Advertisment

ଲୋକପାଳ ସୃଷ୍ଟିର ଦୁଇ ବର୍ଷ ପରେ ବି ନିଯୁକ୍ତ ହୋଇ ନାହାନ୍ତି ଯାଞ୍ଚ ନିର୍ଦ୍ଦେଶକ

ଭ୍ରଷ୍ଟାଚାର ବିରୋଧୀ ସଂସ୍ଥା ଲୋକପାଳ ସୃଷ୍ଟି ହେବାର ଦୁଇ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଲୋକପାଳ ପଠାଇଥିବା ଭ୍ରଷ୍ଟାଚାରର ଅଭିଯୋଗର ପ୍ରାଥମିକ ତଦନ୍ତ ପାଇଁ କେନ୍ଦ୍ର ଯାଞ୍ଚ ନିର୍ଦ୍ଦେଶକ ନିଯୁକ୍ତ କରି ନାହିଁ। ସୂଚନା ଅଧିକାର (RTI) ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରୁ ଏହି ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
ଲୋକପାଳ ସୃଷ୍ଟିର ଦୁଇ ବର୍ଷ ପରେ ବି ନିଯୁକ୍ତ ହୋଇ ନାହାନ୍ତି ଯାଞ୍ଚ ନିର୍ଦ୍ଦେଶକ

Lok pal

Advertisment

ନୂଆଦିଲ୍ଲୀ : ଭ୍ରଷ୍ଟାଚାର ବିରୋଧୀ ସଂସ୍ଥା ଲୋକପାଳ ସୃଷ୍ଟି ହେବାର ଦୁଇ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଲୋକପାଳ ପଠାଇଥିବା ଭ୍ରଷ୍ଟାଚାରର ଅଭିଯୋଗର ପ୍ରାଥମିକ ତଦନ୍ତ ପାଇଁ କେନ୍ଦ୍ର ଯାଞ୍ଚ ନିର୍ଦ୍ଦେଶକ ନିଯୁକ୍ତ କରି ନାହିଁ। ସୂଚନା ଅଧିକାର (RTI) ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରୁ ଏହି ସୂଚନା ମିଳିଛି । ସରକାରୀ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗର ଅନୁସନ୍ଧାନ ପାଇଁ ସର୍ବୋଚ୍ଚ ସଂସ୍ଥା ଲୋକପାଳ ମାର୍ଚ୍ଚ ୨୦୧୯ରେ ଏହାର ଚେୟାରମ୍ୟାନ୍ ଏବଂ ସଦସ୍ୟଙ୍କ ନିଯୁକ୍ତି ସହିତ ସୃଷ୍ଟି ହୋଇଥିଲା।

Advertisment

ପ୍ରକାଶଥାଉ କି ଲୋକପାଳ ଏବଂ ଲୋକାୟୁକ୍ତ ଆଇନ, ୨୦୧୩ ଅନୁଯାୟୀ, ଜଣେ ଯାଞ୍ଚ ନିର୍ଦ୍ଦେଶକ ରହିବେ ଯିଏ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ପଦବୀର ଅଧିନସ୍ଥ ହେବେ ନାହିଁ । କେନ୍ଦ୍ର ସରକାରକୁ ଲୋକପାଳ ଦ୍ୱାରା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) କୁ ପଠାଯାଇଥିବା ଅଭିଯୋଗର ପ୍ରାଥମିକ ତଦନ୍ତ କରିବା ପାଇଁ ଯାଞ୍ଚ ନିର୍ଦ୍ଦେଶକ ନିଯୁକ୍ତ କରିବାକୁ ପଡିବ। ସିଭିସି ଏହାର ଆର୍‌ଟିଆଇ ଉତ୍ତରରେ କହିଛି ଯେ ଯାଞ୍ଚ ନିର୍ଦ୍ଦେଶକଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିନାହାଁନ୍ତି, କିନ୍ତୁ ପ୍ରାଥମିକ ତଦନ୍ତ ପାଇଁ ଆୟୋଗରେ ମାମଲା ଗ୍ରହଣ କରାଯାଉଛି।

Advertisment

ଜୁଲାଇ ୫ରେ ଆୟୋଗ ଏହାର ଉତ୍ତରରେ କହିଛନ୍ତି ଯେ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ପ୍ରାଥମିକ ତଦନ୍ତ ପାଇଁ ୪୧ ଟି ମାମଲା ଗ୍ରହଣ କରାଯାଇଛି। ଏଥିମଧ୍ୟରୁ ୩୬ଟି ମାମଲା ଲୋକପାଳକୁ ପଠାଯାଇଛି। ପ୍ରାଥମିକ ଅନୁସନ୍ଧାନ ପାଇଁ ଯାଞ୍ଚ ନିର୍ଦ୍ଦେଶକ ତଥା ଲୋକପାଳ ଦ୍ୱାରା ପଠାଯାଇଥିବା ମାମଲା ସମେତ ସିଭିସିକୁ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା। ସର୍ବଶେଷ ସରକାରୀ ଆକଳନ ଅନୁଯାୟୀ, ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ଲୋକପାଳ ଭ୍ରଷ୍ଟାଚାରର ୧୨ଟି ଅଭିଯୋଗ ଗ୍ରହଣ କରିଥିଲେ। ଏଥିମଧ୍ୟରୁ ଆଠଟି ଅଭିଯୋଗ ବରିଷ୍ଠ ସରକାରୀ କର୍ମଚାରୀଙ୍କ ବିରୋଧରେ ଥିଲା। ୨୦୨୦-୨୧ ମଧ୍ୟରେ ସଂସଦ ସଦସ୍ୟଙ୍କ ବିରୋଧରେ ଚାରୋଟି ମାମଲା ସମେତ ଲୋକପାଳ ୧୧୦ଟି ଅଭିଯୋଗ ଗ୍ରହଣ କରିଥିଲେ। ୨୦୧୯-୨୦ ବର୍ଷରେ ସମୁଦାୟ ୧,୪୨୭ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା।

ଲୋକପାଳ ତଥ୍ୟ ଅନୁଯାୟୀ, ଏହି ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଗ୍ରହଣ କରାଯାଇଥିବା ମୋଟ ୧୨ ଟି ଅଭିଯୋଗ ମଧ୍ୟରୁ ଆଠଟି ଗ୍ରୁପ୍ ‘ଏ’ କିମ୍ବା ‘ବି’ ଅଧିକାରୀଙ୍କ ବିରୁଦ୍ଧରେ ଏବଂ ଚାରିଟି କୌଣସି ସଂସ୍ଥା, ବୋର୍ଡ, ନିଗମ, ପ୍ରାଧିକରଣ, କମ୍ପାନୀ, ସୋସାଇଟି ସଭାପତି, ସଦସ୍ୟ, ଅଧିକାରୀ, କର୍ମଚାରୀଙ୍କ ବିରୁଦ୍ଧରେ ଥିଲା । ତଥ୍ୟ ଦର୍ଶାଇଛି ଯେ ପ୍ରାଥମିକ ଅନୁସନ୍ଧାନ ପରେ ଦୁଇଟି ଅଭିଯୋଗ ବନ୍ଦ ହୋଇଯାଇଥିଲା ଏବଂ ପ୍ରାଥମିକ ଅନୁସନ୍ଧାନ ପାଇଁ ତିନୋଟି ଅଭିଯୋଗ ସିଭିସିରେ ବିଚାରାଧୀନ ଥିଲା। ୨୦୨୧-୨୨ ବର୍ଷର ତଥ୍ୟ (ଜୁନ୍ ୨୦୨୧ ପର୍ଯ୍ୟନ୍ତ) ଦର୍ଶାଇଛି ଯେ ଗୋଟିଏ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସ୍ଥିତି ରିପୋର୍ଟ ବିଚାରାଧୀନ ଅଛି। ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ, ୨୦୧୩ର ଧାରା ୨୦ (୧) (ବି) ର ପ୍ରାବଧାନ ଅନୁଯାୟୀ, ଗ୍ରୁପ୍ ଏ, ବି, ସି କିମ୍ବା ଡି ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ଅଭିଯୋଗକୁ ଲୋକପାଳଙ୍କ ପ୍ରାଥମିକ ଅନୁସନ୍ଧାନ ପାଇଁ ସିଭିସିକୁ ପଠାଯାଇଛି। ପ୍ରାଥମିକ ଅନୁସନ୍ଧାନ ଏବଂ ରିପୋର୍ଟ ପାଇଁ ସିଭିସି ସଂପୃକ୍ତ ମୁଖ୍ୟ ଭିଜିଲାନ୍ସ ଅଧିକାରୀଙ୍କ ନିକଟକୁ ଏଭଳି ଅଭିଯୋଗ ପଠାଇଥାନ୍ତି।

Advertisment
Lokayukta Lokpal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ