Advertisment

୮ ବର୍ଷରେ ୧୪ ଥର ଗର୍ଭପାତ, ଲିଭ୍‌-ଇନ୍‌ ପାର୍ଟନରଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଶେଷରେ...

୮ ବର୍ଷରେ ୧୪ଥର ଗର୍ଭପାତ। ଦିଲ୍ଲୀରେ ଜଣେ ମହିଳା ତାଙ୍କ ଲିଭ୍‌-ଇନ୍‌ ପାର୍ଟନରଙ୍କ ବ୍ୟବହାରରେ ଏତେ ଅତିଷ୍ଠ ହୋଇଯାଇଥିଲେ ଯେ ଶେଷରେ ଆତ୍ମହତ୍ୟା କରିଛନ୍ତି।

Delhi Woman Dies By Suicide

Delhi Woman Dies By Suicide

Advertisment

୮ ବର୍ଷରେ ୧୪ଥର ଗର୍ଭପାତ। ଶେଷରେ ଏଥିରେ ଅତିଷ୍ଠ ହୋଇ ଜୀବନ ହାରିଲେ ୩୩ ବର୍ଷୀୟ ମହିଳା। ଦିଲ୍ଲୀରେ ଜଣେ ମହିଳା ତାଙ୍କ ଲିଭ୍‌-ଇନ୍‌ ପାର୍ଟନରଙ୍କ ବ୍ୟବହାରରେ ଏତେ ଅତିଷ୍ଠ ହୋଇଯାଇଥିଲେ ଯେ ଶେଷରେ ଆତ୍ମହତ୍ୟା କରିଛନ୍ତି। ସୁଇସାଇଡ୍‌ ନୋଟ୍‌ରେ ମହିଳା ଜଣକ ଲିଭ୍‌-ଇନ୍‌ ପାର୍ଟନରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଜୋରଜବରଦସ୍ତ ୧୪ ଥର ମହିଳାଙ୍କ ଗର୍ଭପାତ କରାଇଥିଲେ। 

Advertisment

ଦିଲ୍ଲୀର ଜୈତପୁର ଅଞ୍ଚଳରେ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ୩୩ ବର୍ଷୀୟ ଉକ୍ତ ମହିଳା ଗତ ୮ ବର୍ଷ ହେବ ଲିଭ୍‌-ଇନ୍‌ରେ ରହୁଥିଲେ। ତେବେ ୮ ବର୍ଷରେ ଲିଭ୍‌-ଇନ୍‌ ପାର୍ଟନର ମହିଳାଙ୍କ ଉପରେ ଚାପ ପକାଇ ଜୋର ଜବରଦସ୍ତ ୧୪ ଥର ଗର୍ଭପାତ କରାଇଥିଲେ। ଏଥିରେ ଅତିଷ୍ଠ ହୋଇ ଶେଷରେ ମହିଳା ଜଣକ ଚରମ ନିଷ୍ପତ୍ତି ନେଇଥିଲେ ଓ ଜୁଲାଇ ୫ରେ ଆତ୍ମହତ୍ୟା କରିଥିଲେ। 

ଘଟଣାକୁ ନେଇ ଖୋଳତାଡ଼ ପରେ ମହିଳାଙ୍କ ଡ୍ରେସ୍‌ରୁ ସୁଇସାଇଡ୍‌ ନୋଟ୍‌ ମିଳିଥିଲା। ଏହାପରେ ଆତ୍ମହତ୍ୟା ପାଇଁ ଉସକାଇବା ଓ ଦୁଷ୍କର୍ମ ନେଇ ମାମଲା ରୁଜୁ କରାଯାଇଛି। ମହିଳା ଜଣକ ଦିଲ୍ଲୀର ଜୈତପୁର ଅଞ୍ଚଳରେ ରହୁଥିଲେ। ସେ ବିବାହିତା ଥିଲେ ଓ ତାଙ୍କର ୨ ଜଣ ଝିଅ ଅଛନ୍ତି। ହେଲେ ୯ ବର୍ଷ ହେବ ସେ ତାଙ୍କ ସ୍ୱାମୀଙ୍କଠୁ ଅଲଗା ରହୁଥିଲେ। ପାଠପଢ଼ା ନେଇ ମହିଳା ଜଣକ ୨ ଝିଅଙ୍କୁ ହଷ୍ଟେଲ ପଠାଇ ଦେଇଥିଲେ ଓ ନିଜେ ଲିଭ୍‌-ଇନ୍‌ରେ ରହୁଥିଲେ। ତେବେ ଲିଭ୍‌-ଇନ୍‌ ପାର୍ଟନରଙ୍କ ବ୍ୟବହାରରେ  ଅତିଷ୍ଠ ହୋଇ ଓ ୧୪ ଥର ଗର୍ଭପାତକୁ ନେଇ ଶେଷରେ ସେ ଜୀବନ ହାରିବା ଲାଗି ନିଷ୍ପତ୍ତି ନେଇଥିଲେ। 

Advertisment

୮ ବର୍ଷ ହେବ ତାଙ୍କ ସହ କ’ଣ ସବୁ ଘଟିଥିଲା ମହିଳା ଜଣକ ସବୁକିଛି ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି। ଆତ୍ମହତ୍ୟା ପାଇଁ ସେ ବିହାରର ମଧେପୁରାର ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି। ଅଭିଯୁକ୍ତ ଜଣକ ନୋଏଡାର ଏକ କମ୍ପାନୀ ସଫ୍ଟୱେୟାର ଇଞ୍ଜିନିୟର ଅଛନ୍ତି। ସମ୍ପୃକ୍ତ ମହିଳା ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି, ଗତ ୮ ବର୍ଷରେ ସେ ୧୪ଥର ଗର୍ଭବତୀ ହୋଇଛନ୍ତି। ହେଲେ ପ୍ରତ୍ୟେକ ଥର ଚାପ ପକାଇ ଗର୍ଭପାତ କରାଯାଇଥିଲା। ନିଜ ମୋବାଇଲ୍‌ରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ପ୍ରମାଣ ଥିବା କଥା ସମ୍ପୃକ୍ତ ମହିଳା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ପୋଲିସ୍‌ ମୋବାଇଲ୍‌ ଜବତ କରି ଯାଞ୍ଚ ପରେ FIR ରୁଜୁ କରିଛି। 

Suicide Woman Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ