Advertisment

‘ଏସବୁ ଟଙ୍କା ଓ ସୁନା ମୋର ନୁହେଁ, ପାର୍ଥଙ୍କର..ମୁଁ କିଛି ଜାଣିନଥିଲି’

ଅର୍ପିତାଙ୍କ ଘରୁ ୩ଟି କେଜିକିଆ ସୁନା ଇଟା, ଅଧ କିଲୋ ଓଜନ ଲେଖାଏ ୩ଟି ବଳା ଓ ଗୋଟିଏ ସୁନା କଲମ ସମେତ ୫ କିଲୋ ସୁନା ଓ ୨୮ କୋଟି ୯୦ ଲକ୍ଷ ନଗଦ ଟଙ୍କା ଅର୍ପିତାଙ୍କ ଦ୍ୱିତୀୟ ଆପାର୍ଟମେଣ୍ଟରୁ ଜବତ ହୋଇଛି।

ଅଦ୍ୟତନ ହୋଇଛି
ED now recovers Rs 29 crore from Arpita Mukherjee's other flat

ED now recovers Rs 29 crore from Arpita Mukherjee's other flat

Advertisment

ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ମିଳୁଛି ପୁଳା ପୁଳା ଟଙ୍କା। ହଜାର କି ଲକ୍ଷ ନୁହେଁ କୋଟି କୋଟି ଟଙ୍କା ଅର୍ପିତାଙ୍କ ଘରୁ ଜବତ ହୋଇଛି। ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ କୋଲକାତାର ଆଖପାଖ ୩ଟି ଅଞ୍ଚଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତକାଲି ଚଢ଼ଉ କରିଥିଲା। ଏହି ସମୟରେ ଅର୍ପିତାଙ୍କ ବେଲଘରିଆ ସ୍ଥିତ ଅନ୍ୟ ଏକ ଫ୍ଲାଟ୍‌ରୁ ନଗଦ ୨୯ କୋଟି ଟଙ୍କା ଠାବ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

Advertisment

୩ଟି କେଜିକିଆ ସୁନା ଇଟା, ଅଧ କିଲୋ ଓଜନ ଲେଖାଏ ୩ଟି ବଳା ଓ ଗୋଟିଏ ସୁନା କଲମ ସମେତ ୫ କିଲୋ ସୁନା ଓ ୨୮ କୋଟି ୯୦ ଲକ୍ଷ ନଗଦ ଟଙ୍କା ଅର୍ପିତାଙ୍କ ଦ୍ୱିତୀୟ ଆପାର୍ଟମେଣ୍ଟରୁ ଜବତ ହୋଇଛି।  ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅର୍ପିତା କହିଛନ୍ତି, ଏସବୁ ଟଙ୍କା ଓ ସୁନା ମୋର ନୁହେଁ। ଏହା ପାର୍ଥଙ୍କର। ମୋ ଘରକୁ ଏକ ମିନି ବ୍ୟାଙ୍କରେ ପରିଣତ କରିଥିଲେ ପାର୍ଥ।

ସେ ଏତେ ଟଙ୍କା ଓ ସୁନା ରଖିଥିବା ସମ୍ପର୍କରେ ତାଙ୍କୁ ଜଣାନଥିଲା ବୋଲି ଅର୍ପିତା କହିଛନ୍ତି। ପାର୍ଥ ହିଁ ସେଇ ଘରକୁ ବ୍ୟବହାର କରୁଥିଲେ। ଟଙ୍କା, ସୁନା ରଖା ଯାଇଥିବା ଘରେ ପ୍ରବେଶ ଲାଗି ତାଙ୍କୁ ଅନୁମତି ନଥିଲା ବୋଲି  ଅର୍ପିତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କହିଛନ୍ତି। ତାଙ୍କ ଦ୍ୱିତୀୟ ଆପାର୍ଟମେଣ୍ଟରେ ଏତେ ସୁନା ଓ ଟଙ୍କା ରଖାଯାଇଥିବା କଥା ଅର୍ପିତା ବି ଇଡିକୁ ଜଣାଇନଥିଲେ। ତେବେ ପାର୍ଥଙ୍କ ସମ୍ପତ୍ତି ସମ୍ପର୍କରେ ସବିଶେଷ ମିଳିବା ପରେ ଇଡି ପକ୍ଷରୁ ରେଡ୍ କରାଯାଇଥିଲା।

Advertisment

ରେଡ୍ ବେଳେ ହିଁ ଟଙ୍କା ଓ ସୁନା ସମ୍ପର୍କରେ ଜଣାପଡିଥିବା ଇଡି ଅଧିକାରୀ ଜଣାଇଛନ୍ତି। ଟଙ୍କା ଓ ସୁନା ସହ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଅର୍ପିତାଙ୍କ ପ୍ରଥମ ଘରୁ ୨୧ କୋଟି ୯୦ ଲକ୍ଷ ଟଙ୍କା, ୫୬ ଲକ୍ଷ ଟଙ୍କାର ବୈଦେଶିକ ମୁଦ୍ରା ଜବତ ହୋଇଥିଲା। ଏସବୁକୁ ହିସାବକୁ ନେଲେ ଉଭୟ ଘରୁ ଏଯାଏ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫ କିଲୋରୁ ଅଧିକ ସୁନା ଜବତ ହେଲାଣି। 

Teacher Job Scam Raid Bengal Minister Arrest Bengal Minister Partha Chatterjee Teacher Job Scam Arpita Mukherjee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ