Advertisment

ବ୍ୟାଙ୍କ ଗୁଡ଼ିକୁ ତାଗିଦ୍ କଲେ ସୀତାରମଣ, କହିଲେ ଋଣ ଆଦାୟ ବେଳେ ସମ୍ବେଦନହୀନ ହୁଅନ୍ତୁ ନାହିଁ

କିଛି ବ୍ୟାଙ୍କ ଋଣ ଆଦାୟ ବେଳେ ଖୁବ୍‌ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ସେନେଇ ଅନେକ ଅଭିଯୋଗ ତାଙ୍କ ପାଖରେ ପହଞ୍ଚିଥିବା ସେ କହିଛନ୍ତି ।

ଅଦ୍ୟତନ ହୋଇଛି
Nirmala Sitaraman

Nirmala Sitaraman

Advertisment

ବ୍ୟାଙ୍କରୁ ଋଣ ନେଇ ଋଣ ସୁଝି ନପାରିଲେ, ନାନା ପ୍ରକାର ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ଋଣ ଗ୍ରହୀତା । କେତେବେଳ ଘର ସିଲ୍ ତ କେତେବେଳେ ଗାଡ଼ି ସିଜ୍ । ଏମିତି ବିଭିନ୍ନ ଢ଼ଙ୍ଗରେ ବ୍ୟାଙ୍କ୍‌, ଋଣ ଗ୍ରହୀତାଙ୍କୁ ମାନସିକ ନିର୍ଯାତନା ଦେଇଥାଏ । ଆଉ ସବୁଠାରୁ ବଡ଼ କଥା ହେଲା, ଥରେ ଯିଏ ଋଣ ଖିଲାପି କଲା ତାର ଜରିମାନା ବଢ଼ି ବଢ଼ି ଚାଲିଲା । ବ୍ୟାଙ୍କ ପକ୍ଷରୁ ଋଣ ଗ୍ରହୀତାଙ୍କୁ ଏଭଳି ନିର୍ଯାତନା ଦିଆଯାଉଥିବା ନେଇ ଏବେ ଅନେକ ମାମଲା ସାମ୍ନାକୁ ଆସିଲାଣି । ଯେଉଁଥିପାଇଁ ଅନେକ ଗରିବ ଋଣ ସୁଝି ନପାରି ତଥା ନିର୍ଯାତନା ସହିନପାରି ଜୀବନ ହାରିବାକୁ ବାଧ୍ୟ ହେଉଛନ୍ତି ।

Advertisment

ତେବେ ଦେଶରେ ଏଭଳି ପରିସ୍ଥିତିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କ ଗୁଡ଼ିକୁ ତାଗିଦ୍‌ କରିଛନ୍ତି । ଆଉ ସଫା ସଫା ବ୍ୟଙ୍କ୍‌ଗୁଡ଼ିକୁ କହିଛନ୍ତି ଋଣ ଗ୍ରହୀତାଙ୍କୁ ନିର୍ଯାତନା ଦିଆନଯାଉ । ଏଭଳି ହେବା ଦ୍ୱାରା ଦେଶ ଉପରେ କୁପ୍ରଭାବ ପଡ଼ୁଛି । 

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଲୋକଙ୍କ ଠାରୁ ଋଣ ବାବଦ ଅର୍ଥ ଆଦାୟ ବେଳେ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କ ଗୁଡ଼ିକ ସମ୍ବେଦନଶୀଳ ହେବାକୁ ପଡ଼ିବ । ସେମାନେ ଆଦୌ ନିର୍ଦ୍ଦୟ କିମ୍ବା କଠୋର ଆଚରଣ ପ୍ରଦର୍ଶନ କରିବା ଉଚିତ୍ ନୁହେଁ । କିଛି ବ୍ୟାଙ୍କ ଋଣ ଆଦାୟ ବେଳେ ଖୁବ୍‌ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ସେନେଇ ଅନେକ ଅଭିଯୋଗ ତାଙ୍କ ପାଖରେ ପହଞ୍ଚିଥିବା ସେ କହିଛନ୍ତି ।

Advertisment

ଦେଶର ସମସ୍ତ ଘରୋଇ ଓ ସରକାରୀ ବ୍ୟାଙ୍କଗୁଡ଼ିକ ଋଣ ଆଦାୟ ବେଳେ କୌଣସି ପ୍ରକାରର କଠୋର କିମ୍ବା ବଡ଼ ପଦକ୍ଷେପ ନ ନେବାକୁ ସଂସଦରେ ତାଗିଦ୍‌ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ବ୍ୟାଙ୍କଗୁଡ଼ିକ ଲୋକଙ୍କ ପାଖକୁ ଯାଇ ପୂରା ପ୍ରସଙ୍ଗକୁ ଅତ୍ୟନ୍ତ ସମ୍ବେଦନଶୀଳ ଓ ମାନବୀୟ ଢଙ୍ଗରେ ସମାଧାନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଲୋକସଭାରେ ଗୋଟିଏ ପ୍ରଶ୍ନର ଉତ୍ତରରେ ସେ ଏଭଳି କହିଛନ୍ତି ।

ପୂର୍ବରୁ ଆରବିଆଇ ମଧ୍ୟ ଋଣ ଆଦାୟ ବେଳେ ବ୍ୟାଙ୍କ ଗୁଡ଼ିକ ନେଉଥିବା କଠୋର ପଦକ୍ଷେପ ବିରୋଧରେ ମତ ରଖିଥିଲା । ଏଥିସହ ଲୋକଙ୍କ ଠାରୁ ବଳପୂର୍ବକ ଋଣ ଆଦାୟ କରୁଥିବା ବ୍ୟାଙ୍କ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ମଧ୍ୟ ଦେଇଥିଲା। କିନ୍ତୁ ତାହା ବାସ୍ତବରେ କେତେ ସଫଳ ହୋଇଛି ବୋଲି ପ୍ରଶ୍ନ ଉଠୁଛି । ଅନ୍ୟପଟେ ଗତବର୍ଷ ଅଗଷ୍ଟରେ ଋଣ ଆଦାୟ ପାଇଁ ବ୍ୟାଙ୍କଗୁଡ଼ିକ କ’ଣ ସବୁ ନିୟମ ପାଳନ କରିବେ, ସେନେଇ RBI ପକ୍ଷରୁ ଗୋଟିଏ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା। ଗାଇଡଲାଇନରେ ଋଣ ସଂଗ୍ରହ କରୁଥିବା ଏଜେଣ୍ଟମାନେ ଲୋକଙ୍କୁ ସକାଳ ୮ଟା ପୂର୍ବରୁ କିମ୍ବା ସନ୍ଧ୍ୟା ୭ଟା ପରେ ଟଙ୍କା ଫେରସ୍ତ ପାଇଁ ଫୋନ କରିପାରିବେ ନାହିଁ ବୋଲି କୁହାଯାଇଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ