Advertisment

ଫ୍ରିଜ୍ ହେଲା ଶିବସେନାର ‘ଧନୁ ଓ ତୀର’ ଚିହ୍ନ

ମହାରାଷ୍ଟ୍ର ରାଜନୈତିକ ହଟଚମଟ ଏବଂ କ୍ଷମତା ନିକଟ ଅତୀତରେ ଘଟିଥିବା ପରିବର୍ତ୍ତନ ପରଠୁ, ଶିବସେନା କାହାର ତାକୁ ନେଇ ଉଭୟ ଉଦ୍ଧବ ଠାକ୍‌ରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

EC freezes 'bow and arrow' symbol for both Sena factions in Andheri East bypolls

EC freezes 'bow and arrow' symbol for both Sena factions in Andheri East bypolls

Advertisment

ଫ୍ରିଜ୍ ହେଲା ଶିବସେନାର ‘ଧନୁ ଓ ତୀର’ ଚିହ୍ନ। ଅର୍ଥାତ୍ ନିର୍ବାଚନୀ ଚିହ୍ନ ‘ଧନୁ ଓ ତୀର’କୁ ଶିବସେନାର କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେନି। ମହାରାଷ୍ଟ୍ର ରାଜନୈତିକ ହଟଚମଟ ଏବଂ କ୍ଷମତା ନିକଟ ଅତୀତରେ ଘଟିଥିବା ପରିବର୍ତ୍ତନ ପରଠୁ, ଶିବସେନା କାହାର ତାକୁ ନେଇ ଉଭୟ ଉଦ୍ଧବ ଠାକ୍‌ରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

Advertisment

ଏଥିସହ ନିର୍ବାଚନୀ ଚିହ୍ନ ‘ଧନୁ ଓ ତୀର’କୁ ନେଇ ବି ଟଣାଓଟରା ଲାଗିଛି। ଏଭଳି ସ୍ଥିତିରେ ଉଭୟ ଗୋଷ୍ଠୀକୁ ନିର୍ବାଚନ କମିଶନ ଝଟ୍‌କା ଦେଇଛନ୍ତି। ଆଗକୁ ଆସୁଥିବା ଅନ୍ଧେରୀ ଇଷ୍ଟ୍ ଉପନିର୍ବାଚନ ପାଇଁ ଶିବସେନା ନାମକୁ କିମ୍ବା ‘ଧନୁ ଓ ତୀର’ ଚିହ୍ନକୁ ବ୍ୟବହାର କରାଯାଇପାରିବ ନାହିଁ।

ନିଜ ନିଜ ଗୋଷ୍ଠୀ ପାଇଁ ଉଭୟ ପକ୍ଷଙ୍କୁ ବିଜ୍ଞାପିତ ଫ୍ରି ସିମ୍ବଲ ଭିତରୁ ବାଛି ନୂଆ ନାମ ଓ ନୂଆ ଚିହ୍ନ ଗ୍ରହଣ କରିବାକୁ ନିର୍ବାଚନ କମିଶନ କହିଛନ୍ତି। ଅକ୍ଟୋବର ୧୦ ପୂର୍ବରୁ ଏନେଇ ଜଣାଇବାକୁ କମିଶନ କହିଛନ୍ତି। ନଭେମ୍ବର ୩ରେ ଅନ୍ଧେରୀ ଇଷ୍ଟ ଉପନିର୍ବାଚନ ହେବାକୁ ଯାଉଛି। 

Advertisment
Shivsena
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ