Drone Seen In Arina Sector
ଜମ୍ମୁ : ଜମ୍ମୁସ୍ଥିତ ଅରିନା ସେକ୍ଟରର ଅନ୍ତରାଷ୍ଟ୍ରୀୟ ସୀମାରେ ଏକ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି । ଆଜି ସକାଳ ପ୍ରାୟ ୫ଟା ୩୦ରେ ଡ୍ରୋନ ପରି ଏକ ଉଡୁଥିବା ଜିନଷକୁ ସୀମାର ସୁରକ୍ଷାକର୍ମୀମାନେ ଦେଖିଥିଲେ । ଅନରିୟା ସେକ୍ଟରରେ ଉଡୁଥିବା ଏହିଅ ଡ୍ରୋନ୍ରୁ ଲାଲ ଓ ହଳଦିଆ ରଙ୍ଗର ରଶ୍ମୀ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଯବାନମାନେ ପ୍ରାୟ ୨୫ ରାଉଣ୍ଡ ଗୁଳି ଚଳାଇଥିଲେ। ତେବେ ଏହି ଗୁଳି ବର୍ଷଣ ପରେ ଡ୍ରୋନଟି ପାକିସ୍ତାନ ଅଭିମୁଖେ ଚାଲିଯାଇଥିଲା ।
ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୫ଟା ୩୦ରେ ଅରନିଆ ସେକ୍ଟରର ଅନ୍ତରାଷ୍ଟ୍ରୀୟ ସୀମାରେ ଆକାଶମାର୍ଗରେ କିଛି ଜ୍ୱଳନ୍ତ ହଳଦିଆ ଓ ଲାଲ ରଶ୍ମୀ ଯବାନମାନେ ଦେଖିବାକୁ ପାଇଥିଲେ। ଏହାକୁ ଦେଖିବାମାତ୍ରେ ସେମାନେ ଏହି ଉଡନ୍ତା ଜିନିଷ ଉପରକୁ ଗୁଳି ବର୍ଷଣ କରିବା ଆରମ୍ଭ କରିଦେଇଥିଲେ । ଯାହା ଫଳରେ ଏହା ସଙ୍ଗେ ସଙ୍ଗେ ପାକିସ୍ତାନ ଆଡକୁ ଚାଲିଯାଇଥିଲା । ବର୍ତ୍ତମାନ ଭାରତୀୟ ଜବାନଙ୍କୁ ପଚାରାଉଚୁରା କରି ପୋଲିସ ଓ ବିଏସ୍ଏଫ୍ ଦ୍ୱାରା ଏହି ଘଟଣାର ଯାଞ୍ଚ କରାଯାଉଛି।
Also Read
ପ୍ରକାଶଥାଉ ଯେ ସୀମାରେ ଭାରତର ସୁରକ୍ଷାକର୍ମୀମାନେ ପ୍ରତିଟି ମୂହୁର୍ତ୍ତ ପାଇଁ ସଜାଗ ରହିଛନ୍ତି । ଏହି କାରଣକୁ ପାକିସ୍ତାନ ସୀମା ପାର ଅନୁପ୍ରବେଶ କରିବାରେ ବିଫଳ ହୋଇଛି। ଯାହା ଫଳରେ ଭାରତୀୟ ସେନା ଉପରେ ନଜର ରଖିବା ପାଇଁ ସେମାନେ ଡ୍ରୋନର ସହାୟତା ନେଉଥିବା ଜଣାଯାଇଛି। ଏହା ପୂର୍ବରୁ ମଧ୍ୟ କିଛିଦିନ ହେବ ପାକିସ୍ତାନ ଭାରତକୁ ଅନେକ ଥର ଡ୍ରୋନ୍ ପଠାଇବାର ଉଦାହରଣ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629709179.jpeg)


