Advertisment

ବାପରେ ବାପ ! ଏତେ ମଦ ନିଶା ଯେ, ବିମାନ ଭିତରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ

ବିମାନ ଭିତରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ ମଦ୍ୟପ ଯାତ୍ରୀ।  ଏଥିରେ ମହିଳାଙ୍କ ଡ୍ରେସ୍‌, ଜୋତା ଓ ବ୍ୟାଗ୍‌ ଓଦା ହୋଇଯାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Drunk Man Pees On Co Passenger In Flight

Drunk Man Urinates On Woman In Flight

Advertisment

ବିମାନ ଭିତରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ ମଦ୍ୟପ ଯାତ୍ରୀ।  ଏଥିରେ ମହିଳାଙ୍କ ଡ୍ରେସ୍‌, ଜୋତା ଓ ବ୍ୟାଗ୍‌ ଓଦା ହୋଇଯାଇଥିବା ଅଭିଯୋଗ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଘଟଣା ପରେ ମଦ୍ୟପ ଯାତ୍ରୀ ଜଣକ ସେମିତି ଛିଡ଼ା ହୋଇଥିଲେ, ଯେପର୍ଯ୍ୟନ୍ତ ଅନ୍ୟ ଯାତ୍ରୀମାନେ ତାଙ୍କୁ ତାଙ୍କ ସିଟ୍‌ ପାଖକୁ ଯିବା ପାଇଁ କହି ନଥିଲେ। ଗତବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନର ବିଜନେସ୍ କ୍ଲାସ୍ କ୍ୟାବିନ୍‌ରେ ଏହି ଘଟଣା ଘଟିଥିଲା।

Advertisment

ଏଭଳି କାଣ୍ଡ ଘଟାଇଥିବା ସମ୍ପୃକ୍ତ ଯାତ୍ରୀଙ୍କୁ ନୋ-ଫ୍ଲାଏ ଲିଷ୍ଟରେ ରଖାଯାଇପାରେ ବୋଲି ଜଣାପଡ଼ିଛି। ଏନେଇ ଏୟାରଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ମହିଳା ଯାତ୍ରୀଙ୍କ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବାରୁ ଏନେଇ ସେ ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ଏନ୍‌. ଚନ୍ଦ୍ରଶେଖରନଙ୍କୁ ଜଣାଇଥିଲେ।

ଅଭିଯୋଗ ଅନୁସାରେ, ଗତବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନର ବିଜ୍‌ନେସ୍‌ କ୍ଲାସ୍‌ରେ ଏହି ଘଟଣା ଘଟିଥିଲା। ବିମାନରେ ଜଣେ ମଦ୍ୟପ ଯାତ୍ରୀ ନିକଟରେ ବସିଥିବା ୭୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ଏନେଇ ମହିଳା ଜଣଙ୍କ ବିମାନରେ ଥିବା କ୍ରିୟୁ ମେମ୍ବରଙ୍କୁ ଜଣାଇବା ସହ ତାଙ୍କ ପୋଷାକ, ଜୋତା ଓ ବ୍ୟାଗ ଓଦା ହୋଇଯାଇଥିବା ଅଭିଯୋଗ କରିଥିଲେ। ବିମାନ କର୍ମଚାରୀ ସିଟ୍‌କୁ ସାନିଟାଇଜ୍ କରି ସାରିବା ପରେ ବି ମହିଳା ଜଣଙ୍କ ସେଠାରେ ବସିବାକୁ ରାଜି ନହେବାରୁ ତାଙ୍କୁ କ୍ରିୟୁ ସିଟ୍‌ରେ ବସିବାକୁ କୁହାଯାଇଥିଲା। ତେବେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ବିଜନେସ କ୍ଲାସ୍ କ୍ୟାବିନ୍‌ରେ ସିଟ୍ ଫାଙ୍କା ଥିଲେ ମଧ୍ୟ ତାଙ୍କୁ ସେଠାରେ ବସିବାକୁ ଅନୁମତି ମିଳିନଥିଲା।ବିମାନଟି ଦିଲ୍ଲୀରେ ପହଞ୍ଚିବା ପରେ ମଦ୍ୟପ ଯାତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।  ଶେଷରେ ବାଧ୍ୟ ହୋଇ ସମ୍ପୃକ୍ତ ମହିଳା ଯାତ୍ରୀ ଟାଟା ଗ୍ରୁପ୍ ଚେୟାରମ୍ୟାନ୍‌ଙ୍କୁ ଏସମ୍ପକରେ ଜଣାଇଥିଲେ।

Advertisment

ଅଧିକ ପଢ଼ନ୍ତୁ: କାହା କଥା ଶୁଣିଲେନି, ବିମାନ ଭିତରେ ପିଟି ଚାଲିଲେ...

ଏହାପରେ ଏୟାର ଇଣ୍ଡିଆ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମାମଲାର ତଦନ୍ତ ପାଇଁ ଏକ ଆଭ୍ୟନ୍ତରୀଣ କମିଟି ଗଠନ ସହ ଉକ୍ତ ମଦ୍ୟପ ଯାତ୍ରୀଙ୍କୁ ନୋ ଫ୍ଲାଏ ଲିଷ୍ଟରେ ରଖିବାକୁ ସୁପାରିଶ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ଏନେଇ ଏୟାର ଇଣ୍ଡିଆକୁ ରିପୋର୍ଟ ତଲବ କରାଯାଇଛି।

Air India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ