Advertisment

ED Chargesheet Against Robert Vadra: ଜମି ଦୁର୍ନୀତି ମାମଲା: ରବର୍ଟ ଭଦ୍ରାଙ୍କ ନାଁରେ ଇଡିର ଚାର୍ଜସିଟ୍

ଜମି କିଣାଯିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଜମିର ମ୍ୟୁଟେସନ ସ୍କାଇଲାଇଟ୍ ହସ୍ପିଟାଲିଟି ନାମରେ ହୋଇଥିଲା । ଏହା ସାଧାରଣତଃ ତିନି ମାସ ବା ଅଧିକ ସମୟ ନେଇଥାଏ। ଏକ ମାସ ପରେ ହରିୟାଣା ସରକାର ସ୍କାଇଲାଇଟ୍ ହସ୍ପିଟାଲିଟିକୁ ଏହି ଜମିରେ ଏକ ଆବାସିକ ପ୍ରୋଜେକ୍ଟ ବିକାଶ ପାଇଁ ଅନୁମତି ଦେଇଥିଲେ, ଯାହା ଜମିର ମୂଲ୍ୟକୁ ତୁରନ୍ତ ବୃଦ୍ଧି କରିଥିଲା।

ଅଦ୍ୟତନ ହୋଇଛି
Robert Vadra

Robert Vadra

Advertisment

ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ (ଇଡି) ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି । ହରିୟାଣାର ଗୁରୁଗ୍ରାମର ଶିଖୋପୁର ଗାଁରେ ଏକ ଜମି ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ରବର୍ଟ ଭଦ୍ରା ହେଉଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ । ଏହି ମାମଲା ୨୦୦୮ ମସିହାରେ ରବର୍ଟ ଭଦ୍ରାଙ୍କ କମ୍ପାନୀ ସ୍କାଇଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ମାଧ୍ୟମରେ ହୋଇଥିବା ଏକ ଜମି କାରବାର ସହ ଜଡ଼ିତ। ଏହି ଚାର୍ଜସିଟ୍ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଦାଖଲ ହୋଇଛି। ଇଡି ଏହି ମାମଲାରେ ରବର୍ଟ ଭଦ୍ରା ଓ ତାଙ୍କ ସମ୍ପର୍କୀୟ ସଂସ୍ଥାଗୁଡ଼ିକ ପ୍ରାୟ ୩୭ କୋଟି ଟଙ୍କାର ୪୩ଟି ଅଚଳ ସମ୍ପତ୍ତି ଜବତ କରିଛି।

Advertisment

୨୦୦୮ ମସିହା ଫେବ୍ରୁଆରୀରେ ରବର୍ଟ ଭଦ୍ରାଙ୍କ କମ୍ପାନୀ ସ୍କାଇଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ଗୁରୁଗ୍ରାମର ଶିଖୋପୁର (ବର୍ତ୍ତମାନ ସେକ୍ଟର ୮୩) ଗାଁରେ ଅବସ୍ଥିତ ୩.୫୩ ଏକର ଜମି ଓଁକାରେଶ୍ୱର ପ୍ରପର୍ଟିଜ୍ ନାମକ ଏକ କମ୍ପାନୀଠାରୁ ୭.୫ କୋଟି ଟଙ୍କାରେ କିଣିଥିଲା। ଏହି ସମୟରେ ହରିୟାଣାରେ କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡ୍ଡାଙ୍କ ନେତୃତ୍ୱାଧୀନ ସରକାର କ୍ଷମତାରେ ଥିଲା । ସେତେବେଳେ ସେ ଟାଉନ୍ ଆଣ୍ଡ କଣ୍ଟ୍ରି ପ୍ଲାନିଂ ବିଭାଗର ମଧ୍ୟ ମନ୍ତ୍ରୀ ଥିଲେ।

ଜମି କିଣାଯିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଜମିର ମ୍ୟୁଟେସନ ସ୍କାଇଲାଇଟ୍ ହସ୍ପିଟାଲିଟି ନାମରେ ହୋଇଥିଲା । ଏହା ସାଧାରଣତଃ ତିନି ମାସ ବା ଅଧିକ ସମୟ ନେଇଥାଏ। ଏକ ମାସ ପରେ ହରିୟାଣା ସରକାର ସ୍କାଇଲାଇଟ୍ ହସ୍ପିଟାଲିଟିକୁ ଏହି ଜମିରେ ଏକ ଆବାସିକ ପ୍ରୋଜେକ୍ଟ ବିକାଶ ପାଇଁ ଅନୁମତି ଦେଇଥିଲେ, ଯାହା ଜମିର ମୂଲ୍ୟକୁ ତୁରନ୍ତ ବୃଦ୍ଧି କରିଥିଲା।

Advertisment

୨୦୧୨ ମସିହା ସେପ୍ଟେମ୍ବରରେ ସ୍କାଇଲାଇଟ୍ ହସ୍ପିଟାଲିଟି ଏହି ଜମି ରିଅଲ୍ଟି କମ୍ପାନୀ ଡିଏଲଏଫ୍ (DLF Universal Limited)କୁ ୫୮ କୋଟି ଟଙ୍କାରେ ବିକ୍ରୟ କରିଥିଲା । ମାତ୍ର ଚାରି ବର୍ଷ ମଧ୍ୟରେ ପ୍ରାୟ ୫୦.୫ କୋଟି ଟଙ୍କାର ଲାଭ (ପ୍ରାୟ ୭୦୦% ବୃଦ୍ଧି) ଦର୍ଶାଉଛି। ଏହି କାରବାର ଆଇନଗତ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।

୨୦୧୨ ମସିହା ଅକ୍ଟୋବରରେ ତତ୍କାଳୀନ ହରିୟାଣାର ଡାଇରେକ୍ଟର ଜେନେରାଲ ଅଫ୍ ଲ୍ୟାଣ୍ଡ କନସୋଲିଡେସନ ଆଣ୍ଡ ଲ୍ୟାଣ୍ଡ ରେକର୍ଡସ ତଥା ଇନସ୍ପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ (IGR) ଆଇଏଏସ ଅଫିସର ଅଶୋକ ଖେମକା ଏହି ଜମିର ମ୍ୟୁଟେସନ ବାତିଲ କରିଥିଲେ । କାରଣ ଏହି କାରବାର ରାଜ୍ୟର ଜମି ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।

Advertisment

ଇଡିର ଅଭିଯୋଗ ଅନୁଯାୟୀ, ସ୍କାଇଲାଇଟ୍ ହସ୍ପିଟାଲିଟି ଜମି କିଣିବା ପାଇଁ ଓଁକାରେଶ୍ୱର ପ୍ରପର୍ଟିଜକୁ ଦିଆଯାଇଥିବା ଚେକ୍ ଏନକ୍ୟାଶ ହୋଇନଥିଲା। ଏହା ବ୍ୟତୀତ, ରାଜ୍ୟ ସରକାରରେ ପ୍ରଭାବ ବ୍ୟବହାର କରି ଏକ ବାଣିଜ୍ୟିକ ଲାଇସେନ୍ସ ପାଇଁ ଅନୁମୋଦନ ହାସଲ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଲାଇସେନ୍ସ ଯୋଗୁଁ ଜମିର ମୂଲ୍ୟ ବୃଦ୍ଧି ପାଇଥିଲା ଏବଂ ଡିଏଲଏଫକୁ ବିକ୍ରୟ ମାଧ୍ୟମରେ ବେଆଇନ୍ ଲାଭ ଅର୍ଜନ କରାଯାଇଥିଲା।

୨୦୧୮ ମସିହା ସେପ୍ଟେମ୍ବର ୧ରେ ଗୁରୁଗ୍ରାମର ଖେରକୀ ଦାଉଲା ଥାନାରେ ସୁରେନ୍ଦର ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ରବର୍ଟ ଭଦ୍ରା, ଭୂପିନ୍ଦର ସିଂ ହୁଡ୍ଡା, ଡିଏଲଏଫ, ଓ ଓଁକାରେଶ୍ୱର ପ୍ରପର୍ଟିଜ ବିରୁଦ୍ଧରେ ଏକ ଏଫଆଇଆର ଦାଖଲ ହୋଇଥିଲା। ଏହି ଏଫଆଇଆରରେ ଅପରାଧିକ ଷଡ଼ଯନ୍ତ୍ର, ଜାଲିଆତି ଓ ଦୁର୍ନୀତି ନିବାରଣ ଆଇନ ଅଧୀନରେ ଅଭିଯୋଗ ଦାଖଲ ହୋଇଥିଲା।

୨୦୧୯ ମସିହା ଜାନୁଆରୀରେ ଇଡି ଏହି ଏଫଆଇଆର ଆଧାରରେ ଏକ ଏନଫୋର୍ସମେଣ୍ଟ କେସ ଇନଫର୍ମେସନ ରିପୋର୍ଟ (ECIR) ଦାଖଲ କରି ମନି ଲଣ୍ଡରିଂ ଆଙ୍ଗଲରୁ ତଦନ୍ତ ଆରମ୍ଭ କରିଥିଲା। ୨୦୨୫ ମସିହା ଏପ୍ରିଲରେ ରବର୍ଟ ଭଦ୍ରାଙ୍କୁ ତିନି ଦିନ ଧରି ମାରାଥନ ଜେରା କରାଯାଇଥିଲା।

ଅଧିକ ପଢ଼ନ୍ତୁ:୨୪ ଘଣ୍ଟା ଭିଡିଓ କଲ୍‌ରେ ରହିବାକୁ ଦମ୍ପତିଙ୍କୁ ଧମକ ଦେଲେ, ତା’ପରେ ପୋଛିନେଲେ ଦେଢ଼ କୋଟି

Enforcement Directorate Robert Vadra Chargesheet Filed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ