Advertisment

କମାଲ କଲା DRDO : ୪୫ ଦିନରେ ଛିଡ଼ା ହୋଇଗଲା ୭ ମହଲା କୋଠା

ଦେଢ ମାସ ମଧ୍ୟରେ ତିଆରି ହୋଇଗଲା ୭ ମହଲା କୋଠା। ଉଦଘାଟନ କରିବାକୁ ଗଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

ଅଦ୍ୟତନ ହୋଇଛି
Special Story

Special Story

Advertisment

ମାସେ ନୁହେଁ କି ବର୍ଷ ନୁହେଁ, ୪୫ ଦିନରେ ନିର୍ମାଣ ହେଲା ୭ ମହଲା କୋଠା । ଏକଥା ବିଶ୍ୱାସ ନେହେଲେ ମଧ୍ୟ ସତ । ତେବେ ଏହି କୋଠାରେ ବାୟୁସେନା ପକ୍ଷରୁ ଯୁଦ୍ଧ ବିମାନ ବିକଶିତ ଓ ଅନୁସନ୍ଧାନ କରିବାର ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ବେଙ୍ଗାଲୁରୁଠାରେ ବିମାନ ବିକାଶ ପ୍ରତିଷ୍ଠାନର ଉଡ଼ାଣ ନିୟନ୍ତ୍ରଣ ପ୍ରଣାଳୀର ବ୍ୟବହାର କରାଯାଇ ଏହି କୋଠା ନିର୍ମାଣ ହୋଇଥିବା କଥା କୁହାଯାଇଛି।

Advertisment

୪୫ ଦିନରେ ପୂରା ତିଆରି ହୋଇଗଲା ୭ ମହଲା କୋଠା ଘର । ଆଉ ଏବେ ଘର ଦେଖିବାକୁ ଲୋକଙ୍କ ଜମୁଛି ଭିଡ଼। ବେଙ୍ଗାଲୁରୁର ଏହି ଘରକୁ ନେଇ ଏବେ ପୂରା ଭାରତରେ ଚର୍ଚ୍ଚା । କାରଣ ଏତେ କମ୍ ସମୟରେ ଘର ତିଆରି ହୋଇଯିବା ସହଜ କଥା ନୁହେଁ । କାରଣ ନିଅଁ ଖୋଳିବା, ପିଲର ପକାଇବା, ଛାତ, ୱାରିଂ, ପଲସ୍ତରା,ରଙ୍ଗ ଏବଂ କବାଟ ଝରକା ଲଗଉ ବହୁତ ସମୟ ଲାଗେ । ହେଲେ ଘର ମାତ୍ର ୪୫ ଦିନ ଅର୍ଥାତ୍‌ ଦେଢ ମାସରେ ତିଆରି ହେଲା କେମିତି ? ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛନ୍ତି ।

ତେବେ ଡିଆରଡିଓର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ହାଇବ୍ରିଡ ଟେକ୍ନୋଲୋଜି ମାଧ୍ୟମରେ ମାତ୍ର ୪୫ ଦିନ ମଧ୍ୟରେ ଏହି ୭ ମହଲା କୋଠା ନିର୍ମାଣ କରାଯାଇଛି । ଏହି କମ୍ପେଲକ୍ସ ଉନ୍ନତ ଓ ମଧ୍ୟମ ଯୁଦ୍ଧ ବିମାନ ପ୍ରକଳ୍ପ ଅଧିନରେ ଆସୁଥିବା ବେଳେ ବିମାନ ନିୟନ୍ତ୍ରଣ ପ୍ରଣାଳୀ ପାଇଁ ଏହା ନୂତନ ମାନଦଣ୍ଡର ବିକାଶକୁ ସୁଗମ କରିବ ବୋଲି ସେ କହିଛନ୍ତି।

Advertisment

ଭାରତୀୟ ବାୟୁସେନାକୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ଆଉ ସେହି ଯୋଜନା ଅନୁସାରେ ଏହି ଘର ତିଆରି ହୋଇଛି । ସୂଚନା ଅନୁସାରେ ଏହି ପ୍ରକଳ୍ପର ପ୍ରାରମ୍ଭିକ ବିକାଶ ମୂଲ୍ୟ ୧୫ ହଜାର କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି କୋଠାର ଉଦଘାଟନ କରିଛନ୍ତି ।

DRDO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ