Advertisment

ଶିକ୍ଷକଙ୍କ ଅଜବ କାରନାମା...ମଦ ପିଇ ଛାତ୍ରଙ୍କୁ କରିଦେଲେ ବିଦା

ମଦ ନିଶାରେ କ୍ଲାସକୁ ଆସିଥିଲେ ଶିକ୍ଷକ। ପିଲାମାନଙ୍କୁ ସ୍କୁଲ ଛୁଟି କହିବା ସହ ଘରକୁ ବିଦା କରିଦେଇଥିଲେ।

ଅଦ୍ୟତନ ହୋଇଛି
Holiday

Holiday

Advertisment

ମଦ ପିଇ ସ୍କୁଲ ଆସିଲେ ଶିକ୍ଷକ। ପିଲାଙ୍କୁ ପଢାଇବେ କ'ଣ ସ୍କୁଲ ଛୁଟି କହି ବିଦା କରିଦେଲେ। ଏପରି କାଣ୍ଡ କରିବା ପରେ ଶିକ୍ଷକଙ୍କୁ ବାନ୍ଧିବା ସହ ଘୋଷାଡି ଘୋଷାଡି ପୋଲିସ ଷ୍ଟେସନ ନେଇଗଲେ ଉତ୍ତ୍ୟକ୍ତ ଅଭିଭାବକ।

Advertisment

ବିହାର ପାଟଣାରେ ଘଟିଛି ଏଭଳି ଅଜବ ଘଟଣା। ରୋହଚାସ ଜିଲ୍ଲା ନୂଆହାଟ ଅଂଚଳରେ ଥିବା କୋରହାସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍କୁଲର ଶିକ୍ଷକ ରବି ଶଙ୍କର ଭାରତୀ ମଦ ନିଶାରେ ସ୍କୁଲ ଛୁଟି କରିଦେବା ପରେ ତାଙ୍କୁ ଗାଁ ଲୋକେ ପୋଲିସ ଜିମା ଦେଇଛନ୍ତି।

ସୂଚନା ଅନୁସାରେ, ବୁଧବାର ସ୍କୁଲକୁ ପିଲାମାନେ ଆସିଥିଲେ। ସାର୍ ମଦ ନିଶାରେ କ୍ଲାସକୁ ଆସିଥିଲେ। ପିଲାମାନଙ୍କୁ ଆଜି ସ୍କୁଲ ଛୁଟି କହିବା ସହ ଘରକୁ ବିଦା କରିଦେଇଥିଲେ। ପିଲାମାନେ ଶୀଘ୍ର ଘରକୁ ଫେରିବା ଦେଖି ଅଭିଭାବକମାନେ ପଚାରିବାରୁ ସେମାନେ ଛୁଟି ବୋଲି କହିଥିଲେ। ଅଭିଭାବକମାନେ ସ୍କୁଲକୁ ଯାଇ ଦେଖିବା ବେଳକୁ ସାର୍ ମଦ ନିଶାରେ ଝୁଲୁଥିଲେ।

Advertisment

ଏହାପରେ ଗ୍ରାମବାସୀ ତାଙ୍କୁ ବାନ୍ଧି ଥାନାକୁ ନେଇଯାଇଥିଲେ। ପୋଲିସର ସୂଚନା ଅନୁଯାୟୀ, ତାଙ୍କୁ ବୁଧବାର ଦିନ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜରିମାନା ଦେବାକୁ କହି ଛାଡ଼ି ଦେଇଥିଲେ। ତେବେ ପ୍ରଥମଥର ପାଇଁ ଜରିମାନା ଭରିବା ପରେ ନିଶା ସେବନ କରିଥିବା ବ୍ୟକ୍ତିଙ୍କୁ ଛଡାଯାଇଛି। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ଶାହ ଶିକ୍ଷକଙ୍କୁ ନିଲମ୍ୱନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ବଡ଼ ଓ ଗମ୍ଭୀର ଘଟଣା ବୋଲି ସେ କହିଛନ୍ତି।

Teacher Drunk Holiday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ