Advertisment

ଇ-ମେଲ୍‌ ଆସିଲା- ସ୍କୁଲ୍‌ରେ ଖଞ୍ଜା ଯାଇଛି ବୋମା, ତା’ପରେ...

ଇ-ମେଲ୍‌ ଆସିଲା ସ୍କୁଲ୍‌ ପରିସରରେ ଖଞ୍ଜା ଯାଇଛି ବୋମା। ସୋମବାର ଦିନ ଦକ୍ଷିଣ ଦିଲ୍ଲୀ ସ୍ଥିତ ଏକ ସ୍କୁଲ୍‌କୁ ଏହି ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା।

Delhi School Evacuated After Bomb Threat

Delhi School Evacuated After Bomb Threat

Advertisment

ଇ-ମେଲ୍‌ ଆସିଲା ସ୍କୁଲ୍‌ ପରିସରରେ ଖଞ୍ଜା ଯାଇଛି ବୋମା। ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତତ୍‌କ୍ଷଣାତ ସ୍କୁଲ୍‌ରୁ ଛାତ୍ରଛାତ୍ରୀଙ୍କୁ ବାହାରକୁ ଅଣାଯାଇଥିଲା। ସୋମବାର ଦିନ ଦକ୍ଷିଣ ଦିଲ୍ଲୀ ସ୍ଥିତ ଏକ ସ୍କୁଲ୍‌କୁ ଏହି ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା। ପୋଲିସ୍‌ ସୂଚନା ଅନୁସାରେ, ସୋମବାର ସକାଳ ୧୦ଟା ୪୯ରେ ସାଦିକ୍‌ ନଗର ସ୍ଥିତ ଇଣ୍ଡିଆନ୍‌ ପବ୍ଲିକ୍‌ ସ୍କୁଲ୍‌କୁ ଏହି ଇ-ମେଲ୍‌ ଆସିଥିଲା।

Advertisment

ଇ-ମେଲ୍‌ରେ ଦାବି କରାଯାଇଥିଲା, ସ୍କୁଲ୍‌ ପରିସରରେ ବୋମା ଖଞ୍ଜା ଯାଇଛି। ଏହାପରେ ତୁରନ୍ତ ସ୍କୁଲ୍‌କୁ ଖାଲି କରାଯାଇ ଛାତ୍ରଛାତ୍ରୀଙ୍କୁ ବାହାରକୁ ଅଣାଯାଇଥିଲା। ଭିଡିଓରେ ଦେଖିବାକୁ ମିଳିଛି, ସ୍କୁଲ୍‌ ବାହାରେ ଲୋକଙ୍କ ଗହଳି ଲାଗିଛି। ବିଶେଷ କରି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସେମାନଙ୍କର ପିଲାଙ୍କୁ ଘରକୁ ନେବା ଲାଗି ଆସିଥିଲେ। ହେଲେ ସ୍କୁଲ୍‌ ପରିସରରୁ ସେଭଳି କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା। 

Advertisment

ସୂଚନାଥାଉ କି, ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ନଭେମ୍ବରରେ ଜଣେ ଅଜଣା ବ୍ୟକ୍ତି ଇ-ମେଲ୍‌ କରି ସ୍କୁଲ୍‌ରେ ବୋମା ଥିବା ଧମକ ଦେଇଥିଲେ। ହେଲେ ପରେ ଜଣାପଡ଼ିଥିଲା ଏହା ଏକ ଗୁଜବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ