• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁପିଏସ୍‌ସି ସିଡିଏସ୍ ପରୀକ୍ଷାରେ ଟପ୍‌ କଲେ ଡ୍ରାଉଭରଙ୍କ ପୁଅ । କଠିନ ପରିଶ୍ରମ କରି ପିଲା ଦିନର ଇଚ୍ଛା ପୂରଣ କଲେ ଉତ୍ତରାଖଣ୍ଡର ହିମାଂଶୁ ପାଣ୍ଡେ । ସିଡିଏସ୍ ୨ ପରୀକ୍ଷାରେ ଟପ୍ପର ହୋଇ ଭାରତୀୟ ସାମରିକ ଏକୋଡେମି IMAରେ ନାମ ଲେଖାଇବା ପାଇଁ ତାଙ୍କୁ ସୁଯୋଗ ମିଳିଛି । ତାଙ୍କର ଏହି ସଫଳତା ପରେ ବାପାମା’ ଖୁସି ଥିବା ବେଳେ ସାରା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

ଉତ୍ତରାଖଣ୍ଡ ହଲଦୱାନି ନୀବାସୀ ହିମାଂଶୁ ପାଣ୍ଡେ । ବାପା ପ୍ରାଇଭେଟ୍‌ କମ୍ପାନୀରେ ଡ୍ରାଇଭର କାମ କରି ଗୁଜୁରାର ମେଣ୍ଟାନ୍ତି , ମା’ ଗୃହିଣୀ । ପୁଅକୁ ମଣିଷ କରିବା ପାଇଁ ଗରିବ ବାପା ଖୁବ୍‌ ପରିଶ୍ରମ କରୁଥିଲେ । ନିଜେ ଅଭାବନରେ ରହୁଥିଲେ ସୁଦ୍ଧା ପୁଅକୁ କେବେ ଅଭାବ ଅନୁଭବ ହେବାକୁ ଦେଉନଥିଲେ । ପାଠପଢ଼ା ପାଇଁ ଟଙ୍କା ନିଅଣ୍ଟ ହେଉଥିଲେ ସୁଦ୍ଧା ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥିଲେ ପୁଅକୁ ବଡ଼ ମଣିଷ କରିବାକୁ ।

ସେହିପରି ପୁଅ ହିମାଂଶୁ ପାଣ୍ଡେ ମଧ୍ୟ ପାଠପଢ଼ାରେ ଆଦୌ ହେଳା କରୁନଥିଲେ । ପିଲାବେଳୁ ଖୁବ୍‌ ମେଧାବୀ ଥିଲେ । ସେ ଦ୍ୱାଦଶ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ । ଏହା ପରେ B.Tech କରିବା ପାଇଁ ନିଜେ ପ୍ରସ୍ତୁତି କରିଥିଲେ ।

ପରେ ସେ ବିପିନ୍ ଚନ୍ଦ୍ର ତ୍ରିପାଠୀ ଇଞ୍ଜିନିୟରିଂ କଲେଜ୍ ଦ୍ୱାରାହାଟ୍ ଆଲମୋରାରେ ନାମ ଲେଖାଇଥିଲେ । ଏକ ସମୟରେ ସେ ବି.ଟେକ୍ ପାଇଁ ପାଠପଢ଼ା କରିବା ସହ ସେନା ପାଇଁ ପ୍ରସ୍ତୁତି ଜାରି ରଖିଥିଲେ । ଦିନ ରାତି ଏକ କରି ପାଠ ପଢ଼ୁଥିଲେ । CDS ପାଇଁ ଏହା ଥିଲା ତାଙ୍କର ତୃତୀୟ ପ୍ରୟାସ । ବର୍ତ୍ତମାନ ହିମାଂଶୁଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଛି । ଡେରାଡୁନସ୍ଥିତ ଆଇଏମ୍‌ଏରେ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି।

ଜୁନ୍ ୩ ତାରିଖରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ସିଡିଏସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଉ ଏଥିରେ ହିମାଂଶୁ ଟପ୍‌ କରିବା ପରେ ତାଙ୍କ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି।