Advertisment

‘ଏବେ ରଙ୍ଗ ବଦଳିଛି, ଖୁବ୍‌ଶୀଘ୍ର ନୂଆ ଅବତାରରେ ଖବର ଶୁଣାଇବ ଦୂରଦର୍ଶନ’

ଖୁବ୍‌ଶୀଘ୍ର ଏକ ନୂଆ ଢ଼ଙ୍ଗରେ ଖବର ଶୁଣିବାକୁ ପ୍ରସ୍ତୁତ ହୁଅନ୍ତୁ । ଯାହା ଆପଣ ଆଗରୁ କେବେ ଶୁଣିନଥିବେ । ବିଲକୁଲ ନୂଆ ଢ଼ଙ୍ଗରେ ଡିଡି ନ୍ୟୁଜ୍‌କୁ ଅନୁଭବ କରିବେ ।

ଅଦ୍ୟତନ ହୋଇଛି
Doordarshan

Doordarshan

Advertisment

ଦୂରଦର୍ଶନକୁ କିଏ ବା ନଜାଣେ । ହେଲେ ସରକାରଙ୍କ ଉଦାସୀନତା ଯୋଗୁଁ ଆଜି ଦୂରଦର୍ଶନକୁ ଲୋକେ ଭୁଲିବାକୁ ବସିଲେଣି । ଅନ୍ୟ ଘରୋଇ ଟିଭି ଚ୍ୟାନେଲ ତୁଳନାରେ ଦୂରଦର୍ଶନର TRP ତଥା ଲୋକପ୍ରିୟତା ଖୁବ୍‌ କମ୍‌ । ତେବେ ଏହାରି ଭିତରେ ସରକାର ଏମିତି ଏକ ପଦକ୍ଷେପ ନେଇଛନ୍ତି ଯାହାକୁ ନେଇ ଦୂରଦର୍ଶନ ଆଜି ଖୁବ୍‌ ଚର୍ଚ୍ଚାରେ ।

Advertisment

କେନ୍ଦ୍ରରେ ଥିବା ଭାଜପା ସରକାର ଦୂରଦର୍ଶନ ଲୋଗୋର ରଙ୍ଗ ବଦଳାଇ ତାକୁ ଗେରୁଆ କରିଛନ୍ତି । ରଙ୍ଗ ବଦଳିଥିବା ନେଇ ଦୂରଦର୍ଶନର ଅଫିସସିଆଲ ହ୍ୟାଣ୍ଡେଲ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦିଆଯାଇଛି । ସେହି ପୋଷ୍ଟରେ କୁହାଯାଇଛି, ଆମର କେବଳ ରଙ୍ଗ ବଦଳିଛି । କିନ୍ତୁ ଆମେ ବଦଳିନାହୁଁ । ଆମେ ଆଗରୁ ଯେମିତି ଥିଲୁ ଏବେ ବି ସେମିତି ଅଛୁ । ପୂର୍ବ ପରି ଆମର ମୂଲ୍ୟବୋଧ ସମାନ ରହିବ । ତେବେ ଖୁବ୍‌ଶୀଘ୍ର ଏକ ନୂଆ ଢ଼ଙ୍ଗରେ ଖବର ଶୁଣିବାକୁ ପ୍ରସ୍ତୁତ ହୁଅନ୍ତୁ । ଯାହା ଆପଣ ଆଗରୁ କେବେ ଶୁଣିନଥିବେ । ବିଲକୁଲ ନୂଆ ଢ଼ଙ୍ଗରେ ଡିଡି ନ୍ୟୁଜ୍‌କୁ ଅନୁଭବ କରିବେ ।

ଅନ୍ୟପଟେ ଏହି ଲୋଗୋର ରଙ୍ଗ ବଦଳିବାକୁ ନେଇ ବିରୋଧୀ ଦଳ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ଲୋଗୋରେ ନାଲି ରଙ୍ଗ ଥିବାବେଳେ ବର୍ତ୍ତମାନ ଗେରୁଆ କରାଯାଇଛି। ତେଣୁ ବିରୋଧୀ ଦଳ ଏହି ପରିବର୍ତ୍ତନକୁ ନେଇ ରାଜନୈତିକ ରଙ୍ଗ ଦେଇଛନ୍ତି। ରାଜ୍ୟସଭା ସଦସ୍ୟ ତଥା ପ୍ରସାର ଭାରତୀ (DD, AIR)ର ପୂର୍ବତନ ସିଇଓ ଜବାହର ସିର୍କର କହିଛନ୍ତି, ଜାତୀୟ ପ୍ରସାରଣକାରୀ "ଗେରୁଆକରଣ" ଉପରେ ନଜର ରଖିଛନ୍ତି । ଏହା ପ୍ରସାର ଭାରତୀ ନୁହେଁ ପ୍ରଚାର ଭାରତୀ ବୋଲି ସେ କହିଛନ୍ତି। 

Advertisment

ସେହିପରି ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥିବା କଂଗ୍ରେସର ମନୀଷ ତିୱାରୀ ମଧ୍ୟ ଏହି ପରିବର୍ତ୍ତନକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ସରକାର ସରକାରୀ ସଂସ୍ଥାକୁ ନିଜ ଅଧୀନକୁ ନେବାକୁ ଚେଷ୍ଟା କରୁଛନ୍ତି ।

Doordarshan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ