Advertisment

ସ୍ୱଦେଶୀ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ପ୍ରସ୍ତୁତ : ସୀମାରେ ତଥା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ହେବ

ଦେଶର ସୁରକ୍ଷାକୁ ଦୃଢ଼ କରିବା ପାଇଁ ସୈନ୍ୟବାହିନୀକୁ ଆଉ ଏକ ଅସ୍ତ୍ର ମିଳିଛି । ଶୁକ୍ରବାର ଦିନ DRDO ଦ୍ୱାରା ନିର୍ମିତ ଆଣ୍ଟି ଡ୍ରୋନ୍ ସିଷ୍ଟମକୁ ତିନୋଟି ସେବାରେ ସାମିଲ କରାଯାଇଛି । ଏଥିପାଇଁ ସେନା ବାୟୁସେନା ଏବଂ ନୌସେନା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି, ଆଉ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାପରେ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ସେନାରେ ସାମିଲ ହୋଇଯାଇଛି । ଏହା ଭାରତର ପ୍ରଥମ ସ୍ୱଦେଶୀ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା

ଅଦ୍ୟତନ ହୋଇଛି
anti-drone system

anti-drone system

Advertisment

ନୂଆଦିଲ୍ଲୀ : ଦେଶର ସୁରକ୍ଷାକୁ ଦୃଢ଼ କରିବା ପାଇଁ ସୈନ୍ୟବାହିନୀକୁ ଆଉ ଏକ ଅସ୍ତ୍ର ମିଳିଛି । ଶୁକ୍ରବାର ଦିନ DRDO ଦ୍ୱାରା ନିର୍ମିତ ଆଣ୍ଟି ଡ୍ରୋନ୍ ସିଷ୍ଟମକୁ ତିନୋଟି ସେବାରେ ସାମିଲ କରାଯାଇଛି । ଏଥିପାଇଁ ସେନା ବାୟୁସେନା ଏବଂ ନୌସେନା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି, ଆଉ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାପରେ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ସେନାରେ ସାମିଲ ହୋଇଯାଇଛି । ଏହା ଭାରତର ପ୍ରଥମ ସ୍ୱଦେଶୀ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ।

Advertisment

ଭାରତୀୟ ସେନା, ଭାରତୀୟ ନୌସେନା ଏବଂ ଭାରତୀୟ ବାୟୁସେନା DRDO ର ଏଣ୍ଟ୍ରି ଡ୍ରୋନ୍ ସିଷ୍ଟମ ସହ ଅନୁବନ୍ଧିତ ହୋଇଛନ୍ତି । ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ DRDO ଦ୍ୱାରା ବିକଶିତ ହୋଇଥିବାବେଳେ ଏହାକୁ ପ୍ରସ୍ତୁତ କରିଛି ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏହି ଆଣ୍ଟି ଡ୍ରୋନ୍ ସିଷ୍ଟମ ମୁତୟନ କରାଯିବ । ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏହି ଡ୍ରୋନ ସିଷ୍ଟମ ଲଗାଯାଇଥିଲା ।

ଜାମ୍ମୁ କାଶ୍ମୀର ଏୟାରବେସରେ ଆତଙ୍କବାଦୀ ଆକ୍ରମଣ ପରେ ଏହି ପ୍ରକାର ଆଣ୍ଟି ଡ୍ରୋନ୍ ବ୍ୟବସ୍ଥାର ଆବଶ୍ୟକତା ଅନୁଭବ ହୋଇଥିଲା । ସେତେବେଳେ ଆତଙ୍କବାଦୀମାନେ ବିସ୍ଫୋରକ ସାମଗ୍ରୀ ପକାଇବା ପାଇଁ ଛୋଟ ଛୋଟର ଡ୍ରୋନର ବ୍ୟବହାର କରିଥିଲେ । ଏହାପରେ ବରିଷ୍ଠ ସେନା ଅଧିକାରୀ ଏବଂ DRDOର ପ୍ରତିନିଧୀଙ୍କ ଉପସ୍ଥିତିରେ ଆଣ୍ଟ୍ରି ଡ୍ରୋନ୍ ସିଷ୍ଟମ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏହା ହେଉଛି ଏକ D4 ସିଷ୍ଟମ୍ ଯାହା ଡ୍ରୋନ୍ ଡିଟେକ୍ଟ, ଡିଟର ଏବଂ ଡିଷ୍ଟ୍ରୟ ନାମରେ ପରିଚିତ ।

Advertisment

ସୂଚନାଯୋଗ୍ୟ ଜୁନ୍ ୨୭ରେ ଜମ୍ମୁ ବାୟୁସେନା ଷ୍ଟେସନରେ ଦୁଇଟି ବୋମା ବିସ୍ଫୋରଣ ଘଟିଥିଲା । ରାତି ପ୍ରାୟ ୨ଟା ବେଳେ ଭାରତୀୟ ବାୟୁସେନା ପରିଚାଳିତ ‘ବାୟୁସେନା ଷ୍ଟେସନ୍‌’ରେ ଦୁଇଟି ବିସ୍ଫୋରଣ ଘଟିଥିଲା । ରାତି ପ୍ରାୟ ୧:୩୭ରେ ଘଟିଥିବା ପ୍ରଥମ ବିସ୍ଫୋରଣ ଯୋଗୁଁ ଗୋଟାଏ କୋଠାଘରର ଛାତ କଣା ହୋଇଯାଇଥିଲା ଏବଂ ରାତି ୧.୩୭ରେ ଘଟିଥିବା ବିସ୍ଫୋରଣଟି ପ୍ରାୟ ଏକ କିଲୋମିଟର ଦୂରରେ ଘଟିଥିବା ଶୁଭିଥିଲା। ଡ୍ରୋନ୍ ସାହାଯ୍ୟରେ ବାୟୁସେନା ଷ୍ଟେସନରେ ଆକ୍ରମଣ ହୋଇଥିବା ସନ୍ଦେହ କରିଥିଲା ସୁରକ୍ଷା ଏଜେନ୍ସି ।

India Anti Drone System
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ