Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଗିରଫ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନୀଙ୍କ ପୁତୁରା ଭୂପିନ୍ଦର ସିଂ ହନୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ଗତକାଲି ଭୂପିନ୍ଦରଙ୍କୁ ଇଡି ଗିରଫ କରିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
ED Arrests Punjab CM's Nephew

ED Arrests Punjab CM's Nephew

Advertisment

ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନୀଙ୍କ ପୁତୁରା ଭୂପିନ୍ଦର ସିଂ ହନୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ଗତକାଲି ଭୂପିନ୍ଦରଙ୍କୁ ଇଡି ଗିରଫ କରିଥିବା ସୂଚନା ମିଳିଛି। ଗିରଫ ପରେ ହସ୍ପିଟାଲ୍‌ରେ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ବେଆଇନ ଖଣି ଖନନ ଅଭିଯୋଗରେ ଭୂପିନ୍ଦର ଗିରଫ ହୋଇଛନ୍ତି।

Advertisment

ସୂଚନାଥାଉ କି, ଗତ ଜାନୁଆରୀରେ ବେଆଇନ ଖଣି ଖନନ ମାମଲାକୁ ନେଇ ED(Enforcement Directorate) ଭୂପିନ୍ଦରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା। ଚଢ଼ଉ କରାଯାଇ ୧୦ କୋଟି ଟଙ୍କା, ୨୧ ଲକ୍ଷ ଟଙ୍କାର ସୁନା, ୧୨ ଲକ୍ଷ ଟଙ୍କାର ରୋଲେକ୍ସ ୱାଚ୍‌ ଜବତ କରାଯାଇଥିଲା। 

ମୋହାଲି ଓ ଲୁଧିଆନାରେ ଥିବା ଭୂପିନ୍ଦରଙ୍କ ଘରୁ ୮ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ତାଙ୍କ ବିଜ୍‌ନେସ୍‌ ପାର୍ଟନର ସନ୍ଦୀପଙ୍କ ଘରୁ ୨ କୋଟି ଟଙ୍କା ଜବତ କରାଯାଇଥିଲା। ରୋପର୍‌, ଫତେଗଡ଼ ଶାହିବ, ପଠାନକୋଟ ସମେତ ୧୦ଟି ସ୍ଥାନରେ ଇଡି ଚଢ଼ଉ କରିଥିଲା। 

Advertisment

ସୂଚନାଥାଉ କି, ବେଆଇନ୍‌ ଖଣି ଖନନ ଅଭିଯୋଗ ନେଇ ୨୦୧୮ ମସିହା ମାର୍ଚ୍ଚରେ ମାଇନ୍ସ ଓ ମିନେରାଲ୍ସ ଆକ୍ଟ ଅଧୀନରେ ସହିଦ ଭଗତ ସିଂ ନଗର ପୋଲିସ୍‌ ଷ୍ଟେସନରେ ମାମଲା ରୁଜୁ କରାଯାଇଥିଲା। ଏହାପରେ ଟଙ୍କା ହେର୍‌ଫେର୍‌(Money Laundering) ନେଇ ଇଡି ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ମେସିନ୍‌ ସହାୟତାରେ ନିର୍ଦ୍ଧାରିତ ଅଞ୍ଚଳ ବାହାରେ ଖଣି କରାଯାଉଥିବା ତଦନ୍ତରେ ଜଣାପଡ଼ିଥିଲା।  

Bhupinder Singh Honey Punjab CM Nephew Arrested Punjab CM Charanjit Singh Illegal Mining Case Punjab CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ