କେରଳ ପରେ ଏବେ ଦିଲ୍ଲୀରେ ବ୍ୟାପିଲା ମଙ୍କିପକ୍ସ

ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ...

Delhi's 1st Monkeypox Case: 31-Year-Old Man With No Foreign Travel History

କେରଳ ପରେ ଦିଲ୍ଲୀକୁ ବ୍ୟାପିଲା ମଙ୍କି ପକ୍ସ । ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜରେ ଚିକିତ୍ସାଧୀନ ଜଣେ ୩୧ ବର୍ଷୀୟ ବ୍ୟକ୍ତିଙ୍କ ଠାରେ ମଙ୍କିପକ୍ସ ଚିହ୍ନଟ ହୋଇଛି । ତେବେ ସଂକ୍ରମିତ ବ୍ୟକ୍ତିଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ୪ ରେ ପହଞ୍ଚିଛି । ତେବେ ପୂର୍ବରୁ ଚିହ୍ନଟ ହୋଇଥିବା ୩ ଜଣ ଯାକ ସଂକ୍ରମିତ କେରଳର ହୋଇଥିବା ବେଳେ ସମସ୍ତେ ବିଦେଶ ଫେରନ୍ତା । ତେବେ ପ୍ରଥମ ଥର ପାଇଁ ଟ୍ରାଭେଲ ହିଷ୍ଟ୍ରି ନଥାଇ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟହୋଇଥିବାରୁ ଚିନ୍ତା ବଢିଛି ।

ସେପଟେ ମଙ୍କିପକ୍ସଙ୍କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କ ଘଣ୍ଟି । ୭୫ଟି ଦେଶରେ ୧୬ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ, ବସନ୍ତ ଜାତୀୟ ରୋଗ ମଙ୍କିପକ୍ସକୁ ଗ୍ଲୋବାଲ୍ ହେଲ୍ଥ ଏମର୍ଜେନ୍‌ସି ଘୋଷଣା କଲା ଡବ୍ଲୁଏଚ୍ଓ । ବିଦେଶ ଯାତ୍ରୀଙ୍କ ମାଧ୍ୟମରେ ଏହି ସଂକ୍ରମଣ କମ୍ ଦେଖାଯାଉଥିଲେ ମଧ୍ୟ ଏହା ବିଶ୍ୱର ଅଧିକାଂଶ ସ୍ଥାନରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ଦେଖିବାକୁ ମିଳିଛି । ମାସକ ତଳେ ୪୭ଟି ଦେଶରେ ପ୍ରାୟ ୩ ହଜାରଟି ମାମଲା ଥିବା ବେଳେ, ମାସେ ଭିତରେ ଏହା ୭୫ଟି ଦେଶକୁ ମାଡ଼ିଗଲାଣି । ସାରାବିଶ୍ୱରେ ଏବେ ସୁଦ୍ଧା ୧୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନ୍ୟୁଜ୍‌ ଏଜେନ୍ସି NDTV ର ରିପୋର୍ଟ ଅନୁଯାୟୀ, ମେ ମାସର ପ୍ରତି ସପ୍ତାହରେ ୨-୩ଟି ସନ୍ଦିଗ୍ଧ ନମୁନା ଆସୁଥିଲା । ହେଲେ ବର୍ତ୍ତମାନ ପ୍ରତିଦିନ ୨ରୁ ୩ଟିସନ୍ଦିଗ୍ଧ ନମୁନା ସାମ୍ନାକୁ ଆସିଛି । ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘ପୀଡିତା ଧୀରେ ଧୀରେ ସୁସ୍ଥ ହେଉଛନ୍ତି ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ’ ।