Advertisment

ଶିବଲିଙ୍ଗକୁ ନେଇ ସୋସିଆଲ୍ ମିଡିଆରେ ଥଟ୍ଟା ପଡ଼ିଲା ମହଙ୍ଗା, ଗିରଫ ହେଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌

ଜ୍ଞାନବାପି ମସ୍‌ଜିଦ୍‌ ପରିସରରୁ ଶିବଲିଙ୍ଗ ମିଳିବା ଘଟଣାକୁ ନେଇ ପରିହାସ କରିବା ଅଭିଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ରତନ ଲାଲ ଗିରଫ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Delhi University professor arrested over social media post on Gyanvapi Mosque

Delhi University professor arrested over social media post on Gyanvapi Mosque

Advertisment

ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ଗିରଫ ହେଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ । ଜ୍ଞାନବାପି ମସ୍‌ଜିଦ୍‌ ପରିସରରୁ ଶିବଲିଙ୍ଗ ମିଳିବା ଘଟଣାକୁ ନେଇ ପରିହାସ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ୍ ପ୍ରଫେସର ରତନ ଲାଲ (Prof Ratan Lal)ଙ୍କୁ ଗିରଫ କରିଛି। ରତନ ଲାଲ ଦିଲ୍ଲୀର ହିନ୍ଦୁ ମହାବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର। ତାଙ୍କ ଗିରଫଦାରୀ ଉପରେ କେତେକ ଛାତ୍ର ମଧ୍ୟ ବିରୋଧ ମଧ୍ୟ କରିଥିଲେ ହେଲେ (ଦିଲ୍ଲୀ ପୋଲିସ) ସେସବୁ ଉପରେ ଧ୍ୟାନ ନଦେଇ ରତନଙ୍କୁ ଗିରଫ କରିଥିଲା ।

Advertisment

ସୂଚନା ଅନୁସାରେ, ସୁପ୍ରିମକୋର୍ଟର ଓକିଲ ଭିନୀତ ଜିନ୍ଦଲ ପ୍ରଫେସର୍‌ ରତନ ଲାଲଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ଏନେଇ ସେ କହିଛନ୍ତି ଯେ, ମସଜିଦରେ ଶିବଲିଙ୍ଗଙ୍କ ସନ୍ଧାନକୁ ନେଇ ରତନ ଲାଲ ଏକ ଅପମାନଜନକ ତଥା ଉତ୍ତେଜନାମୂଳକ ଟ୍ୱିଟ୍‌ କରିଛନ୍ତି। ଏହି ଟ୍ୱିଟ୍‌ ମାଧ୍ୟମରେ ସେ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି ।

ଆଡଭୋକେଟ୍ ଭିନେଟ୍ ଜିନ୍ଦଲ ଆହୁରି ମଧ୍ୟ କହିଛନ୍ତି, ଗୋଟିଏପଟେ ଜ୍ଞାନବାପି ମସ୍‌ଜିଦ୍‌ ବିବାଦ ମାମଲାକୁ ନେଇ କୋର୍ଟରେ କେସ୍ ଲାଗିରହିଥିବା ବେଳେ ପ୍ରଫେସର ରତନ ଲାଲ ଜ୍ଞାନବାପି ମସ୍‌ଜିଦ୍‌ ମାମଲାକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇ ଆଇନର ପରିହାସ କରିଛନ୍ତି । ତାଙ୍କର ଏହି ଟ୍ୱିଟ୍‌କୁ ନେଇ ଦିଲ୍ଲୀ ପୋଲିସର ସାଇବର ସେଲ୍ ପ୍ରଫେସରଙ୍କ ବିରୋଧରେ ଆଇପିସିର ଧାରା ୧୫୩ ଏ ୨୯୫ ଏ ଅନୁଯାୟୀ ମାମଲା ରୁଜୁ କରି ପ୍ରଫେସରଙ୍କୁ ଗିରଫ କରିଛି ।

Advertisment

ଗିରଫ ପୂର୍ବରୁ ପ୍ରଫେସର ରତନ ଲାଲ ତାଙ୍କ ପଦବୀକୁ ରକ୍ଷା କରି ଏକ ବିବୃତ୍ତି ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି, ' ଭାରତରେ କିଛି ବି କହିଲେ, କାହାର ମଧ୍ୟ ଭାବନାକୁ କ୍ଷତି ପହଞ୍ଚିପାରିବ। ତେଣୁ ଏହା କୌଣସି ନୂଆ ନୁହେଁ । ମୁଁ ଅନେକ ପର୍ଯ୍ୟବେକ୍ଷଣ କରିଛି । ଯଦିଓ ମୁଁ ଏହି ବିଷୟରେ ଲେଖିଥିଲି ହେଲେ ମୁଁ ମୋର ପୋଷ୍ଟରେ ସଂଯମତା ସହ ଭାଷା ବ୍ୟବହାର କରିଛି ତେଣୁ ବର୍ତ୍ତମାନ ମଧ୍ୟ ମୁଁ ନିଜକୁ ସୁରକ୍ଷା ପ୍ରଦାନ କରିବି ।’

ମାମଲାରେ ଓକିଲ ଅଭିଯୋଗ କରିଛନ୍ତି ଯେ, ରତନ ଲାଲ ଜ୍ଞାନବାପି ପରିସରରେ ମିଳିଥିବା ଶିବଲିଙ୍ଗ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଶିବଲିଙ୍ଗଙ୍କୁ ସୁନ୍ନତ ସହିତ ଯୋଡି ରତନ ଲାଲ ହିନ୍ଦୁ ଧର୍ମ ଏବଂ ସନାତନ ଧର୍ମର ଦେବତାମାନଙ୍କର ପରିହାସ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଟ୍ୱିଟକୁ ନେଇ ରତନଙ୍କ ଗିରଫ ଦାବି ହୋଇଆସୁଥିଲା। ଯାହା ପରେ ଏବେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି ।

Advertisment

ତେବେ ଏହା ପୂର୍ବରୁ ମଧ୍ୟ ରତନ ଲାଲ ଅନେକ ଥର ବିବାଦ ଘେରରେ ରହିଥିଲେ ​​।

Delhi Police Varanasi Prof Ratan Lal Gyanvapi Masjid Shivling Gyanvapi Masjid Row Gyanvapi Masjid Gyanvapi Masjid Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: