ଏକ ଟଙ୍କାରେ ସ୍ଥିର ହୋଇଥିଲା ବିବାହ : ପରେ ଯୌତୁକରେ କ୍ରେଟା ମାଗି ଦିନକ ପୂର୍ବରୁ ବାହାଘର ଭାଙ୍ଗିଲେ ବରପକ୍ଷ

ଲୋକ ଦେଖାଣିଆ ଭାବେ ପ୍ରଥମେ ଏକ ଟଙ୍କାରେ ବିବାହ ସ୍ଥିର କରିଥିଲେ ପିଲାଘର ଲୋକ । ଜୁଲାଇରେ ପାରମ୍ପାରିକ ଭାବେ ଉଭୟଙ୍କର ରିଙ୍ଗ ସେରିମନି ମଧ୍ୟ ଅନୁଷ୍ଠିତ ହୋଇଥିଲା । ହେଲେ ବିବାହ ଲଗ୍ନ ଯେତିକି ପାଖେଇ ଆସୁଥିଲା, ତାଙ୍କର ଅସଲ ରୂପ ସେତିକି ବାହାରକୁ ଆସୁଥିଲା ।

ଯୌତୁକରେ ମିଳିଲାନି କ୍ରେଟା କାର, ଦିନକ ପୂର୍ବରୁ ବିବାହ ଭାଙ୍ଗିଦେଲେ ବରପକ୍ଷ

ଦୁନିଆ କେଉଁଠୁ ଯାଇ କେଉଁଠି ପହଞ୍ଚିଲାଣି । ଏକବିଂଶ ଶତାଦ୍ଦୀରେ ମହିଳାମାନେ ପୁରଷଙ୍କ କାନ୍ଧ ସହ କାନ୍ଧ ମିଳାଇ କାମ କରୁଛନ୍ତି । ଘର ପରିବାର କଥା ବୁଝିବା ସହ ଅଫିସ୍ ଦାୟିତ୍ୱ ମଧ୍ୟ ସୁଚାରୁରୂପେ ନିର୍ବାହ କରୁଛନ୍ତି । ହେଲେ ଆଜି ବି କିଝି ଯୌତୁକଲୋଭୀ ଝିଅମାନଙ୍କୁ ପଣ୍ୟଦ୍ରବ୍ୟ ପରି ବ୍ୟବହାର କରୁଛନ୍ତି । ହରିୟାଣାର ସୋହନାରେ ଏପରି ଏକ ଘଟଣା ଘଟିଛି । ଯୌତୁକୀରେ କ୍ରେଟା କାର୍ ନମିଳିବାରୁ ଗୋଟିଏ ଦିନ ପୂର୍ବରୁ ବିବାହ ଭାଙ୍ଗିଦେଲେ ଯୌତୁକଲୋଭୀ ବରପକ୍ଷ ।

ସୋହନାର ଗେହଲୋଟ୍ ବିହାରର ଗାରିମାଙ୍କ ବିବାହ ଦିଲ୍ଲୀର ଉତ୍ତରମ ନଗର ବାସିନ୍ଦା ରବିନଙ୍କ ସହ ସ୍ଥିର ହୋଇଥିଲା । ଲୋକ ଦେଖାଣିଆ ଭାବେ ପ୍ରଥମେ ଏକ ଟଙ୍କାରେ ବିବାହ ସ୍ଥିର କରିଥିଲେ ପିଲାଘର ଲୋକ । ଜୁଲାଇରେ ପାରମ୍ପାରିକ ଭାବେ ଉଭୟଙ୍କର ରିଙ୍ଗ ସେରିମନି ମଧ୍ୟ ଅନୁଷ୍ଠିତ ହୋଇଥିଲା । ହେଲେ ବିବାହ ଲଗ୍ନ ଯେତିକି ପାଖେଇ ଆସୁଥିଲା, ତାଙ୍କର ଅସଲ ରୂପ ସେତିକି ବାହାରକୁ ଆସୁଥିଲା । କ୍ରମାଗତ ଭାବରେ ସେମାନେ ଗୋଟାଏ ପରେ ଗୋଟାଏ ଡିମାଣ୍ଡ କରୁଥିଲେ । କନ୍ୟାଘର ଲୋକ ମଧ୍ୟ ଝିଅ ବିବାହ କରାଇବା ପାଇଁ ତାଙ୍କ ସମସ୍ତ କଥାରେ ହଁ ଭରୁଥିଲେ । ଅଳଙ୍କାରଠାରୁ ଆରମ୍ଭ କରି ନଗଦ ଅର୍ଥ ପର୍ଯ୍ୟନ୍ତ ଡିମାଣ୍ଡ ପରେ ଡିମାଣ୍ଡ କରାଯାଇଥିଲା ।

ଫେବୃଆରୀ ୧୮ରେ ବିବାହ ସ୍ଥିର ହୋଇଥିଲା । ଫେବୃଆରୀ ୧୬ରେ ଖୁବ୍ ଧୁମଧାମରେ ମେହନ୍ଦୀ ଓ ହଲଦୀ ରସମ୍ କରାଯାଇଥିଲା । ତେବେ ଏହାରି ଭିତରେ କ୍ରେଟା ଗାଡ଼ି ପାଇଁ ଅଡି ବସିଥିଲେ ବରପକ୍ଷ । ଚାହିଦା ଅନୁସାରେ ଝିଅ ଘର ଲୋକ ଏକ କ୍ରେଟା କାର ମଧ୍ୟ ଆଣିଥିଲେ । କିନ୍ତୁ ଭଲ ମଡେଲ ନମିଳିବା ପରେ ପୁଅ ଘର ଲୋକ ବିବାହ କରିବାକୁ ମନା କରିଦେଇଥିଲେ ।

ଏହି ମାମଲାରେ ପୀଡିତା ସୋହନା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେପଟେ ଥାନାରେ ଅଭିଯୋଗ କରିବା ପରେ ପୁଅଘରର ଲୋକମାନେ ସେମାନଙ୍କୁ ବାରମ୍ବାର ଧମକ ଦେଉଥିବା କଥା ମଧ୍ୟ କହିଛନ୍ତି । ଭିଡିଓ ପୋଷ୍ଟ କରି ସେମାନଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି ।