Advertisment

ଜଜ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ ଲକ୍ଷ ଟଙ୍କା

ଅନ୍ୟପକ୍ଷରେ, ଏହି ଘଟଣାର ତଦନ୍ତରେ ସିବିଆଇକୁ ସାହାଯ୍ୟ କରୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସିବିଆଇ ଏହି ଘଟଣାର ତଦନ୍ତ ସହ ଘଟଣାରେ ଜଡିତ ପ୍ରାୟ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟକୁ ମଧ୍ୟ ଯାଂଚ୍‌ କରାଯାଇଛି। ବିଚାରପତିଙ୍କ ମୃତ୍ୟୁର ପୂରା ଘଟଣାକୁ ନେଇ ସବୁ ଦିଗରେ ସିବିଆଇ ତଦନ୍ତ କରୁଥିବା ସୂଚନା ମିଳିଛି।

ଜଜ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ ଲକ୍ଷ ଟଙ୍କା

Dhanbad Judge

Advertisment

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଧାନବାଦ୍‌ ଜଜ୍‌ ହତ୍ୟା ମାମଲାର ଷଡଯନ୍ତ୍ରକାରୀଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ ଲକ୍ଷ ଟଙ୍କା। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପକ୍ଷରୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଯାଇଛି। ନ୍ୟୁଜ୍ ଏଜେନ୍ସି ANI ରବିବାର ଦିନ ସିବିଆଇ ପକ୍ଷରୁ ଘୋଷଣା ହୋଇଥିବା ଅର୍ଥରାଶି ସମ୍ପର୍କରେ ସୂଚନା ଦେଇଛି। ସନ୍ଦେହଜନକ ପରିସ୍ଥିତିରେ ଗତ ଜୁଲାଇ ୨୮ରେ ଏକ ଅଟୋ ଦୁର୍ଘଟଣାରେ ଧାନବାଦ୍ ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍ ଉତ୍କଳ ଆନନ୍ଦଙ୍କର ମୃତ୍ୟୁ ଘଟିଥିଲା।

Advertisment

ଅନ୍ୟପକ୍ଷରେ, ଏହି ଘଟଣାର ତଦନ୍ତରେ ସିବିଆଇକୁ ସାହାଯ୍ୟ କରୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସିବିଆଇ ଏହି ଘଟଣାର ତଦନ୍ତ ସହ ଘଟଣାରେ ଜଡିତ ପ୍ରାୟ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟକୁ ମଧ୍ୟ ଯାଂଚ୍‌ କରାଯାଇଛି। ବିଚାରପତିଙ୍କ ମୃତ୍ୟୁର ପୂରା ଘଟଣାକୁ ନେଇ ସବୁ ଦିଗରେ ସିବିଆଇ ତଦନ୍ତ କରୁଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ଝାରଖଣ୍ଡ ଧାନବାଦର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଜୁଲାଇ ୨୯ରେ ହୋଇଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଝାରଖଣ୍ଡ ହାଇକୋର୍ଟ ନିଜ ପକ୍ଷରୁ ସହରର ପୋଲିସ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ। ବିଚାରପତି ଉତ୍ତମ ଆନନ୍ଦଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଏହି ମାମଲାରେ ହତ୍ୟା ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି।

ସକାଳୁ ବିଚାରପତି ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣରେ ଯାଉଥିଲା ବେଳେ ତାଙ୍କୁ ପଛପଟୁ ଏକ ଅଟୋ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିବା ପରେ ଜଣେ ଲୋକ ତାଙ୍କୁ ମେଡିକାଲ ନେଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପ୍ରଥମେ ଏହା ଏକ ରାସ୍ତା ଦୁର୍ଘଟଣା ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ସିସିଟିଭି ଫୁଟେଜରେ ସେ ଲୋମଟାଙ୍କୁରା ଭିଡିଓ ଦେଖିବା ପରେ ଜାଣିଶୁଣି ଗାଡ଼ି ମଡାଇ ଜଜ୍‌ଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।

Advertisment

ବିଚାରପତି ଉତ୍ତମ ଆନନ୍ଦ ଏକ ନିଛାଟିଆ ରାସ୍ତାରେ ସକାଳ ୫ଟାରେ ମର୍ଣ୍ଣିଂ ଓ୍ୱାକରେ ଯାଉଥିବା ବେଳେ ଅଟୋଟି ଅଚାନକ ମୋଡ ବଦଳାଇ ତାଙ୍କୁ ଧକ୍କା ଦେଇଥିଲା । ଏମିତିକି ଅଟୋ ଚାଳକ ବିଚାରପତିଙ୍କୁ ଜାଣିଶୁଣି ଧକ୍କା ଦେଇଥିବା ସ୍ପଷ୍ଟ ଅନୁମାନ ହେଉଥିବା ପୋଲିସ ପକ୍ଷରୁ କୁହାଯାଇଥିଲା। ଧକ୍କା ଦେଇଥିବା ଅଟୋଟି କିଛି ଘଣ୍ଟା ପୂର୍ବରୁ ଚୋରି ହୋଇଥିବା ମଧ୍ୟ ତଦନ୍ତରୁ ଜଣାପଡିଛି। ସେପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ। ଏନେଇ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନା ଆଲୋଚନା କରିଥିଲେ। ଆଉ ଏବେ ଏହି ମାମଲା ତଦନ୍ତ ଦାୟିତ୍ୱ ସିବିଆଇ ନେଇଛି।

CBI Murder Case Dhanbad Judge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ