Advertisment

ଅନନ୍ୟା ପାଣ୍ଡେଙ୍କ ଲାଇଫଷ୍ଟାଇଲ୍, ବିଳାସପୂର୍ଣ୍ଣ ଘର ସାଙ୍ଗକୁ ରହିଛି ଏ ସବୁ ଶାନଦାର କାର୍

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ପଦାକୁ ଆସୁଛି ବଲିଉଡର ଭିତିରି କଥା। ଜଣକ ପରେ ଜଣେ ସେଲିବ୍ରିଟିଙ୍କୁ ଯାଞ୍ଚ କରୁଛି ଏନସିବି। ପ୍ରଥମେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏନସିବି ଜାଲରେ ଫଶିବା ପରେ ଏବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏନସିବି ରାଡାରକୁ ଆସିଛନ୍ତି

Ananya Pandey

Ananya Pandey

Advertisment

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ପଦାକୁ ଆସୁଛି ବଲିଉଡର ଭିତିରି କଥା। ଜଣକ ପରେ ଜଣେ ସେଲିବ୍ରିଟିଙ୍କୁ ଯାଞ୍ଚ କରୁଛି ଏନସିବି। ପ୍ରଥମେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏନସିବି ଜାଲରେ ଫଶିବା ପରେ ଏବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏନସିବି ରାଡାରକୁ ଆସିଛନ୍ତି। ଅକାଧିକ ଥର ଅନନ୍ୟାଙ୍କୁ ପଚରାଉଚରା କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଠିକ ତଥ୍ୟ ପାଇନାହିଁ ଏନସିବି। ତେବେ କିଏ ଏହି ଅନନ୍ୟା ପାଣ୍ଡେ। ମାତ୍ର ୨୨ ବର୍ଷ ବୟସରେ ସେ ୭୨ କୋଟି ଟଙ୍କାର ମାଲିକାଣୀ କେମିତି ହେଲେ ଜାଣନ୍ତୁ।

Advertisment

ବଲିଉଡ ଅଭିନେତା ଚୁଙ୍କି ପାଣ୍ଡେଙ୍କ ଝିଅ ହେଉଛନ୍ତି ଅନନ୍ୟା ପାଣ୍ଡେ। ଏବେ ତାଙ୍କ ବୟସ ମାତ୍ର ୨୨ ବର୍ଷ। ନିଜ ବାପା ଚୁଙ୍କି ପାଣ୍ଡେଙ୍କଠାରୁ ସେ ଅଲଗା ହୋଇ ରହୁଛନ୍ତି। ନିଜେ କିଣିଥିବା ଏକ ଘରେ ହିଁ ରୁହନ୍ତି ଅନନ୍ୟା। ଏତେ କମ ବୟସରେ ଅନନ୍ୟା ୭୨ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହୋଇ ପାରିଛନ୍ତି। ଗୋଟିଏ ଫିଲ୍ମରେ କାମ କରିବା ପାଇଁ ଅନନ୍ୟା ପ୍ରାୟ ୨ କୋଟି ଟଙ୍କା ଚାର୍ଜ କରିଥାନ୍ତି। ଏହା ସହ ଅନନ୍ୟାଙ୍କର ଅଧିକାଂଶ ରୋଜଗାର ବିଜ୍ଞାପନରୁ ହିଁ ଆସିଥାଏ। ନିଜ ଇନଷ୍ଟାଗ୍ରାମରେ ତାଙ୍କର ୨୦.୩ ମିଲିୟନ ଫଲୋଅର୍ସ ଅଛନ୍ତି। ଏହି ଫ୍ୟାନ୍ ବେସର ଫାଇଦା ବ୍ରାଣ୍ଡ୍ ପ୍ରୋମୋସନ୍ କରିବା ଦ୍ୱାରା ଅନନ୍ୟାଙ୍କୁ ମିଳିଥାଏ।

Advertisment

 ଏସବୁକୁ ଛାଡି ଅନନ୍ୟା ପାଣ୍ଡେଙ୍କ କାର କଲେକ୍ସନ ମଧ୍ୟ ବଲିଉଡରେ ଭିନ୍ନ। ତାଙ୍କ ପାଖରେ ଥିବା କାର ମଧ୍ୟରୁ ଏକାଧିକ ବିଳାସପୂର୍ଣ୍ଣ ଏବଂ ମହଙ୍ଗା କାର ରହିଛି। ଅନନ୍ୟାଙ୍କ ପାଖରେ ରହିଛି ଅଡି ଏ-୮। ଯାହାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା। ସେହିପରି ୭୦ ଲକ୍ଷ ଟଙ୍କାର ବିଏମଡବ୍ଲୁ ୬ ଜିଟି ଗାଡି ତାଙ୍କ ପାଖରେ ରହିଛି। ଏହା ବ୍ୟତୀତ ଏକ ରେଞ୍ଜ ରୋଭର ସ୍ପୋର୍ଟସ ଅନନ୍ୟାଙ୍କ କାର କଲେକ୍ସନରେ ରହିଛି। ଯାହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ। ଏହା ସହ ୧ କୋଟି ଟଙ୍କାର ମର୍ସିଡିଜ ବେଞ୍ଜ ଇ କ୍ଲାସ, ପ୍ରାୟ ୩୫ ଲକ୍ଷର ଫୋର୍ଡ ଓ ୭୦ ଲକ୍ଷ ଟଙ୍କା ମୂଲ୍ୟର ସ୍କୋଡା କୋଡିଂ ଲଗଜରୀ କାର ରହିଛି।

ଆଜି ପର୍ଯ୍ୟନ୍ତ ଅନନ୍ୟା କେବଳ ତିନୋଟି ଫିଲ୍ମରେ ଅଭିନୟ କରିଛନ୍ତି। ଯେଉଁ ଚଳଚ୍ଚିତ୍ର ମଧ୍ୟରେ ରହିଛି ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨, ଖାଲି ପିଲି ଓ ପତି ପତ୍ନୀ ଓ୍ବର ୱୋ ୨। କେବଳ ଖାଲି ପିଲିରେ ଇଶାନ ଖଟ୍ଟରଙ୍କ ବିପକ୍ଷରେ ତାଙ୍କୁ ଦେଖିବାକୁ ମିଳିଥିଲା।​ ତେବେ ଷ୍ଟାର କିଡ ହୋଇଥିବାରୁ ଅନନ୍ୟାଙ୍କୁ ଅନେକ ଥର ଡ୍ରୋଲ ମଧ୍ୟ କରାଯାଇଛି।

Advertisment

ଶାହରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କ ଘନିଷ୍ଠ ବନ୍ଧୁ ହେଉଛନ୍ତି ଅନନ୍ୟା। ଆର୍ଯ୍ୟନ ଖାନଙ୍କ ସହ ମଧ୍ୟ ତାଙ୍କର ଭଲ ବନ୍ଧୁତା ରହିଛି। ଅନେକ ସମୟରେ ଏ ତିନିଜଣ ଏକାଠି ପାର୍ଟି କରୁଥିବା ନଜର ଆସିଛନ୍ତି। ଏଇଥି ପାଇଁ ଏନସିବି ସନ୍ଦେହ କରୁଛି ଯେ ଅନନ୍ୟା ମଧ୍ୟ ଆର୍ଯ୍ୟନଙ୍କ ସହ ଡ୍ରଗ୍ସ ଲିଙ୍କରେ ଲିପ୍ତ ରହିଛି। ଆର୍ୟନଙ୍କ ସହ ହ୍ୱାଟସଆପ ଚାଟକୁ ନେଇ ଅନନ୍ୟା ସାମ୍ନାକୁ ଆସିଛନ୍ତି। ଚାଟିଂରେ ଆର୍ଯ୍ୟନ ଖାନ ସହ ଅନନ୍ୟା ମଦ୍ୟପାନ ବିଷୟରେ ଆଲୋଚନା କରୁଥିଲେ। ଏହି ଆଧାରରେ ଏନସିବି ଆର୍ଯ୍ୟନଙ୍କ ସମେତ ଅନନ୍ୟା ପାଣ୍ଡେକୁ ଜେରା କରୁଛନ୍ତି।

ଜେରା ବେଳେ ନିର୍ଦ୍ଧାରିତ ସମୟର ବିଳମ୍ବରେ ଅନନ୍ୟା ଆସୁଥିବାର ଦେଖି ତାଗିଦ କରିଛନ୍ତି ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ। କହିଛନ୍ତି ଏନସିବି ଅଫିସ ତୁମର ପ୍ରଡକ୍ସନ ହାଉସ ନୁହେଁ। ଏହା ସେଣ୍ଟ୍ରୋଲ ଏଜେନ୍ସିର ଅଫିସ। ଯେଉଁ ସମୟରେ ତୁମକୁ ଡକାଯିବ, ସେହି ସମୟରେ ପହଞ୍ଚିବାକୁ ପଡ଼ିବ। ୱାନଖେଡେଙ୍କ ଏ କଥା ଶୁଣି ତାଜୁବ ହୋଇ ଯାଇଛନ୍ତି ଅନନ୍ୟା ପାଣ୍ଡେ ଓ ଚୁଙ୍କି ପାଣ୍ଡେ।

India Ananya Pandey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ