Astrospeak
  • Live TV
  • Read In English

ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ । ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ରଣଜିତ ସିଂହ ହତ୍ୟା ମାମଲାରେ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ । ଏହା ବ୍ୟତୀତ ଅନ୍ୟ ଚାରିଜଣଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୨୦୦୨ରେ ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ରାମ ରହିମ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଅକ୍ଟୋବର ୮ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା

Ram Rahim
ସିବିଆଇର ସ୍ୱତନ୍ତ୍ର କୋର୍ଟରେ ହେଲା ଦଣ୍ଡାଦେଶ

News Summary

ରଣଜିତ ସିଂହ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ସିବିଆଇର ସ୍ୱତନ୍ତ୍ର କୋର୍ଟରେ ହେଲା ଦଣ୍ଡାଦେଶ

ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ । ରଣଜିତ ସିଂହ ହତ୍ୟା ମାମଲାରେ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ । ଏହା ବ୍ୟତୀତ ଅନ୍ୟ ଚାରିଜଣଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୨୦୦୨ରେ ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ରାମ ରହିମ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଅକ୍ଟୋବର ୮ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ପ୍ରାୟ ୧୯ ବର୍ଷ ପରେ ଏହି ମାମଲାରେ ଆଜି କୋର୍ଟ ରାୟ ଶୁଣାଇଛନ୍ତି । ଦଣ୍ଡ ଘୋଷଣା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଥିଲା ।

ଅଗଷ୍ଟ ୨୦୧୭ ର ହିଂସାକୁ ଦୃଷ୍ଟିରେ ରଖି ରାମ ରହିମଙ୍କ ସହ ଜଡିତ କୌଣସି ବି ମାମଲାରେ ଶୁଣାଣି କିମ୍ବା ଦଣ୍ଡ ଘୋଷଣା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଏ । ୨୦୧୭ରେ ରାମ ରହିମ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ହିଂସାରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାସହ ଗତ ଶୁଣାଣି ସମୟରେ ସିବିଆଇ କୋର୍ଟରୁ ଡେରା ମୁଖ୍ୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରାଯାଇଥିଲା । ତେବେ ଏହି ମାମଲାର ରାମ ରହିମ ନିଜେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋହତକ ଜେଲରୁ ଦୟା ଭିକ୍ଷା କରିଥିଲେ । ଦୁଇ ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ରାମ ରହିମ ୨୦ ବର୍ଷର ସଜା କାଟୁଛନ୍ତି । ରାମ ରହିମ କୋର୍ଟରେ ଦୟା ଭିକ୍ଷା କରିବା ସମୟରେ ରକ୍ତଚାପ, ଆଖି ଏବଂ କିଡନୀ ସମ୍ବନ୍ଧୀୟ ରୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ସିବିଆଇ ଡେରା ମୁଖ୍ୟଙ୍କ ଆବେଦନକୁ ବିରୋଧ କରିଥିଲେ । ପୀଡିତା ତାଙ୍କୁ ଭଗବାନ୍ ମାନୁଥିବ ବେଳେ ଅଭିଯୁକ୍ତ ତାଙ୍କ ବିଶ୍ୱାସରେ ବିଷ ଦେବା ସହ ଅପରାଧ କରିଥିଲେ ବୋଲି ସିବିଆଇ ପକ୍ଷରୁ କୁହାଯାଇଥିଲା । ଏଭଳି ପରିସ୍ଥିତିରେ ଆଇପିସିର ଧାରା ୩୦୨ ଅନୁଯାୟୀ ରାମ ରହିମଙ୍କ ବିରୋଧରେ ସିବିଆଇ ସର୍ବାଧିକ ଦଣ୍ଡ ଦାବି କରିଥିଲା ।

ଗୁରୁମିତ ରାମ ରହିମ ବର୍ତ୍ତମାନ ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଅଛନ୍ତି । ୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ କାରାଦଣ୍ଡରେ ତାଙ୍କୁ ଦଣ୍ଡିତ କରିଥିଲେ । ୨୦୧୯ ଜାନୁଆରୀ ୧୭ରେ ଉକ୍ତ ସିବିଆଇ କୋର୍ଟ ତାଙ୍କୁ ସିରସା ଭିତ୍ତିକ ସାମ୍ବାଦିକ ରାମ ଚାନ୍ଦ ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।