Advertisment

ପ୍ରେମୀକା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ, ସିସିଟିଭିରୁ ମିଳିଲା ପ୍ରମାଣ

ସେପଟେ, ନାବାଳକଙ୍କ ମାଆ କହିଛନ୍ତି, ଅଗଷ୍ଟ ୩ ତାରିଖରେ ନିଜ ସାଙ୍ଗ ଘରକୁ ଯାଉଥିବା କହି ଘରୁ ବାହାରିଥିଲା ପୁଅ। କିନ୍ତୁ ଘରକୁ ଆଉ ଫେରିନଥିଲା। ରାତି ଅଧିକ ହେବାରୁ ମୁଁ ଅନେକ ସାଙ୍ଗଙ୍କୁ ଫୋନ୍‌ କରିଥିଲି କିନ୍ତୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତେଣୁ ବ୍ୟସ୍ତ ହୋଇ ଥାନାର ଦ୍ୱାରସ୍ଥ ହେଲି ବୋଲି ମୃତ ନାବାଳକଙ୍କ ପୁଅ କହିଛନ୍ତି।

ଅଦ୍ୟତନ ହୋଇଛି
ପ୍ରେମୀକା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ, ସିସିଟିଭିରୁ ମିଳିଲା ପ୍ରମାଣ

Crime In Bihar

Advertisment

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ହତ୍ୟାକାଣ୍ଡ ପଛର ସତ। ମାତ୍ର ୧୦ ଦିନ ମଧ୍ୟରେ ହତ୍ୟାକାଣ୍ଡର ଖୁଲାସା କରିଦେଲା ଦିଲ୍ଲୀ ପୋଲିସ। ଆଉ ପୋଲିସ ଯେଉଁ ତଥ୍ୟ ଦେଇଛି ତାହା ଚମକାଇଦେବା ପରି। ଦିଲ୍ଲୀ ପୋଲିସ କହିଛି ଉଦ୍ଧାର ହୋଇଥିବା ଶବ ଜଣେ ନାବାଳକଙ୍କର, ଆଉ ତାଙ୍କୁ ବେଲ୍ଟ ସାହାଯ୍ୟରେ ହତ୍ୟା କରାଯାଇଛି। ତେବେ ଶବର ଅବସ୍ଥା ଏପରି ଥିଲା ଯେ, ଯାହାକୁ ଚିହ୍ନିବା ବି କଷ୍ଟସାଧ୍ୟ ଥିଲା। ପୋଲିସ କହିବା ଅନୁସାରେ, ଉଦ୍ଧାର ହୋଇଥିବା ନାବାଳକଙ୍କୁ ଚିହ୍ନଟ କରିବା ପୋଲିସ ପକ୍ଷରେ କଷ୍ଟସାଧ୍ୟ ଥିଲା। ଏମିତି କି ଶବର ମୁଣ୍ଡ କିଛି ଅଂଶରେ ମିଳିନଥିଲା।

Advertisment

ସୂଚନା ଅନୁସାରେ , ଦିଲ୍ଲୀ ନାବାଳିକା ମୃତ୍ୟୁ ମାମଲାରୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଅଗଷ୍ଟ ୩ ରେ ୧୭ ବର୍ଷୀୟ ଜଣେ ନାବାଳକ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଥାନାରେ ମାମଲା ଦାୟର କରାଯାଇଥିଲା। ଆଉ ଏହାର ଠିକ୍‌ ୧୦ ଦିନ ପରେ ପୋଲିସ ଏକ ଶବ ଉଦ୍ଧାର କରିଥିଲା। ଗୁରୁତ୍ୱପୂର୍ଣ୍ଣ ବିଷୟ କି, ଉଦ୍ଧାର ହୋଇଥିବା ଶବକୁ ଚିହ୍ନଟ କରିବା ପ୍ରକ୍ରିୟା ବଡ଼ ଜଟିଳ ରହିଥିଲା। କିନ୍ତୁ ମାଆ ନିଜ ପୁଅର ଟି-ସାର୍ଟ ଏବଂ ଜୋତାକୁ ଦେଖି ଶବ ଚିହ୍ନଟ କରିଥିଲେ। ଏହାପରେ ପୋଲିସ ଶବକୁ ପୋଷ୍ଟମର୍ଟମ କରିବା ପାଇଁ ପଠାଇଥିଲା । ଆଉ ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି କି ସମ୍ପୃକ୍ତ ନାବାଳକଙ୍କୁ ହତ୍ୟା କରାଯାଇଛି।

Advertisment

ସେପଟେ, ନାବାଳକଙ୍କ ମାଆ କହିଛନ୍ତି, ଅଗଷ୍ଟ ୩ ତାରିଖରେ ନିଜ ସାଙ୍ଗ ଘରକୁ ଯାଉଥିବା କହି ଘରୁ ବାହାରିଥିଲା ପୁଅ। କିନ୍ତୁ ଘରକୁ ଆଉ ଫେରିନଥିଲା। ରାତି ଅଧିକ ହେବାରୁ ମୁଁ ଅନେକ ସାଙ୍ଗଙ୍କୁ ଫୋନ୍‌ କରିଥିଲି କିନ୍ତୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତେଣୁ ବ୍ୟସ୍ତ ହୋଇ ଥାନାର ଦ୍ୱାରସ୍ଥ ହେଲି ବୋଲି ମୃତ ନାବାଳକଙ୍କ ପୁଅ କହିଛନ୍ତି।

ତେବେ ପୋଲିସ ତଦନ୍ତ କରିବା ପରେ ଏକ ସିସିଟିଭି ଫୁଟେଜ୍‌ ପାଇଛି। ଯେଉଁଠାରେ ସ୍ପଷ୍ଟ ଦେଖା ଦେଉଛି କି ନାବାଳକ ଜଣଙ୍କୁ ହତ୍ୟା କରାଯାଉଛି। ଆଉ ନିଜ ସାଙ୍ଗ ହିଁ ସମ୍ପୃକ୍ତ ନାବାଳକଙ୍କୁ ହତ୍ୟା କରୁଛି। ଆଉ ପୋଲିସ ଅଭିଯୁକ୍ତଙ୍କୁ ଉଠାଇ ନେଇ ପଚରାଉଚରା କରିବା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଆହୁରି ସମ୍ବେଦନଶୀଳ। ଅଭିଯୁକ୍ତ ପୋଲିସକୁ କହିଛି କି, ସେ ବାରମ୍ବାର ମୋର ପ୍ରେମୀକା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଉଥିଲା। ବହୁତ ଥର ମନା କରିବା ପରେ ସେ ଶୁଣିନଥିଲା। ତେଣୁ ଅଗଷ୍ଟ ୩ ତାରିଖରେ ରାତିରେ ମୁଁ ତାକୁ ବେଲ୍ଟ ସାହାଯ୍ୟରେ ହତ୍ୟା କରିଛି। ଘଟଣା ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ କହିଛନ୍ତି ସାମାନ୍ୟ କେଇ ପଦ କଥା ଲାଗି ଜଣେ ସାଙ୍ଗ ସାଙ୍ଗକୁ ଯେ ହତ୍ୟା କରିଦେବ ତାହାକୁ ବିଶ୍ୱାସ କରିହେଉନାହିଁ। ଏବେ ଅଭିଯୁକ୍ତଙ୍କୁ ବାଳ ସୁଧାର ଗୃହରେ ରଖାଯାଇଥିବା ନେଇ ସୂଚନା ମିଳିଛି।

Advertisment
India Delhi Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ