Advertisment

ନିର୍ବାଚନ ଆୟୋଗଙ୍କ ଚେତାବନୀ ! ପିଲାଙ୍କୁ ପ୍ରଚାରରେ ଲଗାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଆୟୋଗ କଡା ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ସାଧାରଣ ନିର୍ବାଚନରେ ​​ଶିଶୁ କିମ୍ବା ନାବାଳିକାଙ୍କୁ ପ୍ରଚାର ପାମ୍ପଲେଟ୍ ବଣ୍ଟନ, ପୋଷ୍ଟର ଲଗାଇବା, ସ୍ଲୋଗାନ ଦେବା କିମ୍ବା ପାର୍ଟି ପତାକା ଓ ବ୍ୟାନର ଧରିବା ଯେମିତି ଦେଖାନଯାଏ ।

ଅଦ୍ୟତନ ହୋଇଛି
Election Commission

Election Commission

Advertisment

୨୦୨୪ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇସାରିଛି । ସୋମବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରଚାରରେ ଶିଶୁ ଓ ନାବାଳିକାଙ୍କୁ ସାମିଲ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆୟୋଗ କଡା ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ସାଧାରଣ ନିର୍ବାଚନରେ ​​ଶିଶୁ କିମ୍ବା ନାବାଳିକାଙ୍କୁ ପ୍ରଚାର ପାମ୍ପଲେଟ୍ ବଣ୍ଟନ, ପୋଷ୍ଟର ଲଗାଇବା, ସ୍ଲୋଗାନ ଦେବା କିମ୍ବା ପାର୍ଟି ପତାକା ଓ ବ୍ୟାନର ଧରିବା ଯେମିତି ଦେଖାନଯାଏ ।

Advertisment

'ପ୍ରଚାରରେ ପିଲାମାନଙ୍କ ଯୋଗଦାନକୁ ବରଦାସ୍ତ କରାଯିବ ନାହିଁ'

ନିର୍ବାଚନ ଆୟୋଗ କହିଛନ୍ତି ଯେ ପିଲାମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ କିମ୍ବା ନିର୍ବାଚନ ପ୍ରଚାର କାର୍ଯ୍ୟରେ ସାମିଲ କରାଗଲେ ଏହାକୁ ବରଦାସ୍ତ କରାଯିବ ନାହିଁ। ଛୋଟ ପିଲାଙ୍କୁ ଗୀତ ବୋଲିବା କିମ୍ବା ନାରା ଲଗାଇବା, କବିତାପାଠ କରିବା, ପୋଷ୍ଟର ମାରିବା, କୌଣସି ପ୍ରାର୍ଥୀଙ୍କ ପ୍ରଚାର କରିବା, କିମ୍ବା ତାଙ୍କ ପାଟିରୁ କୌଣସି ବି ପ୍ରକାର ରାଜନୈତିକ ଶବ୍ଦ ବାହାରିବାକୁ ବରଦାସ୍ତ କରାଯିବ ନାହିଁ । ଏମିତିକି ସେମାନଙ୍କୁ ପୋଷ୍ଟର ମାରିବା ବା ଭିଡ଼ ଜମାଇବା ପାଇଁ ବି ଡକା ଯାଇପାରିବ ନାହିଁ । ନିର୍ବାଚନ ସମ୍ବନ୍ଧୀୟ କୌଣସି ବି କାର୍ଯ୍ୟରେ ନାବାଳକ ନାବାଳିକାଙ୍କୁ ସାମିଲ କରାଯିବାକୁ ସମ୍ପୂଣ୍ଣ ବାରଣ କରିଛନ୍ତି ନିର୍ବାଚନ ଆୟୋଗ ।

ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ

ଆୟୋଗ କହିଛନ୍ତି ଯେ ଯଦି କୌଣସି ଦଳ ନିର୍ବାଚନ ପ୍ରକ୍ରିୟାରେ ପିଲାମାନଙ୍କୁ ସାମିଲ କରନ୍ତି, ତେବେ ଶିଶୁ ଶ୍ରମିକ ସହ ଜଡିତ ସମସ୍ତ ଆଇନକାନୁନ ଦଫା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣିଂ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ, ଜଣେ ରାଜନୈତିକ ନେତାଙ୍କ ନିକଟରେ ତାଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ସହିତ ଏକ ଶିଶୁର ଉପସ୍ଥିତି ନିର୍ବାଚନ ପ୍ରଚାର କାର୍ଯ୍ୟକୁ ବୁଝାଏ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

Advertisment
Election Commission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ