟଙ୍କା ଉଦ୍ଧାର କରାଯାଇଥିଲା । ସେହିପରି ବର୍ତ୍ତମାନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୁ ୨୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି । ଏହି ଟଙ୍କା କେଉଁଠୁ କ’ଣ ପାଇଁ ଆସିଛି, ତା’ ଉପରେ ତଦନ୍ତ କରାଯାଉ ବୋଲି କହିଛି ଇଡି ।

Enforcement Directorate General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ