Advertisment

National Herald case : ସୋନିଆ ଓ ରାହୁଲଙ୍କୁ ନୋଟିସ ପଠାଇଲା ଇଡି

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ପଠାଇଛି।

ଅଦ୍ୟତନ ହୋଇଛି
rahul and sonia

rahul and sonia

Advertisment

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ପଠାଇଛି । ୨୦୧୫ରୁ ବନ୍ଦ ପଡିଥିବା ଏହି ପୁରୁଣା ମାମଲାକୁ ପୁଣି ଥରେ ଖୋଲା ଯାଇଛି। ଏହି ମାମଲାରେ ରାହୁଲ ଓ ସୋନିଆ ତଥା ମା’ ପୁଅଙ୍କୁ ପଚରାଉଚରା କରିବା ପାଇଁ ଜୁନ୍‌ ୮ ତାରିଖରେ ଇଡି କାର୍ଯ୍ୟକାଳରେ ହାଜର ହେବାକୁ କୁହାଯାଇଛି।କଂଗ୍ରେସ ନେତା ଅଭିଷେକ ମନୁ ସିଂଭି ଏବଂ ରଣଦୀପ ସୁରଜେୱାଲା ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି କରିଛନ୍ତି ।

Advertisment

ଅଭିଷେକ ମନୁ ସିଂଭି କହିଛନ୍ତି , ଜୁନ୍ ୮ରେ ପଚରାଉଚରା ପାଇଁ ସୋନିଆ ଗାନ୍ଧୀଙ୍କୁ ଡାକିଛି ଇଡି ।  ସୋନିଆ ଗାନ୍ଧୀ ଏଥିରେ ନିଶ୍ଚୟ ସାମିଲ ହେବେ । ଏଥିସହିତ ରଣଦୀପ ସୁରଜୱାଲା କହିଛନ୍ତି, ସେମାନେ ଏହି ନୋଟିସକୁ ଭୟ କରନ୍ତି ନାହିଁ । ଛାତି ବାଡ଼େଇ ଲଢ଼େଇ ଜାରି ରଖିବେ । ସିଂହଭି କହିଛନ୍ତି ଯେ ଜୁନ୍ 8 ରେ ସୋନିଆ ପ୍ରଶ୍ନରେ ଯୋଗଦେବେ।

ବିରୋଧୀମାନଙ୍କୁ ଭୟଭୀତ କରିବା ଲାଗି ବିଜେପି ତା’ର ନିୟନ୍ତ୍ରଣାଧୀନ ତଦନ୍ତକାରୀ ଏଜେନ୍‌ସିମାନଙ୍କୁ ବ୍ୟବହାର କରୁଛି। ମମତା ବାନାର୍ଜୀ, ଫାରୁକ୍‌ ଅବ୍ଦୁଲ୍ଲାଙ୍କ ଭଳି ସମସ୍ତ ବିରୋଧୀ ନେତାମାନେ କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକ ଆକ୍ରମଣର ଶିକାର ହେଉଛନ୍ତି ।

Advertisment

ସୂଚନାଯୋଗ୍ୟ  ସୋନିଆ ଏବଂ ରାହୁଲ ଇଡି ଆଗରେ ହାଜର ହେବାକୁ ରାଜି ନେହେଲେ, ସେମାନଙ୍କ ସାମ୍ନାରେ ବିକଳ୍ପ ଅଛି । ପ୍ରଥମେ ସେମାନେ ବିଜ୍ଞପ୍ତିର ଉତ୍ତର ନଦେଇ ଛାଡ଼ିପାରିବେ।  ଏହି ପରିସ୍ଥିତିରେ ଇଡି ତାଙ୍କୁ ପୁନର୍ବାର ଏକ ନୋଟିସ୍ ପଠାଇବ ।  ଅନ୍ୟପକ୍ଷରେ ଅନ୍ୟ ବିକଳ୍ପ ହେଉଛି ଏହି ନୋଟିସକୁ କୋର୍ଟ ସମ୍ମୁଖରେ ଚ୍ୟାଲେଞ୍ଜ କରିବା  ।

Sonia Gandhi Rahul Gandhi ED
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ