Advertisment

ଦିଲ୍ଲୀରେ ବୋମା ଆତଙ୍କ; ତିହାର ଜେଲ୍‌କୁ ଉଡ଼ାଇଦେବାକୁ ଧମକ

ଦିଲ୍ଲୀର ସ୍କୁଲ ଓ ହସ୍ପିଟାଲ ପରେ ଏବେ ତିହାର ଜେଲ୍‌କୁ ବୋମାରେ ଉଡ଼ାଇ ଦେବା ନେଇ ଆସିଛି ଧମକ। ଇମେଲ୍‌ ଜରିଆରେ ଏହି ଧମକ ମିଳିଥିବା ନେଇ ସୂଚନା ମିଳିଛି।

ଅଦ୍ୟତନ ହୋଇଛି
 Delhi's Tihar Jail Receives Bomb Threat

Tihar Jail

Advertisment

ରାଜଧାନୀ ଦିଲ୍ଲୀରେ ବୋମା ଧମକ। ପ୍ରଥମେ ସ୍କୁଲ ଓ ହସ୍ପିଟାଲ ଆଉ ଏବେ ତିହାର ଜେଲ୍‌ରେ ବୋମା ଥିବା ନେଇ ଧମକ ମିଳିଛି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏବେ ବୋମା ରଖାଯାଇଥିବା ନେଇ ଧମକ ଆସୁଛି। ତିହାର ଜେଲ୍‌ରେ ବୋମା ଥିବା ନେଇ ଧମକ ମିଳିବା ପରେ ଏବେ ଚାରିଆଡ଼େ ଆତଙ୍କ ଖେଳିଯାଇଛି।

Advertisment

ଦିଲ୍ଲୀର ସ୍କୁଲ, ହସ୍ପିଟାଲ ଓ ତିହାର ଜେଲ୍‌କୁ ବୋମାରେ ଉଡ଼ାଇ ଦେବା ନେଇ ଆସିଛି ଧମକ। ଇମେଲ୍‌ ଜରିଆରେ ଏହି ଧମକ ମିଳିଥିବା ନେଇ ସୂଚନା ମିଳିଛି। ଯାହାକୁ ନେଇ ତିହାର ଜେଲ୍‌ ପ୍ରଶାସନ ଆଲର୍ଟ ରହିଛି। ଗତକାଲି ଦିଲ୍ଲୀର ଅନେକ ହସ୍ପିଟାଲକୁ ଉଡ଼ାଇ ଦେବା ନେଇ ଧମକ ମିଳିଥିଲା। ସେଥିରେ ସାମିଲ ରହିଥିଲା ପଚାନ୍ଦ ବନ୍ଧୁ ହସ୍ପିଟାଲ୍, ଦାଦା ଦେବ ହସ୍ପିଟାଲ୍, ହେଡଗୱାର୍ ହସ୍ପିଟାଲ୍ ଏବଂ ଗୁରୁ ତେଗ ବାହାଦୂର ହସ୍ପିଟାଲ୍।

ଅଧିକ ପଢ଼ନ୍ତୁ: ସ୍କୁଲ ପରେ ହସ୍ପିଟାଲକୁ ମିଳିଲା ବୋମା ଧମକ, ଆତଙ୍କିତ ଅବସ୍ଥାରେ ଦିଲ୍ଲୀବାସୀ

Advertisment

ବୋମା ଧମକ ମିଳିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଚାରିଆଡ଼େ ସର୍ଚ୍ଚ ଅପରେସନ ଜାରି ରହିଛି। ଗତ ଦୁଇ ଦିନ ହେବ ଏଭଳି ଧମକ ମିଳୁଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସୂଚନା ମୁତାବକ ଦୁଇଦିନ ତଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଧମକ ମିଳିଥିଲା। ଏବେ ମିଳିଥିବା ଧମକପୂର୍ଣ୍ଣ ଇମେଲ୍‌ରେ ଲେଖାଯାଇଛି ଯେ, ଜେଲ୍‌ର ବିଭିନ୍ନ ବିଲ୍ଡିଂରେ ବୋମା ଖଞ୍ଜାଯାଇଛି। ଆଉ କିଛି ସମୟ ମଧ୍ୟରେ ଏହା ଫାଟିବ। ଏହାକୁ ଗୁରୁତ୍ୱର ସହ ନିଅନ୍ତୁ, ନଚେତ ଗୋଟିଏ ଭୁଲ ପାଇଁ ରକ୍ତର ନଦୀ ବହିବ।

ଦିଲ୍ଲୀ ପୋଲିସ ସୂଚନା ଅନୁସାରେ, ବିମାନବନ୍ଦରକୁ ମେ ୧୨ ରେ ଏକ ଅଜ୍ଞାତ ଆକାଉଣ୍ଟରୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା। ସେହିଭଳି ବୁରାରୀ ସରକାରୀ ହସ୍ପିଟାଲ ଓ ମଙ୍ଗୋଲପୁରୀର ସଞ୍ଜୟ ଗାନ୍ଧୀ ହସ୍ପିଟାଲ ସମେତ ଦୁଇଟି ସରକାରୀ ଡାକ୍ତରଖାନାକୁ ମଧ୍ୟ ଏପରି ଧମକ ମିଳିଥିଲା। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୌଣସି ସନ୍ଦେହଜନକ ଜିନିଷ ମିଳିଲେ ଖବର ଦେବାକୁ ଅନୁରୋଧ କରାଯାଇଛି।

Advertisment
Tihar Jail Bomb Threat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ