Advertisment

ସ୍କୁଲ ଖୋଲିବା ନେଇ ବଡ଼ ମନ୍ତବ୍ୟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦେଶରେ ଲଗାତାର ଭାବରେ କମୁଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଧୀରେ ଧୀରେ ରାଜ୍ୟ ଗୁଡ଼ିକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଉଛନ୍ତି। ତେବେ ଦିଲ୍ଲୀରେ ମଧ୍ୟ ସ୍କୁଲ ଖୋଲିବା ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଥିବା ନେଇ ଜଣାପଡ଼ିଛି। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ସ୍କୁଲ ଖୋଲିବା ନେଇ ଆମେ ଅନେକ ବୈଠକ କରିଛୁ

ସ୍କୁଲ ଖୋଲିବା ନେଇ ବଡ଼ ମନ୍ତବ୍ୟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

arvind-kejriwal

Advertisment

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବରେ କମୁଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଧୀରେ ଧୀରେ ରାଜ୍ୟ ଗୁଡ଼ିକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଉଛନ୍ତି। ତେବେ ଦିଲ୍ଲୀରେ ମଧ୍ୟ ସ୍କୁଲ ଖୋଲିବା ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଥିବା ନେଇ ଜଣାପଡ଼ିଛି। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ସ୍କୁଲ ଖୋଲିବା ନେଇ ଆମେ ଅନେକ ବୈଠକ କରିଛୁ। ହେଲେ ପିଲାଙ୍କ ସୁରକ୍ଷାକୁ ଆମେ ଗୁରୁତ୍ୱ ଦେଉଛୁ। କରୋନାର ଦ୍ୱିତୀୟ ଲହର ଯେପରି ଭାବରେ ଜୀବନ ନେଲା ତାହା ଏବେ ଆମ ମନରେ ଭୟ ସଂଚାରଣ କରୁଛି। କୌଣସି ପରିସ୍ଥିତିରେ ବି ଆମେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଖେଳିବୁ ନାହିଁ ବୋଲି ରୋକଠୋକ୍ କହିଛନ୍ତି କେଜ୍ରିୱାଲ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଖୁବଶୀଘ୍ର ଭାରତରେ ତୃତୀୟ ଲହର ଆସିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ତେଣୁ କେଉଁ ପରିସ୍ଥିତିରେ ଆମେ ସ୍କୁଲ ଖୋଲିବୁ? ଏବଂ ଯେଉଁ ରାଜ୍ୟରେ ସ୍କୁଲ ଖୋଲିଛି ସେଠାରେ ବାସ୍ତବିକ ସ୍ଥିତି କ’ଣ ରହିଛି ତାହାର ଅନୁସନ୍ଧାନ ପରେ ହିଁ ଆମେ ନିଷ୍ପତ୍ତି ନେବୁ।

Advertisment

କେବଳ ଏତିକି ନୁହେଁ ବରଂ ବର୍ତ୍ତମାନ ଦିଲ୍ଲୀ ସରକାର ଭ୍ୟାକ୍ସିନେସନ ଉପରେ ଗୁରୁତ୍ୱ ଦେଉଛନ୍ତି। କମ୍‌ ସମୟ ମଧ୍ୟରେ ଦିଲ୍ଲୀବାସୀଙ୍କୁ ଟିକା ଦେବାକୁ ଆମ ସରକାର ଚେଷ୍ଟା ଚଳାଉଛି ବୋଲି କେଜ୍ରିୱାଲ କହିଛନ୍ତି। କାରଣ କରୋନା ପାଇଁ ଏବେ ବି ଦେଶର ଅନେକ ସ୍ଥାନରେ ସ୍କୁଲ ଓ କଲେଜ୍ ବନ୍ଦ ରହିଛି। କହିବାକୁ ଗଲେ, ଅନଲାଇନ୍‌ ହିଁ ଏବେ ପିଲାଙ୍କ ପାଠ ପଢ଼ାର ସାଜିଛି ସାହା ଭରଷା। ଆଜି ଦିଲ୍ଲୀରେ ଗତ ୨୪ ଘଂଟା ମଧ୍ୟରେ ଶହେରୁ କମ୍‌ ସଂଖ୍ୟାରେ ପଜିଟିଭ୍ କେସ ଆସିଥିବା ବେଳେ ୬୦୦ ରୁ କମ୍‌ ଆକ୍ଟିଭ୍ କେସର ସଂଖ୍ୟା ରହିଛି। ଆଉ ମହାମାରୀ କରୋନାରେ କେବଳ ଦିଲ୍ଲୀରେ ଏବେ ସୁଦ୍ଧା ପାଖାପାଖି ୨୬ ହଜାର ଲୋକଙ୍କ ଜୀବନ ଯାଇଥିବା ନେଇ ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି। ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଦିଲ୍ଲୀରେ, ରିକଭରି ରେଟ୍‌ ୯୮.୨୧ ରହିଥିବା ବେଳେ ଡେଥ୍‌ ରେଟ୍‌ ରହିଛି ୧.୭୪। ତେବେ ମୋଟ୍‌ ଉପରେ ଏବେ ସ୍କୁଲ ଖୋଲିବା ସପକ୍ଷରେ ବୋଧହୁଏ ସରକାର ନଥିବା ମନେହେଉଛି।

Advertisment
COVID19 Arvind Kejriwal Coronavirus Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ