Advertisment

ରଦ୍ଦ ହେବ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ !

ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗ ଆଧାରରେ ଝାଡ଼ଖଣ୍ଡର ରାଜ୍ୟପାଳଙ୍କୁ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ପାଇଁ ନିର୍ବାଚନ ଆୟୋଗ ସୁପାରିଶ ପଠାଇଛନ୍ତି। ଚର୍ଚ୍ଚା ହେଉଛି ଯେ, ଖୁବ୍‌ଶୀଘ୍ର ରାଜ୍ୟପାଳ ତାଙ୍କ ନିଷ୍ପତ୍ତି ନିର୍ବାଚନ କମିଶନଙ୍କୁ ଜଣାଇବେ

EC may disqualify Jharkhand CM Hemant Soren as MLA

EC may disqualify Jharkhand CM Hemant Soren as MLA

Advertisment

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହୋଇପାରେ। ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗ ଆଧାରରେ ଝାଡ଼ଖଣ୍ଡର ରାଜ୍ୟପାଳଙ୍କୁ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ପାଇଁ ନିର୍ବାଚନ ଆୟୋଗ ସୁପାରିଶ ପଠାଇଛନ୍ତି। ଚର୍ଚ୍ଚା ହେଉଛି ଯେ, ଖୁବ୍‌ଶୀଘ୍ର ରାଜ୍ୟପାଳ ତାଙ୍କ ନିଷ୍ପତ୍ତି ନିର୍ବାଚନ କମିଶନଙ୍କୁ ଜଣାଇବେ ଏବଂ ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କୁ ଅଯୋଗ୍ୟ ଘୋଷଣା କରିପାରନ୍ତି। 

Advertisment

ଏଭଳି ରାଜନୈତିକ ହଟଚମଟ ପରେ ଦ୍ୱିତୀୟ ଥର ପାଇଁ ଆଜି ପୁଣିଥରେ ଦଳୀୟ ନେତାଙ୍କ ସହ ସୋରେନ୍ ମାରାଥନ ବୈଠକ କରିବେ ବୋଲି ଜଣାପଡ଼ିଛି। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ୟୁପିଏର ୪୯ ଜଣ ବିଧାୟକ ଅଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଜେଏମଏମ୍‌ର ୩୦, କଂଗ୍ରେସର ୧୮ ଓ ଆରଜେଡିର ଜଣେ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀ ଦଳ ବିଜେପିର ୨୬ ଜଣ ବିଧାୟକ ଅଛନ୍ତି। ତେବେ ସମସ୍ତ ବିଧାୟକ ମେଣ୍ଟ ସହ ଅଛନ୍ତି ଓ ସରକାରକୁ କୌଣସି ବିପଦ ନାହିଁ ବୋଲି ୟୁପିଏ ଦାବି କରିଛି।

ହେମନ୍ତ ସୋରେନଙ୍କ ସଦସ୍ୟତା ରଦ୍ଦ ଲାଗି ନିର୍ବାଚନ କମିଶନ କରିଥିବା ସୁପାରିଶକୁ ଯଦି ରାଜ୍ୟପାଳ ଗ୍ରହଣ କରନ୍ତି ତା’ହେଲେ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ଏଭଳି କ୍ଷେତ୍ରରେ ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ସୂଚନାଥାଉ କି, ଗତକାଲି ପ୍ରଥମ ପର୍ଯ୍ୟାୟ  ୟୁପିଏ ବୈଠକରେ ଏନେଇ ବି ସହମତି ହୋଇଥିବା କଥା କୁହାଯାଉଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଯାହା ନିଷ୍ପତ୍ତି ନେବ କଂଗ୍ରେସ ତାକୁ ଗ୍ରହଣ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। 

Advertisment

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ନିକଟରେ ଖଣି ବିଭାଗ ଥିବା ବେଳେ ୨୦୨୧ରେ ସେ ନିଜକୁ ଖଣି ଲିଜ୍ ଅନୁମୋଦନ କରିଥିଲେ। ଏହା ଜନପ୍ରତିନିଧି ଆଇନ ୧୯୫୧ର ଧାରା ୯-ଏର ଉଲ୍ଲଘଂନ କରୁଥିବା ନିର୍ବାଚନ କମିଶନ ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଏହା ଅନ୍ତର୍ଗତ ସୋରେନ୍‌ଙ୍କୁ ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା ଲାଗି ନିର୍ବାଚନ କମିଶନ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି। ତେବେ ରାଜଭବନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ।

Hemant Soren Jharkhand CM Jharkhand CM Hemant Soren
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ