Advertisment

୧୮ ଦିନରେ ୮ ଥର ତ୍ରୁଟି, SpiceJetକୁ କାରଣ ଦର୍ଶାଅ ନୋଟିସ୍‌

୧୮ ଦିନ ଭିତରେ ୮ ଥର ବୈଷୟିକ ତ୍ରୁଟି। ଫଳରେ ବିମାନରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଏହି କାରଣରୁ SpiceJetକୁ DGCA କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।

ଅଦ୍ୟତନ ହୋଇଛି
DGCA Issues Showcause Notice To SpiceJet

DGCA Issues Showcause Notice To SpiceJet

Advertisment

୧୮ ଦିନ ଭିତରେ ୮ ଥର ବୈଷୟିକ ତ୍ରୁଟି। ଫଳରେ ବିମାନରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଏହି କାରଣରୁ ସ୍ପାଇସ୍ ଜେଟ୍‌(SpiceJet)କୁ DGCA କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। କାହିଁକି ବିମାନ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯିବ, ତାର ଜବାବ ଦେବାକୁ ଡିଜିସିଏ କହିଛି।   

Advertisment

ଗତକାଲି ସ୍ପାଇସ୍ ଜେଟ୍‌ର ଏକ କାର୍ଗୋ ବିମାନ ଚୀନ ଯାଉଥିବା ବେଳେ ଅଧାବାଟରୁ ଫେରି ଆସିଥିଲା। କାରଣ ଏହାର ୱେଦର୍‌ ରାଡାର କାମ କରିନଥିଲା। ୧୮ ଦିନ ଭିତରେ ଏପରି ୮ ଥର ହେଲାଣି। ପରିସ୍ଥିତି ଏପରି ହୋଇଛି ଯେ, ଫ୍ଲାଇଟ୍‌ ଗୁଡ଼ିକ ଉଡ଼ାଣ ଭରିଥିବା ବିମାନ ବନ୍ଦରକୁ ଫେରି ଆସୁଛି ନ ହେଲେ ଅନ୍ୟ ଏକ ବିମାନ ବନ୍ଦରରେ ଜରୁରୀ ଅବତରଣ କରୁଛି।

ଏହାସହ ଖରାପ ଇଣ୍ଟରନାଲ ସୁରକ୍ଷା, ଉପଯୁକ୍ତ ମରାମତି ନ ହେବା ଦ୍ୱାରା ସୁରକ୍ଷା ବିପଦପୂର୍ଣ୍ଣ ହେଉଛି।  ଏହାସହ ଭେଣ୍ଡରମାନଙ୍କୁ ଠିକ୍ ସମୟରେ ବିଲ୍ ପେମେଣ୍ଟ ମଧ୍ୟ କରାଯାଉନାହିଁ। ଏହାଦ୍ୱାରା ସ୍ପେୟାର ପାର୍ଟସ୍ ମିଳୁନି। ତେଣୁ ଯାତ୍ରୀଙ୍କ ସୁରକ୍ଷା ବିପଦପୂର୍ଣ୍ଣ ହୋଇଥିବା ଡିଜିସିଏ ନୋଟିସ୍‌ରେ ଦର୍ଶାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଛୋଟରୁ ଛୋଟ ଭୁଲକୁ ମଧ୍ୟ ଅଣଦେଖା କରାଯିବ ନାହିଁ।  କାରଣ ଯାତ୍ରୀଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।   

Advertisment

SpiceJetକୁ ଡିଜିସିଏର ନୋଟିସ୍.

  • ମେ’ ୧ - ମୁମ୍ବାଇ-ଦୁର୍ଗାପୁର ବିମାନରେ ଆହତ ହୋଇଥିଲେ ୧୨ ଯାତ୍ରୀ
  • ମେ’ ୪ - ବୈଷୟିକ ତ୍ରୁଟି ଯୋଗୁ ଚେନ୍ନାଇରୁ ଉଡ଼ାଣ ପରେ ପୁଣି ଫେରିଥିଲା ସ୍ପାଇସ୍ ଜେଟ୍ ବିମାନ
  • ମେ’ ୩୦ - ବୋଇଂ ୭୩୭ର ପାଇଲଟଙ୍କ ତ୍ରୁଟିପୂର୍ଣ୍ଣ ସିମୁଲେଟର ପାଇଁ ଫାଇନ୍ କରିଥିଲେ ଡିଜିସିଏ
  • ଜୁଲାଇ ୨ - ବୈଷୟିକ ତ୍ରୁଟି କାରଣରୁ ଉଡ଼ାଣ ଭରିବା ପରେ ଫେରିଥିଲା ଦିଲ୍ଲୀ-ଜବଲପୁର ବିମାନ
  • ଜୁଲାଇ ୫- ଓ୍ୱିଣ୍ଡସିଲ୍‌ରେ ଫାଟ ଯୋଗୁ ଜରୁରୀ ଅବତରଣ କରିଥିଲା କାଣ୍ଡାଲ୍-ମୁମ୍ବାଇ ବିମାନ
  • ଜୁଲାଇ ୫ - ବୈଷୟିକ ତ୍ରୁଟି ଯୋଗୁ ଫେରିଥିଲା କୋଲକାତାରୁ ଚୀନ୍ ଯାଉଥିବା କାର୍ଗୋ ବିମାନ
DGCA SpiceJet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ