Advertisment

ଇଣ୍ଡିଗୋ ଏୟାର ଲାଇନ୍ସକୁ ୫ ଲକ୍ଷ ଜୋରିମାନା : ଦିବ୍ୟାଙ୍ଗ ନାବାଳକକୁ ଦୁର୍ବ୍ୟବହାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ଜଣେ ଭିନ୍ନକ୍ଷମ ପିଲାଙ୍କୁ ବିମାନରେ ପ୍ରବେଶ କରିବାକୁ ଅନୁମତି ନେଦେବା ପରେ ଡିଜିସିଏ, ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଜରିମାନା କରିଛି ।

ଅଦ୍ୟତନ ହୋଇଛି
indigo

indigo

Advertisment

ଭିନ୍ନକ୍ଷମ ନାବାଳକଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଫାଇନ୍‌ କରିଛି ଡିସିଜିଏ । ଏହି ଘଟଣା ପରେ ଡିସିଜିଏ ପକ୍ଷରୁ କମ୍ପାନୀକୁ ତୀବ୍ର ନିନ୍ଦା ମଧ୍ୟ କରାଯାଇଛି । କମ୍ପାନୀର ଜଣେ ଗ୍ରାଉଣ୍ଡ ଷ୍ଟାଫ୍ ଭିନ୍ନକ୍ଷମ ପିଲାଟିକୁ ସମ୍ଭାଳି ପାରିନଥିଲେ । ଓଲଟି ପରିସ୍ଥିତିକୁ ଆହୁରି ଜଟିଳ କରି ଦେଇଥିଲେ । ଏପରି କ୍ଷେତ୍ରରେ ଅଧିକ ସମ୍ବେଦନଶୀଳ ହୋଇ କାମ କରିବା ଆବଶ୍ୟକ ଥିଲା । ପିଲାଟି ସହିତ ଭଲରେ ବ୍ୟବହାର କରିଥିଲେ ସେ ସାଧାରଣ ଅବସ୍ଥାକୁ ଆସିଥାନ୍ତା ।  

Advertisment

ନିନ୍ଦା କଲା ଡିଜିସିଏ

ଆହୁରି ଡିଜିସିଏ କହିଛି, ଏଭଳି ସ୍ଥିତିରେ ଅସାଧାରଣ ପଦକ୍ଷେପ ନେବା ଦରକାର ଥିଲା । କିନ୍ତୁ କମ୍ପାନୀର କର୍ମଚାରୀମାନେ ବେସାମରିକ ବିମାନ ଚଳାଚଳ ନିୟମାବଳୀର ପ୍ରତିବଦ୍ଧତାକୁ ପାଳନ କରି ପାରିଲେ ନାହିଁ । ଏହାକୁ ଦୃଷ୍ଟିରେ ରଖି ଡିଜିସିଏ କମ୍ପାନୀ ଠାରୁ ୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । ସମ୍ପୃକ୍ତ ବିମାନ ନିୟମର ବ୍ୟବସ୍ଥା ଅନୁଯାୟୀ ଏହି ଜରିମାନା ଲାଗୁ କରାଯାଇଛି।

ଘଟଣା ଥିଲା ଏମିତି

ମେ ୭ରେ ଝାଡ଼ଖଣ୍ଡର ରାଞ୍ଚି ବିମାନ ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଦିବ୍ୟାଙ୍ଗ ବୋଲି ଜଣେ ୧୩ ବର୍ଷୀୟ ନାବାଳକକୁ ବିମାନରେ ଯାତ୍ରା କରିବାକୁ ଅନୁମତି ଦଆଯାଇ ନଥିଲା । ବିମାନରେ ବସି ଯାତ୍ରା କରିବା ପାଇଁ ଦିବ୍ୟାଙ୍ଗ ନାବାଳକ ଭୟଭୀତ ଅବସ୍ଥାରେ ଥିଲେ। ଶାନ୍ତ ହେବା ପର୍ଯ୍ୟନ୍ତ ଗ୍ରାଉଣ୍ଡ ଷ୍ଟାଫ୍‌ ତାଙ୍କର ଅପେକ୍ଷା କରିଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ସେ ଶାନ୍ତ ହୋଇନଥିଲେ। ଆଉ ଏଥିପାଇଁ ତାଙ୍କୁ ବିମାନ ଯାତ୍ରା ପାଇଁ ଅନୁମତି ମିଳି ନଥିଲା । ଦିବ୍ୟାଙ୍ଗ ନାବାଳକଙ୍କୁ ବିମାନ ଯାତ୍ରା ପାଇଁ ଅନୁମତି ନମିଳିବା ପରେ ତାଙ୍କ ସହ ଯାତ୍ରା କରୁଥିବା ପରିବାରର ଅନ୍ୟ ସଦସ୍ୟ ବିମାନରେ ଯାତ୍ରା ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ।

Advertisment

ଘଟଣାକୁ ନେଇ DGCA( Directorate General of Civil Aviation) ତଦନ୍ତ ଆରମ୍ଭ କରିବା ସହ ରିପୋର୍ଟ ଦାଖଲ କରିବାକୁ ଇଣ୍ଡିଗୋ ଏୟାରଲାନ୍ସକୁ କହିଥିଲା । ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ଏଭଳି ଆଚରଣ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । କେହିବି ଏଭଳି ବ୍ୟବହାର କରିବା ଉଚିତ୍‌ ନୁହେଁ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ।  

DGCA Indigo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ