ଜୀବନ୍ତ ଶିବଲିଙ୍ଗ, ଧୀରେ ଧୀରେ ବଢ଼ୁଛି ଉଚ୍ଚତା

ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୩ କିମି ଦୂରରେ ଥିବା ମରୋଡା ଗାଁର ଭୂତେଶ୍ୱର ନାଥଙ୍କ ଶିବଲିଙ୍ଗ । ଯାହାକୁ ସ୍ଥାନୀୟ ଅଂଚଳରେ ଭକୁରା ମହାଦେବ ନାମରେ ସମସ୍ତେ ଜାଣନ୍ତି ।

Bhuteshwar Nath

ଭଗବାନ ଶିବଙ୍କୁ ଅନେକ ରୂପରେ ପୂଜା କରାଯାଏ । ଦେଶରେ ଅନେକ ଶୈବପୀଠର ରହିଛି ଅନେକ କିମ୍ବଦନ୍ତି । ସେହିପରି ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୩ କିମି ଦୂରରେ ଥିବା ମରୋଡା ଗାଁର ଭୂତେଶ୍ୱର ନାଥଙ୍କ ଶିବଲିଙ୍ଗ । ଯାହାକୁ ସ୍ଥାନୀୟ ଅଂଚଳରେ ଭକୁରା ମହାଦେବ ନାମରେ ସମସ୍ତେ ଜାଣନ୍ତି । ଏହାର ଉଚ୍ଚତା ଏବେ ୧୮ଫୁଟ ଏବଂ ଚଉଡା ୨୦ଫୁଟ । ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଏହି ଶିବଲିଙ୍ଗ ବର୍ଷକୁ ୨ରୁ ୪ ଇଂଚ ଉଚ୍ଚତା ବଢିଥାଏ । ଯାହାକୁ ଅଂଚଳବାସୀ ଶିବଙ୍କ ଅଲୌକିକ ଘଟଣା କହୁଥିବା ବେଳେ ଏହାକୁ ନେଇ ବିଭିନ୍ନ ୟୁନିଭରସିଟି ତଥା ସଂସ୍ଥା ତରଫରୁ ରିସର୍ଚ୍ଚ କରାଯାଉଛି।

ଅଧିକ ପଢ଼ନ୍ତୁ: ଶହେ ଶିବଲିଙ୍ଗର ଗାଁ ! ଯୋଉଠି ଖୋଳିବେ ସେଇଠି ବାହାରିବ ଶିବଲିଙ୍ଗ

ସାଧାରଣତଃ ଶିବଲିଙ୍ଗ ସମାନ ଗୋଲେଇ ରହିଥାଏ । କିନ୍ତୁ ଏହି ବିଶାଳ ପଥରଖଣ୍ଡରେ ଛୋଟ ବଡ଼ ଖାଲ ରହିଛି । ତେଣୁ ଏହି ଶିବଲିଙ୍ଗକୁ ଅର୍ଦ୍ଧନାରୀଶ୍ୱର ରୂପରେ ପୂଜା କରାଯାଏ । ଶିବଲିଙ୍ଗର ସଠିକ ତଥ୍ୟ ଏବେ କାହା ପାଖରେ ନ ଥିବା ବେଳେ ଘଂଚ ଜଙ୍ଗଲ ମଧ୍ୟରେ ପ୍ରାୟ ୬୦ ବର୍ଷ ତଳେ ଏହାର ସନ୍ଧାନ ପାଇଥିଲେ ସ୍ଥାନୀୟ ଲୋକେ ।

କୁହାଯାଏ ଏଠାରୁ ଏକ ବଳଦ ବୋବାଇବାର ଶୁଭାଯାଉଥିଲା । କିନ୍ତୁ ଲୋକେ ଦେଖିବାକୁ ଗଲାପରେ ଦେଖିଲେ ଏହା ଏକ ଛୋଟ ପଥରଖଣ୍ଡ ଥିଲା । ଧିରେଧିରେ ଲୋକଙ୍କ ଆସ୍ଥା ବଢିଲା ଏବଂ ଏଠାରେ ପୂଜାର୍ଚ୍ଚନା ଆରମ୍ଭ ହେଲା । ପ୍ରାୟ ୬୦ ବର୍ଷ ମଧ୍ୟରେ ଏହି ଛୋଟ ପଥରଖଣ୍ଡ ୧୮ ଫୁଟ ଉଚ୍ଚତାରେ ପରିଣତ ହୋଇଛି । ବଳଦ ବୋବାଇବାକୁ ଛତିଶଗଡ ଭାଷାରେ ଭଗୁରା କୁହାଯାଉଥିବା ବେଳେ ଏହି ଶିବଲିଙ୍ଗର ଭଗୁରା ମହାଦେବ ନାମରେ ସ୍ଥାନୀୟ ଅଂଚଳରେ ପ୍ରସିଦ୍ଧି ରହିଛି ।

ପ୍ରତିବର୍ଷ ସରକାରଙ୍କ ତରଫରୁ ଏହି ଶିବଲିଙ୍ଗର ବୃଦ୍ଧି ଉପରେ ଯାଂଚ କରାଯାଉଥିବା ବେଳେ ବିଭିନ୍ନ ୟୁନିଭରସିଟି ଏବଂ ରିସର୍ଚ ସ୍କଲାରଙ୍କ ମଧ୍ୟ ଏଠାରେ ଭିଡ ଜମୁଛି । ଏଠାକୁ ପର୍ଯ୍ୟଟକଙ୍କ ମଧ୍ୟ ସୁଅ ଛୁଟୁଛି ।