Delhi police commissioner rakesh asthana interrogates main accused ansar in jahangirpuri violence ca
ଜାହାଙ୍ଗୀରପୁରୀ ହିଂସା ମାମଲାର ତଦନ୍ତ ପାଇଁ ଅଣ୍ଟା ଭିଡିଛି ଦିଲ୍ଲୀ ପୋଲିସ । ମାମଲାରେ ଗତକାଲି ଅଭିଯୁକ୍ତ ମହମ୍ମଦ ଅନ୍ସରଙ୍କୁ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ପଚରାଉଚୁରା କରିଛନ୍ତି। ଅନୁସନ୍ଧାନର ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ଅଧିକାରୀମାନଙ୍କୁ କୁହାଯାଇଥିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାନୁସାରେ, ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନସର ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି । ମାମଲାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଦିଲ୍ଲି କ୍ରାଇମବ୍ରାଞ୍ଚ ସ୍ଥାନୀୟ ପୋଲିସର ସହାୟତାରେ ଅଭିଯୁକ୍ତ ଅନସରର କଲ ଡିଟେଲ୍ସ ଓ ହ୍ୱାଟ୍ସାଆପର ସବିଶେଷ ତଥ୍ୟ ଯାଞ୍ଚ କରୁଛନ୍ତି ।
ପୋଲିସ ସୂଚନା ଅନୁସାରେ, ହିଂସା ଘଟଣା ଦିନ ଅନସାର ହିଂସା ସ୍ଥଳକୁ ଅନେକ ଲୋକଙ୍କୁ ଡାକିଥିଲା । ତେବେ ଘଟଣାରେ ପହଞ୍ଚିଥିବା ଲୋକଙ୍କୁ ଗିରଫ କରିବା ପରେ ପୋଲିସ ତଦନ୍ତ ପାଇଁ ଅଧିକ ତଥ୍ୟ ସଂଗ୍ରହ କରିବ। ଏହି ହିଂସା ଘଟଣାରେ ପଶ୍ଚିମବଙ୍ଗ ଲିଙ୍କ ଥିବା ଖବର ମଧ୍ୟ ସାମ୍ନାକୁ ଆସିଥିବାରୁ କ୍ରାଇମବ୍ରାଞ୍ଚର ଏକ ଟିମ୍କୁ ଯାଞ୍ଚ ପାଇଁ ସେଠାକୁ ପଠାଇଛି ।
ତେବେ ଅଭିଯୁକ୍ତଙ୍କ ବାଂଲାଦେଶ ସହ ଲିଙ୍କ ଥିବା ନେଇ ମଧ୍ୟ ପୋଲିସ ସନ୍ଦେହ କରୁଛି। ଜାହାଙ୍ଗୀରପୁରୀ କୁଶଲ ଚୌକ୍ ଅଞ୍ଚଳରେ ପ୍ରାୟ ଏକ ଡର୍ଜନ ସିସିଟିଭି କ୍ୟାମେରା ଲଗାଯାଇଛି। ଏହାସହ ପୋଲିସ ଏକ ଅସ୍ଥାୟୀ ସିସିଟିଭି ଷ୍ଟେସନ୍ ମଧ୍ୟ ସ୍ଥାପନ କରିବାକୁ ଯୋଜନା କରୁଛି । ଯାହା ଦ୍ୱାରା ସେମାନେ କ୍ୟାମେରା ମାଧ୍ୟମରେ ସେହି ଅଞ୍ଚଳର ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖିବେ ।
ଏନେଇ ସ୍ଥାନୀୟ ପୋଲିସ କହିଛନ୍ତି, ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଅନସାରଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଜାହାଙ୍ଗୀରପୁରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଗତକାଲି ରାକେଶ ଆସ୍ଥାନା ଇଡି (Enforcement Directorate)ଙ୍କୁ ଏକ ଚିଠି ଲେଖିଛନ୍ତି।
ସୂଚନା ଅନୁସାରେ, ଗତ ୧୬ ତାରିଖ ଦିନ ଦିଲ୍ଲୀ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା । ଶୋଭାଯାତ୍ରା ବେଳେ ପଥରମାଡ଼ ଓ ଭଙ୍ଗାରୁଜା ବି ହୋଇଥିଲା । ହିଂସାକାଣ୍ଡରେ ଅନେକ ପୋଲିସ୍ କର୍ମଚାରୀଙ୍କ ସମେତ ସାଧାରଣ ଲୋକ ଆହତ ହୋଇଥିବାର ଜଣାପଡିଥିଲା । ଏମିତିକି ପଥରମାଡ଼ରେ ଅନେକ ଗାଡ଼ି ମଧ୍ୟ ଭାଙ୍ଗି ମଧ୍ୟ ଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us