Advertisment

ବିପଦସଙ୍କେତ ଉପରେ ଯମୁନା: ଦିଲ୍ଲୀରେ ବନ୍ୟା ଆଶଙ୍କା

ଦୁଇ ଦିନ ଧରି ହରିୟାଣାର ଯମୁନାନଗରର ହତିନକୁଣ୍ଡ ବ୍ୟାରେଜରୁ ଜଳ ନିଷ୍କାସନ ହେଉଛି। ତେଣୁ ଦିଲ୍ଲୀ ଆଡକୁ ଲକ୍ଷ ଲକ୍ଷ କ୍ୟୁସେକ୍ ପାଣି ମାଡ଼ି ଆସୁଛି। ଶୁକ୍ରବାର ସକାଳେ, ଦିଲ୍ଲୀର ଯମୁନାର ଜଳସ୍ତର ୨୦୫.୧୭ ମିଟରରେ ପହଞ୍ଚିଛି। ଯାହାକି ବିପଦ ସଙ୍କେତ ପାର୍‌ କରିଥିବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବିପଦସଙ୍କେତ ଉପରେ ଯମୁନା: ଦିଲ୍ଲୀରେ ବନ୍ୟା ଆଶଙ୍କା

yamuna river

Advertisment

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତି ଗମ୍ଭୀର ହେଲାଣି। ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ। ହରିୟାଣାର ହତିନକୁଣ୍ଡ ବ୍ୟାରେଜ୍‌ରୁ ଲାଗାତର ଯମୁନାରେ ପାଣି ଛଡ଼ାଯାଉଥିବାରୁ ଦିଲ୍ଲୀରେ ବିପଦସଙ୍କେତ ଉପରେ ବହୁଛି ଯମୁନା ନଦୀର ଜଳସ୍ତର। ପ୍ରତି ଘଣ୍ଟାରେ ଯମୁନା ନଦୀର ଜଳସ୍ତର ବଢୁଥିବା ନେଇ ସୂଚନା ମିଳିଛି। ଯଦି ଏମିତି ଭାବରେ ଜଳସ୍ତର ବୃଦ୍ଧି ହୁଏ ତେବେ ନୋଏଡ଼ାର ତଳିଆ ଅଂଚଳରେ କିଛି ସମୟ ମଧ୍ୟରେ ପାଣି ପଶିଯିବ ବୋଲି ଅନୁମାନ କରାଯାଉଛି।

Advertisment

ଦୁଇ ଦିନ ଧରି ହରିୟାଣାର ଯମୁନାନଗରର ହତିନକୁଣ୍ଡ ବ୍ୟାରେଜରୁ ଜଳ ନିଷ୍କାସନ ହେଉଛି। ତେଣୁ ଦିଲ୍ଲୀ ଆଡକୁ ଲକ୍ଷ ଲକ୍ଷ କ୍ୟୁସେକ୍ ପାଣି ମାଡ଼ି ଆସୁଛି। ଶୁକ୍ରବାର ସକାଳେ, ଦିଲ୍ଲୀର ଯମୁନାର ଜଳସ୍ତର ୨୦୫.୧୭ ମିଟରରେ ପହଞ୍ଚିଛି। ଯାହାକି ବିପଦ ସଙ୍କେତ ପାର୍‌ କରିଥିବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisment

ଯମୁନା ନଦୀରେ ଜଳସ୍ତରର ବୃଦ୍ଧି ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଦିଲ୍ଲୀରେ ବି ପ୍ରବଳ ବର୍ଷା ହେବା ଦ୍ୱାରା ସ୍ଥିତି ଆହୁରି ଗମ୍ଭୀର ରହିଛି। ସେପଟେ, ଯମୁନା ନଦୀର ସଂଲଗ୍ନ ଅଞ୍ଚଳ ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଯମୁନା ନଦୀ ଉପରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ରଖିଥିବା ଦିଲ୍ଲୀ ସରକାର କହିଛନ୍ତି। ଯଦି ପାଣିର ବେଗ ଆହୁରି ଅଧିକ ବଢିବ ତେହେ ନଦୀକୂଳିଆ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ସରକାର କହିଛନ୍ତି।

ଏଥିସହ ରିଲିଫ୍ କାର୍ଯ୍ୟ ଓ ଉଦ୍ଧାର କାର୍ଯ୍ୟ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସରକାର କହିଛନ୍ତି। ବୁଧବାର ଦିନ ହତିନକୁଣ୍ଡ ବ୍ୟାରେଜରୁ ଯମୁନା ନଦୀରେ ୧.୬ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହୋଇଛି, ଯାହାର ପ୍ରଭାବ ଦିଲ୍ଲୀରେ ଦେଖିବାକୁ ମିଳିଛି। ଏଥି ସହିତ ଗୁରୁବାର ୧.୧୪ ଲକ୍ଷ କ୍ୟୁସେକ୍ ଜଳ ମଧ୍ୟ ଯମୁନାକୁ ଛଡ଼ାଯାଇଛିଯ ଯେଉଁ କାରଣରୁ ଲାଗାତାର ଭାବରେ ଯମୁନାରେ ପାଣି ବଢିବାରେ ଲାଗିଛି। ଏହାସହ ଆଗାମୀ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ ବର୍ଷା ଲାଗି ରହେ ତେବେ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି କୁହାଯାଇଛି।

Advertisment
India Yamuna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ