EC grants national party status to AAP
ଆମ୍ ଆଦମୀ ପାର୍ଟି ‘ଆପ୍’କୁ ମିଳିଲା ଜାତୀୟ ଦଳର ମାନ୍ୟତା। କେନ୍ଦ୍ର ନିର୍ବାଚନ କମିଶନ ଆଜି ଆପକୁ ଜାତୀୟ ଦଳ ମାନ୍ୟତା ପ୍ରଦାନ କରିଛନ୍ତି। ସେପଟେ ଦେଶର ଅନ୍ୟ ୩ଟି ପ୍ରମୁଖ ପାର୍ଟିର ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ। ସେହି ଦଳ ଗୁଡ଼ିକ ହେଉଛି, ଶରଦ ପାୱାରଙ୍କ ଏନସିପି, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବା ଟିଏମସି ଏବଂ ଦେଶର ଅନ୍ୟତମ ପୁରୁଣା ଦଳ ସିପିଆଇ।
ନିୟମ ଅନୁସାରେ ଏହିସବୁ ଦଳଗୁଡ଼ିକ ୪ଟି ରାଜ୍ୟରେ ଉପସ୍ଥିତି କିମ୍ବା ଲୋକସଭାରେ ୨ ପ୍ରତିଶତ ସଦସ୍ୟ ପଦ ନଥିବା କାରଣରୁ ଏହି ୩ଟି ଦଳଠାରୁ ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଛି। ଫଳରେ ଏହିସବୁ ଦଳ ଏବେ କେବଳ ଆଞ୍ଚଳିକ ଦଳ ଭାବେ ପରିଗଣିତ ହେବେ। ଗତକିଛି ଦିନ ତଳେ ଆମ ଆଦମୀ ପାର୍ଟିକୁ ଜାତୀୟ ଦଳର ମାନ୍ୟତା ପାଇଁ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା। ଯେଉଁଥିରେ ଦର୍ଶାଯାଇଥିଲା ଯେ, ଜାତୀୟ ମାନ୍ୟତାରେ ବିଳମ୍ବ ହେଉଥିବାରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରତିବନ୍ଧକ ସାଜୁଛି।
‘ଆପ୍’ର କର୍ଣ୍ଣାଟକ ସଂଯୋଜକ ପୃଥ୍ବୀ ରେଡ୍ଡୀଙ୍କ ପକ୍ଷରୁ ଦାୟାର ପିଟିସନରେ ଆହୁରି ବି କୁହାଯାଇଥିଲା ଯେ, ଜାତୀୟ ଦଳର ମାନ୍ୟତା ପାଇଁ ‘ଆପ୍’ ସମସ୍ତ
ମାନଦଣ୍ଡ ପୂରଣ କରୁଛି। କିନ୍ତୁ ନିର୍ବାଚନ କମିଶନ ଜାତୀୟ ଦଳର ମାନ୍ୟତାକୁ ପ୍ରତ୍ୟାଖାନ କରିଛନ୍ତି। ପରେ କର୍ଣ୍ଣାଟକ ହାଇକୋର୍ଟ ମାମଲାର ଶୁଣାଣି କରି ଏପ୍ରିଲ ୧୩ ସୁଦ୍ଧା ଏ ପ୍ରସଙ୍ଗରେ ଯଥାର୍ଥ ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681144120.jpg)