Advertisment

ଆଧୁନିକ ଇଞ୍ଜିନିୟରିଂର ଚମତ୍କାରିତା,ଖୁବଶୀଘ୍ର ଲୋକାର୍ପିତ ହେବ ଦ୍ୱାରକା ଏକ୍ସପ୍ରେସ ୱେ

ଭାରତର ପ୍ରଥମ ଏଲିଭେଟେଡ୍ ଏକ୍ସପ୍ରେସ ୱେ । ୪ସ୍ତରୀୟ ଏକ୍ସପ୍ରେସ ୱେ, କ୍ଲୋଭରଲିଫ୍ ଇଣ୍ଟରଚେଞ୍ଜ ।

ଅଦ୍ୟତନ ହୋଇଛି
Nitin Gadkari on Dwarka Expressway

Dwarka Expressway

Advertisment

ନୂଆଭାରତର ଏକ୍ସପ୍ରେସ ୱେ । କେବଳ ଲୋକଙ୍କ ଗମନାଗମନ ପାଇଁ ନୁହେଁ, ସବୁ ଦୃଷ୍ଟିରୁ ଉନ୍ନତ ଓ ଅତ୍ୟାଧୁନିକ । ଏଭଳି ଅଦ୍ୱିତୀୟ ଇଞ୍ଜିନିୟରିଂର ଉଦାହରଣ ଦେଖିବାକୁ ମିଳିବ ଦ୍ୱାରକା ଏକ୍ସପ୍ରେସ ୱେରେ । ଦିଲ୍ଲୀରୁ ହରିୟାଣାକୁ ଯୋଡ଼ୁଥିବା ଏହି ଏକ୍ସପ୍ରେସ ୱେ ଆଉ କିଛି ମାସ ଭିତରେ ଲୋକାର୍ପିତ ହେବାକୁ ଯାଉଥିବା ବେଳେ,ଏହାର ଏକ ଆକର୍ଷଣୀୟ ଭିଡିଓ ସୋସିଆଲ ମିଡିଆରେ ସେୟାର୍ କରିଛନ୍ତି ନିଜେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରି ।

Advertisment

ଦ୍ୱାରକା ଏକ୍ସପ୍ରେସ ୱେ(Dwarka Expressway:)...  ଭାରତୀୟ ଇଂଜିନିୟର ମାନଙ୍କ ଉତ୍କର୍ଷତା। ଦେଶର ପ୍ରଥମ ଏଲିଭେଟେଡ୍ ଏକ୍ସପ୍ରେସ ୱେ ଭାବେ ଏଥିରେ ଭୂମି ଠାରୁ ଉପରେ ୮ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ଚାଲିଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ପୋଷ୍ଟ କରି ଦ୍ୱାରକା ଏକ୍ସପ୍ରେସୱେରେ ଭବିଷ୍ୟତ ପାଇଁ ଏକ ଅତ୍ୟାଧୁନିକ ଯାତ୍ରାବୋଲି ଲେଖିଛନ୍ତି । ନର୍ଦ୍ଦର୍ଣ୍ଣ ପେରିଫେରାଲ ରୋଡ୍ ନାମରେ ନାମିତ ଏହି ରାସ୍ତା ଦିଲ୍ଲୀର ଦ୍ୱାରକା ସହ ଗୁରୁଗ୍ରାମର ଖେରକି ଟୋଲ ପ୍ଲାଜାକୁ ସଂଯୋଗ କରୁଛି । ଆସନ୍ତା ତିନି ଚାରି ମାସ ମଧ୍ୟରେ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ନିର୍ମାଣ କାମ ଶେଷ ହେବ ।

Advertisment

ଦ୍ୱାରକା ଏକ୍ସପ୍ରେସ ୱେରେ ଥରେ ଯାତ୍ରା କଲେ ଅଭୁଲା ସ୍ମୃତି ହୋଇ ରହିଯିବ ବୋଲି ଭିଡିଓରେ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡ଼କରୀ । ଏପରିକି ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଏହା ମନେ ରହିବ। ଏହି ପ୍ରକଳ୍ପ ନିର୍ମାଣ ବେଳେ ପରିବେଶ ସୁରକ୍ଷା ପ୍ରତି ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ପ୍ରଥମଥର ପାଇଁ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୨ଶହ ବଡ଼ଗଛକୁ ଉଠାଯାଇ ଅନ୍ୟତ୍ର ରୋପଣ କରାଯାଇଛି ।...

ଅତ୍ୟାଧୁନିକ ଦ୍ୱାରକା ଏକ୍ସପ୍ରେସ ୱେର ଲମ୍ବ ରହିଛି ୨୭.୬ କିଲୋମିଟର। ୩୪ ମିଟର ଓସାରର ଏହି ରାସ୍ତା ପାଇଁ ବ୍ୟୟ ଅଟକଳ ରହିଛି ୯ ହଜାର କୋଟି ଟଙ୍କା । ଏଥିରେ ବିଭିନ୍ନ ପ୍ରକାର ଆଧୁନିକ ସଡ଼କ ନିର୍ମାଣ ଶୈଳୀର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଛି । ୪ ସ୍ତରୀୟ ଏହି ଏକ୍ସପ୍ରେସୱେରେ ରହିଛି ଅଣ୍ଡରପାସ, ସୁଡ଼ଙ୍ଗ, ଗ୍ରେଡ୍ ରୋଡ୍, ଏଲିଭେଟେଡ୍ ରୋଡ୍ ଓ ଫ୍ଲାଏ ଓଭର ଇତ୍ୟାଦି। କେବଳ ଏତିକି ନୁହେଁ ।

Advertisment

ଏହି ଏକ୍ସପ୍ରେସ ୱେର ନିର୍ମାଣ ଶେଷ ହେବା ପରେ ଦିଲ୍ଲୀ ଓ ହରିଆଣା ମଧ୍ୟରେ ଯାତାୟତରେ ଅନେକ ସୁଧାର ଆସିବ। ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସରେ ଦିନକୁ ଦିନ ଟ୍ରାଫିକ୍ ବଢୁଥିବାରୁ ଏହାର ବିକଳ୍ପ ଭାବେ ଦ୍ୱାରକା ଏକ୍ସପ୍ରେସ କାମ ହାତକୁ ନିଆଯାଇଛି । ଦିଲ୍ଲୀ-ଜୟପୁର, NCR,IGI ବିମାନ ବନ୍ଦରକୁ କମ୍ ସମୟରେ ପହଞ୍ଚି ହେବ । ଏକ୍ସପ୍ରେସ ୱେର ଉଭୟ ପାଖରେ ତିନିଟି ଲେଖାଏଁ ସର୍ଭିସ ରୋଡ୍ କରାଯାଇଛି । ଏହି ଅତ୍ୟାଧୁନିକ ଏକ୍ସପ୍ରେସ ୱେରେ ନିର୍ମାଣ ପାଇଁ ୨ ଲକ୍ଷ ଟନ୍ ଷ୍ଟିଲ ବ୍ୟବହାର ହୋଇଛି । ଯାହାକି ପ୍ୟାରିସର ପ୍ରଖ୍ୟାତ ଏଫିଲ ଟାୱାରରେ ଲାଗିଥିବା ଷ୍ଟିଲ ତୁଳନାରେ ୩୦ଗୁଣ ଅଧିକ। ଏଥିସହ ୨୦ ଲକ୍ଷ କ୍ୟୁବିକ୍ ମିଟର ସିମେଣ୍ଟ କଂକ୍ରିଟ ବ୍ୟବହାର କରାଯାଇଛି । ଯାହାକି ଦୁବାଇର ବୁର୍ଜ ଖଲିଫାରେ ଲାଗିଥିବା କଂକ୍ରିଟଠୁ ୬ଗୁଣ ଅଧିକ ।

Nitin Gadkari Dwarka Expressway
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ