Advertisment

ନୂଆ ଖୁଲାସା- ଶ୍ରଦ୍ଧାଙ୍କୁ ପିସ୍‌ ପିସ୍‌ କରିବା ପରେ ବି ମୃତଦେହ ପାଖରେ ବସି ଗଞ୍ଜେଇ ଟାଣୁଥିଲା ଅଫତାବ୍‌

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌ର ଅଭିଯୁକ୍ତ ଅଫତାବ୍ ଅମିନ୍‌ ପୁନାୱାଲା ଦିଲ୍ଲୀ ପୋଲିସ୍‌ର ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିଛି।

ଅଦ୍ୟତନ ହୋଇଛି
Delhi Shraddha Walker Murder Case

Delhi Shraddha Walker Murder Case

Advertisment

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌ର ଅଭିଯୁକ୍ତ ଅଫତାବ୍ ଅମିନ୍‌ ପୁନାୱାଲା ଦିଲ୍ଲୀ ପୋଲିସ୍‌ର ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିଛି। ଏହାସହ ନିଜର ଅଭ୍ୟାସ ସମ୍ପର୍କରେ ମଧ୍ୟ ବଡ଼ ଖୁଲାସା କରିଛି। ଦିଲ୍ଲୀ ପୋଲିସ୍‌ ସୂଚନା ଅନୁସାରେ, ଅଫତାବ୍‌ ଜେରା ବେଳେ କହିଛି ଯେ, ଗଞ୍ଜେଇ ସମେତ ଅନ୍ୟ ନିଶାଦ୍ରବ୍ୟ ସେ ସେବନ କରନ୍ତି। ସବୁବେଳେ ଗଞ୍ଜେଇ ଟାଣୁ ଥିବାରୁ ଶ୍ରଦ୍ଧା ତାଙ୍କୁ ଗାଳି କରୁଥିଲେ। 

Advertisment

ଅଫତାବ୍‌ ପୋଲିସ୍‌କୁ କହିଛି ଯେ, ଯେଉଁଦିନ(ମେ’ ୧୮) ସେ ଶ୍ରଦ୍ଧାଙ୍କୁ ହତ୍ୟା କଲା ସେହିଦିନ ମଧ୍ୟ ସେ ଗଞ୍ଜେଇ ଟାଣିଥିଲା। ଘର ଖର୍ଚ୍ଚ ଉଠାଇବା ଓ ମୁମ୍ବାଇରେ ରଖା ଯାଇଥିବା ଜିନିଷ ସବୁ କିପରି ଦିଲ୍ଲୀ ଆସିବ ଏନେଇ ଶ୍ରଦ୍ଧାଙ୍କ ସହ ତାଙ୍କର ପାଟିତୁଣ୍ଡ ହେଉଥିଲା। ମେ’ ୧୮ ତାରିଖ ଦିନ ଅପତାବ୍‌ ଘର ବାହାରକୁ ଯାଇ ଗଞ୍ଜେଇ ଟାଣି ଥିଲା ଓ ପୁଣି ଘରକୁ ଫେରିଥିଲା। 

ଅଧିକ ପଢ଼ନ୍ତୁ: ଦିଲ୍ଲୀ ଶ୍ରଦ୍ଧା ଓ୍ୱାକର୍ ହତ୍ୟା ମାମଲା: ସତ ଉଗାଳିବାକୁ ଅଫତାବ୍‌ର ହେବ ନାର୍କୋ ଟେଷ୍ଟ

Advertisment

ଅଫତାବ୍‌ ଆହୁରି କହିଛି ଯେ, ସେ ଶ୍ରଦ୍ଧାଙ୍କୁ ମାରିବାକୁ ଚାହୁଁ ନଥିଲା। ହେଲେ ଯେଉଁଭଳି ଭାବେ ଶ୍ରଦ୍ଧା ତାଙ୍କ ଉପରେ ସବୁବେଳେ ଚିତ୍କାର କରୁଥିଲା, ଏଥିରେ ସେ ରାଗି ଯାଇଥିଲା। ତେଣୁ ଗଞ୍ଜେଇ ନିଶାରେ ସେ ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ମେ’ ୧୮ ରାତି ୯ଟାରୁ ୧୦ଟା ମଧ୍ୟରେ ଅଫତାବ୍‌, ଶ୍ରଦ୍ଧାର ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ସାରାରାତି ମୃତଦେହ ପାଖରେ ବସି ଅଫତାବ୍‌ ଗଞ୍ଜେଇ ଭର୍ତ୍ତି ସିଗାରେଟ୍‌ ଟାଣୁଥିଲା। ଶ୍ରଦ୍ଧାଙ୍କ ମୃତଦେହର କିଛି ଅଂଶ ଡେରାଡୁନ୍‌ରେ ଫିଙ୍ଗିଥିବା ଜେରା ବେଳେ ଅଫତାବ୍‌ ଦାବି କରିଛି। 

ଅନ୍ୟପକ୍ଷେ, ମେହରୁଲି ଜଙ୍ଗଲରୁ ଦିଲ୍ଲୀ ପୋଲିସ୍‌କୁ ମିଳିଛି ୧୩ ଖଣ୍ଡ ହାଡ଼। ୩୫ କିଲୋମିଟର ପରିବ୍ୟାପ୍ତ ଏହି ଜଙ୍ଗଲରେ ଗତ ୧୪ ଘଣ୍ଟା ଧରି ଯାଞ୍ଚ କରିଥିଲେ ଦିଲ୍ଲୀ ପୋଲିସ୍‌ର ବରିଷ୍ଠ ଓ ଅଭିଜ୍ଞ ଫରେନସିକ ଟିମ୍। ଏହି ୧୩ ଖଣ୍ଡ ହାଡ଼କୁ ଏବେ ଯାଞ୍ଚ କରାଯିବ। ମିଳିଥିବା ସୂଚନା ଅନୁସାରେ, ଡିଏନ୍ଏ ଟେଷ୍ଟ ପରେ ଜଣାପଡ଼ିବ ଏହା କାହାର। 

Advertisment

ସେପଟେ ଶ୍ରଦ୍ଧାଙ୍କ ରକ୍ତ ଭିଜା କପଡ଼ା ପାଇଁ ଏବେ ଅଫତାବ୍‌ ଓ ଶ୍ରଦ୍ଧା ରହୁଥିବା ଆପାର୍ଟମେଣ୍ଟର ଆବର୍ଜନା ଉଠାଉଥିବା କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ଦିଲ୍ଲୀର ବିଭିନ୍ନ ଡମ୍ପିଂ ୟାର୍ଡ ଯାଞ୍ଚ କରୁଛି ଦିଲ୍ଲୀ ପୋଲିସ୍। ୫ ଦିନିଆ ରିମାଣ୍ଡରେ ଯାଇଥିବା ଅଭିଯୁକ୍ତ ତଥା ଜହ୍ଲାଦ ପ୍ରେମିକ ଅଫତାବ୍‌କୁ ପଚରାଉଚରା ଚାଲିଛି। ଖୁବ୍‌ଶୀଘ୍ର ତା’ର ନାର୍କୋ ଟେଷ୍ଟ କରାଯିବ। ଯାହା ଏହି ମାମଲାରେ ବଡ଼ ପ୍ରମାଣ ପୋଲିସକୁ ଦେଇପାରେ।

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ