Advertisment

ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘର ଉପରେ ଉଡ଼ିଲା ଡ୍ରୋନ୍‌

ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଉପରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। ଆଜି ଭୋର ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ୍‌ ଉଡ଼ୁଥିବା ନଜର ଆସିଥିଲା।

ଅଦ୍ୟତନ ହୋଇଛି
Drone Spotted Over PM Modi's House in Delhi

Drone spotted over PM Modi residence in delhi

Advertisment

ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଉପରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। ଆଜି ଭୋର ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ୍‌ ଉଡ଼ୁଥିବା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ‌ଏନେଇ SPG, ଦିଲ୍ଲୀ ପୋଲିସ୍‌କୁ ସୂଚନା ଦେବା ପରେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Advertisment

କିଏ ଓ କାହିଁକି ଡ୍ରୋନ୍‌ ଉଡ଼ାଇ ଥିଲା ସେସମ୍ପର୍କରେ କିଛି ଜଣାପଡ଼ିନି। ଏପରିକି ପୋଲିସ୍‌ ହାତରେ କୌଣସି ଡ୍ରୋନ୍‌ ମଧ୍ୟ ଲାଗି ନାହିଁ। ଏନେଇ ଛାନ୍‌ଭିନ୍‌ ଚାଲିଛି।

Advertisment

ଏଠାରେ କହି ରଖୁଛୁ ଯେ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଓ ଏହାର ଆଖପାଖ ଅଞ୍ଚଳ ନୋ ଫ୍ଲାଇଂ ଜୋନ୍‌ରେ ଅର୍ନ୍ତଭୁକ୍ତ। ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

PM Narendra Modi Drone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ