Advertisment

ମଦ ପିଇଲେ ଆଉ ମିଳିବ ନାହିଁ ରାସନ

ମଦୁଆଙ୍କୁ ଏଣିକି ମିଳିବ ନାହଁ ସରକାରୀ ରାସନ। ଯେଉଁମାନେ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ଅର୍ଥାତ୍‌ ଯେଉଁମାନେ ଚାଉଳ, ଗହମ ଓ କିରୋସିନ୍‌ ସୂଲଭ ମୂଲ୍ୟରେ ପାଉଛନ୍ତି ସେମାନଙ୍କ ପାଇଁ ଏହା ବଡ଼ ଖବର। କାରଣ ଆଉ ମଦ ପିଇବା ଲୋକଙ୍କୁ ଦିଆଯିବ ନାହିଁ ସରକାରୀ ରାସନ।

PDS

PDS

Advertisment

ନୂଆଦିଲ୍ଲୀ: ମଦୁଆଙ୍କୁ ଏଣିକି ମିଳିବ ନାହଁ ସରକାରୀ ରାସନ। ଯେଉଁମାନେ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ଅର୍ଥାତ୍‌ ଯେଉଁମାନେ ଚାଉଳ, ଗହମ ଓ କିରୋସିନ୍‌ ସୂଲଭ ମୂଲ୍ୟରେ ପାଉଛନ୍ତି ସେମାନଙ୍କ ପାଇଁ ଏହା ବଡ଼ ଖବର। କାରଣ ଆଉ ମଦ ପିଇବା ଲୋକଙ୍କୁ ଦିଆଯିବ ନାହିଁ ସରକାରୀ ରାସନ। ଏ ସମ୍ପର୍କରେ ଜଣାପଡ଼ିବା ପରେ ଆପଣମାନେ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ ଓ କହିବେ ଏମିତି ନିୟମ କାହିଁକି ଓ କିଏ କଲା? କିନ୍ତୁ ଏହି ଖବର ପୂରା ସତ। ଦିନକୁ ଦିନ ମଦୁଆଙ୍କ ସଂଖ୍ୟା ବଢୁଥିବା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି।

Advertisment

ମଦ ପିଇଲେ, ରାସନ ନାହିଁ। ଏମିତି ନିଷ୍ପତ୍ତି ନେଇଛନ୍ତି ହିମାଚଳ ପ୍ରଦେଶ ହମୀରପୁର ଜିଲ୍ଲାର ଲମ୍ବୁଲ ଗ୍ରାମପଞ୍ଚାୟତର ସରପଂଚ। ପଂଚାୟତରେ ଯେଉଁମାନେ ରାସନ ସାମଗ୍ରୀ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ମଦ ପିଉଥିବା ନେଇ ସୂଚନା ପାଇବା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି ସରପଂଚ। ସେ କହିଛନ୍ତି, ଦିନକୁ ଦିନ ମଦୁଆଙ୍କ ସଂଖ୍ୟା ବଢୁଛି। କେବଳ ସଂଖ୍ୟା ନୁହେଁ ବରଂ ସେମାନଙ୍କର ଉତ୍ପାତ ମଧ୍ୟ ବଢୁଛି। ଆଉ ପଂଚାୟତରେ ଅଭାବନୀୟ ଘଟଣା ମଧ୍ୟ ଘଟୁଛି। ତେଣୁ ସବୁ ଦିଗକୁ ଚିନ୍ତା କରି ସରପଂଚ ଏମିତି ନିଷ୍ପତ୍ତି ଶୁଣାଇଛନ୍ତି।

Advertisment

ମଦୁଆଙ୍କୁ ରାସନ ନମିଳିବା ନେଇ ଗାଁ ଲୋକେ ଏକ ବୈଠକ କରିଥିଲେ। ଆଉ ଏହି ବୈଠକରେ ସରପଂଚଙ୍କର ଏପରି ନିଷ୍ପତ୍ତିକୁ ଅନେକ ସ୍ୱାଗତ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ ବରଂ ପଂଚାୟତ ମଦୁଆ କାର୍ଡଧାରୀଙ୍କୁ ମଦ ଛାଡ଼ିବା ଲାଗି ୧୦ ଦିନ ସମୟ ଦିଆଯାଇଛି। ଆଉ ସମୟରେ ସେମାନେ ମଦ ଛାଡିବା ସହ ମଦ ପିଉନଥିବାର ଶପଥ ପାଠ କରିବେ । ଏହାପରେ ହିଁ ସେମାନଙ୍କୁ ରାସନ ସାମଗ୍ରୀ ମିଳିବ ବୋଲି ଜଣାପଡ଼ିଛି।

ତେବେ ପଂଚାୟତର ଏହି ନିଷ୍ପତ୍ତିକୁ ସାରା ଦେଶରେ ବେଶ୍ ଚର୍ଚ୍ଚା ଚାଲିଛି। କାରଣ ମଦ ପିଇଲେ ରାସନ ବନ୍ଦ ହୋଇଯିବ ବୋଲି କେହି କେବେ କଳ୍ପନା କରିନଥିବେ କିନ୍ତୁ ଗୋଟିଏ ଛୋଟିଆ ଗାଁର ସରପଂଚ ମଦୁଆଙ୍କୁ ସାବାଡ଼ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ରାଜ୍ୟରେ ମଧ୍ୟ ପ୍ରଶଂସା କରାଯାଉଛି।

Advertisment

ବ୍ୟୁରୋ ରିପୋର୍ଟ, ଓଟିଭି

Himachal Pradesh PDS Drinker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ