ମୋଦି ମୋଦି ନାରାରେ କମ୍ପିଲା ଆମେରିକାର ଆଣ୍ଡ୍ରିୟୁସ୍ ଏୟାରପୋର୍ଟ: ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ କଲେ ଶତାଧିକ ପ୍ରବାସୀ ଭାରତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟ ତାଙ୍କୁ ବିପୁଳ ସ୍ୱାଗତ କରିଛନ୍ତି । ଓ୍ୱାଶିଂଟନ ଡିସି ସ୍ଥିତ ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ଅବତରଣ କରିବା ବେଳେ ଏୟାରପୋର୍ଟ ବାହାରେ ଉପସ୍ଥିତ ରହି ଶତାଧିକ ପ୍ରବାସୀ ଭାରତୀୟ ମୋଦିଙ୍କୁ ସ୍ୱାଗତ କରିଥିଲେ । ତେବେ ବିମାନରୁ ଓହ୍ଲାଇବା ପରେ ସ୍ୱତନ୍ତ୍ର କାରକେଡରେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଲୋକଙ୍କ ପାଖରେ କାର ଅଟକାଇ ବାହାରକୁ ଆସିଥିଲେ ।

କାରକେଡ୍ ଅଟକାଇ ପ୍ରବାସୀ ଭାରତୀୟଙ୍କ ପାଖକୁ ଗଲେ ମୋଦି

News Summary

ଏୟାରପୋର୍ଟ ବାହାରେ ଉପସ୍ଥିତ ରହି କଲେ ସ୍ୱାଗତ

କାରକେଡ୍ ଅଟକାଇ ପ୍ରବାସୀ ଭାରତୀୟଙ୍କ ପାଖକୁ ଗଲେ ମୋଦି

ଉପସ୍ଥିତ ଥିବା ସମସ୍ତଙ୍କ ସହ ହାତ ମିଳାଇବା ସହ ଅଭିନନ୍ଦନ ଗ୍ରହଣ କଲେ

ଓ୍ୱାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟ ତାଙ୍କୁ ବିପୁଳ ସ୍ୱାଗତ କରିଛନ୍ତି । ଓ୍ୱାଶିଂଟନ ଡିସି ସ୍ଥିତ ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ଅବତରଣ କରିବା ବେଳେ ଏୟାରପୋର୍ଟ ବାହାରେ ଉପସ୍ଥିତ ରହି ଶତାଧିକ ପ୍ରବାସୀ ଭାରତୀୟ ମୋଦିଙ୍କୁ ସ୍ୱାଗତ କରିଥିଲେ । ତେବେ ବିମାନରୁ ଓହ୍ଲାଇବା ପରେ ସ୍ୱତନ୍ତ୍ର କାରକେଡରେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଲୋକଙ୍କ ପାଖରେ କାର ଅଟକାଇ ବାହାରକୁ ଆସିଥିଲେ ।ଏହାପରେ ଏୟାରପୋର୍ଟ ଉପସ୍ଥିତ ଥିବା ପ୍ରବାସୀ ଭାରତୀୟଙ୍କ ଅଭିନନ୍ଦନ ଗ୍ରହଣ କରିବା ସହ ପ୍ରୟ ସମସ୍ତଙ୍କ ସହ ହାତ ମିଳାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସମୟ ଅପରାହ୍ନ ୩.୪୫ ସମୟରେ ୱାଶିଂଟନ୍ ଡିସିର ମିଳିତ ବେସ୍ ଆଣ୍ଡ୍ରିୟୁରେ ଅବତରଣ କରିଥିଲେ । ଏୟାରପୋର୍ଟ ବାହାରେ ସ୍ୱାଗତ ପାଇଁ ଛିଡ଼ା ହୋଇଥିବା ପ୍ରାୟ ସମସ୍ତ ପ୍ରବାସୀ ଭାରତୀୟଙ୍କ ପାଖକୁ ଯାଇ ଅଭିନନ୍ଦନ ଗ୍ରହଣ କରିବା ସହ କାହାକୁ ନିରାଶ ହେବାକୁ ଦେଇନଥିଲେ । ନିଜର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ୱାଶିଂଟନ୍ ବିମାନବନ୍ଦରରୁ ବାହାରିବା ମାତ୍ରେ ଲୋକମାନେ ବର୍ଷାରେ ଓଦା ହୋଇ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ଲୋକଙ୍କ ମଧ୍ୟରେ ଉତ୍ସାହର ଅଭାବ ନଥିଲା । ଲୋକମାନେ ମୋଦି-ମୋଦି ଏବଂ ଭାରତ ମାତା କି ଜୟଙ୍କ ସ୍ଲୋଗାନ ଦେଉଥିଲେ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହ ହାତ ମିଳାଇ ଅଭିବାଦନ ଜଣାଇଛନ୍ତି।

 

ଏହାପରେ ପ୍ରଧାନମନ୍ତ୍ରୀ ଓ୍ୱାଶିଂଟନ ସ୍ଥିତ ହୋଟେଲକୁ ଯାଇଥିଲେ । ସେଠାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବହୁ ବଡ କମ୍ପାନୀର ସିଇଓଙ୍କୁ ଭେଟିବେ, ଭାରତରେ ସର୍ବାଧିକ ବିନିଯୋଗକୁ ପ୍ରୋତ୍ସାହିତ କରିବେ । ପ୍ରଧାନମନ୍ତ୍ରୀ ଆମେରିକାର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବେ।

ସେପଟେ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କ୍ୱାଡ୍ ସମ୍ମିଳନୀରେ ଯୋଗ ଦେବା ସହ କ୍ୱାର୍ଡ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି । ଆଜି ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ କଥାବାର୍ତ୍ତା କରିବେ । ଓ୍ୱାଶିଂଟନରେ ଆମେରିକାର ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ପରେ ଆମେରିକା ଉପ-ରାଷ୍ଟ୍ରପତି କମଲା ହାରିସଙ୍କୁ ବି ସାକ୍ଷାତ କରିବେ ମୋଦି । ଆସନ୍ତାକାଲି ଅର୍ଥାତ ୨୪ରେ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ଭେଟି ଭାରତ-ଆମେରିକା ସାମରିକ ସହଯୋଗ, ବାଣିଜ୍ୟ, ସୁରକ୍ଷା ଆଦି ଦ୍ୱିପାକ୍ଷିକ ପ୍ରସଙ୍ଗରେ ବି ଆଲୋଚନା କରିବେ ମୋଦି