ଅଗଷ୍ଟ ୪ ଯାଏଁ ED ହେପାଜତରେ ରହିବେ ସଞ୍ଜୟ

ସଞ୍ଜୟଙ୍କୁ ମୁମ୍ବାଇ PMLA କୋର୍ଟ ଅଗଷ୍ଟ ୪ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଛନ୍ତି ଇଡି ....

Sanjay Raut

ଇଡି ହେପାଜତରେ ଶିବସେନା ସାଂସଦ ସଞ୍ଜୟ ରାଉତ । ସଞ୍ଜୟଙ୍କୁ ମୁମ୍ବାଇ PMLA କୋର୍ଟ ଅଗଷ୍ଟ ୪ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଛନ୍ତି ଇଡି । ୮ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା । ହେଲେ କୋର୍ଟ ମାତ୍ର ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । କୋର୍ଟ ଏହାର ରାୟ ଦେବାବେଳେ କହିଛନ୍ତି, ରାଉତଙ୍କୁ ତାଙ୍କ ଓକିଲଙ୍କ ସହ କଥାବାର୍ତ୍ତା କରିବାକୁ ସୁବିଧା ଦିଆଯିବ ।

ରାଜନୈତିକ ଷଡ଼ଯନ୍ତ୍ର ସଞ୍ଜୟଙ୍କୁ ଗିରଫ ହୋଇଛି:-

ଇଡିକୁ ସଞ୍ଜୟ ରାଉତଙ୍କ ଚିକିତ୍ସା ଓ ଔଷଧ ଇତ୍ୟାଦିର ଯତ୍ନ ନେବାକୁ ପଡ଼ିବ ଏବଂ ପଚରାଉଚୁରାର ନିର୍ଦ୍ଦିଷ୍ଟ ସମୟ ମଧ୍ୟ ଠିକ୍ କରିବାକୁ ପଡ଼ିବ ବୋଲି ମାମଲାକୁ ନେଇ କୋର୍ଟ ପକ୍ଷରୁ କୁହାଯାଇଛି । ଶୁଣାଣି ସମୟରେ ସଞ୍ଜୟଙ୍କ ଓକିଲ ଅଶୋକ ମୁଣ୍ଡାର୍ଗୀ କୋର୍ଟରେ କହିଥିଲେ ଯେ ତାଙ୍କୁ ଗିରଫ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ରର ଏକ ଅଂଶବିଶେଷ । ଏହା ମଧ୍ୟ କୁହାଯାଇଥିଲା, ରାଉତଙ୍କର ହୃଦୟ ସମ୍ବନ୍ଧୀୟ ସମସ୍ୟା ରହିଛି, ଏଥିପାଇଁ ସେ ଅସ୍ତ୍ରୋପଚାର ମଧ୍ୟ କରିଛନ୍ତି ସମ୍ପୃକ୍ତ କାଗଜପତ୍ର ମଧ୍ୟ କୋର୍ଟରେ ଦର୍ଶାଯାଇଥିଲା ।

ସୂଚନା ଅନୁସାରେ, ଇଡି ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ସଞ୍ଜୟ ରାଉତ ଓ ତାଙ୍କ ପରିବାର ଲୋକ ଏହି ଦୁର୍ନୀତି ବା ଅପରାଧିକ ପ୍ରକ୍ରିୟାରେ ସିଧାସଳଖ ଲାଭବାନ ହୋଇଛନ୍ତି । ରାଉତଙ୍କୁ ୪ ଥର ସମନ କରାଯାଇଥିଲେ ମଧ୍ୟ ସେ ମାତ୍ର ଥରେ ଇଡିରେ ହାଜର ହୋଇଛନ୍ତି । ସେ ଏହି ଘଟଣାର ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ଏଥିସହ ସାକ୍ଷୀମାନଙ୍କୁ ମଧ୍ୟ ପ୍ରଭାବିତ କରିଥିବା ଯୁକ୍ତି ବଢିଥିଲେ । ଇଡି ଓକିଲ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି । ମୁମ୍ବାଇର ପାତ୍ରା ଚୌଲ ସ୍କାମ ମାମଲାରେ ସଞ୍ଜୟ ରାଉତଙ୍କ ଘରେ ପ୍ରାୟ ୯ ଘଣ୍ଟା ଧରି ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟ ମଧ୍ୟରେ ଇଡି ରାଉତଙ୍କ ଘରୁ ସାଢେ ୧୧ଲକ୍ଷ ଟଙ୍କା ଜବତ କରିଛି ।

ସଞ୍ଜୟ ରାଉତଙ୍କ ପାଇଁ ଗର୍ବିତ: ଉଦ୍ଧବ

ସଂଜୟ ରାଉତଙ୍କ ବିରୋଧରେ ଚାଲିଥିବା ଇଡି କାର୍ଯ୍ୟାନୁଷ୍ଠାନ ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଉଦ୍ଧବ ସଞ୍ଜୟ ରାଉତଙ୍କୁ ସମର୍ଥନ କରି କହିଛନ୍ତି, ‘ସେ ରାଉତଙ୍କ ପାଇଁ ଗର୍ବିତ ସମୟ ସବୁବେଳେ ବଦଳିଥାଏ । ଯେତେବେଳେ ଆମର ସମୟ ଆସେ, ଭାବନ୍ତୁ ଆପଣଙ୍କ ସହିତ କଣ ହେବ ? ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ମହାରାଷ୍ଟ୍ରର ଲୋକମାନେ ନିଷ୍ପତ୍ତି ନେବେ ମୁଁ ମରିବାକୁ ରାଜି, କିନ୍ତୁ ମୁଁ କାହାର ଆଶ୍ରୟସ୍ଥଳକୁ ଯିବି ନାହିଁ । ଉଦ୍ଧବ ଆଜି ସଞ୍ଜୟ ରାଉତଙ୍କ ପରିବାରକୁ ଭେଟିବା ପାଇଁ ଯାଇଥିଲେ । ତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ସେ କହିଛନ୍ତି, ସଞ୍ଜୟ ରାଉତ ନତମସ୍ତକ ହେବେ ନାହିଁ ।

ଇଡି କାର୍ଯ୍ୟାନୁଷ୍ଠାନକୁ ସାଂସଦ ନବନୀତ ରାଣାଙ୍କ ସମର୍ଥନ :-

ସଞ୍ଜୟ ରାଉତଙ୍କ ଗିରଫଦାରି ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି ମହାରାଷ୍ଟ୍ରର ସ୍ୱାଧୀନ ସାଂସଦ ନବନୀତ ରାଣା । ସେ କହିଛନ୍ତି, ଦେଶର ଗରିବଙ୍କ ଅର୍ଥ ଯିଏ ଏଭଳି ଲୁଟ କରିଥାଏ, ତାହେଲେ ତାଙ୍କ ସହ ଏଭଳି ହେବା ଉଚିତ୍‌ । ସେହିପରି ଉଦ୍ଧବଙ୍କ ଆଚରଣକୁ ବି ନବନୀତ ସମାଲୋଚନା କରିଛନ୍ତି । ରାଣା ଦୁର୍ନୀତିରେ ଲିପ୍ତ ବ୍ୟକ୍ତି ଏଭଳି ଆଚରଣ କରିବା ଠିକ ନୁହେଁ ବୋଲି କହିଛନ୍ତି ସାଂସଦ ନବନୀତ ରାଣା ।