Advertisment

ମନି ଲଣ୍ତରିଂ ମାମଲାରେ ED କବ୍ଜାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଛି। ଏହାପୂର୍ବରୁ ଏହି ମାମଲାରେ ଇଡି ତାଙ୍କୁ ଅନେକ ଥର ଜେରା କରିଥିଲା। ଶେଷରେ ଆଜି ତାଙ୍କୁ ଗିରଫ କରାଯାଇଛି।

Delhi health minister

Delhi health minister

Advertisment

ବେଆଇନ ଅର୍ଥ କାରବାର ଅଭିଯୋଗ ମାମଲାରେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟନ୍ଦ୍ର ଜୈନ ଗିରଫ । କୋଲକାତାସ୍ଥିତ ଏକ କମ୍ପାନୀକୁ ହାୱଲା କାରବାର ଲିଙ୍କ୍‌ ମାମଲାରେ ଅଭିଯୁକ୍ତ ଥିବା ସତ୍ୟନ୍ଦ୍ରଙ୍କୁ ଗିରଫ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ୮ ବର୍ଷ ତଳର ଏକ ପୁରୁଣା ମାମଲାରେ ଇଡି ପୂର୍ବରୁ ୨୦୧୮ରେ ସତ୍ୟନ୍ଦ୍ର ଜୈନଙ୍କୁ ପଚରାଉଚରା କରିଥିଲା ।

Advertisment

ଗତମାସରେ ଇଡି ସୂଚନା ଦେଇଥିଲା ଯେ, ଏହି ବେଆଇନ୍ ଆର୍ଥିକ କାରବାର ଜରିଆରେ ସତ୍ୟନ୍ଦ୍ରଙ୍କ ପରିବାର ଓ କମ୍ପାନୀ ୪ କୋଟି ୮୧ ଲକ୍ଷ ଟଙ୍କା ଲାଭବାନ ହୋଇଛନ୍ତି । ଯେଉଁ ଅର୍ଥକୁ ତୋଷାରପାତ ଅଭିଯୋଗରେ ଆଟାଚ୍ କରି ତଦନ୍ତ ଚଳାଇଛି ଇଡି । ସେପଟେ ୮ ବର୍ଷ ତଳର ଏହି ପୁରୁଣା ମାମଲା ସଂପୂର୍ଣ୍ଣ ଜାଲ ବୋଲି ସତ୍ୟନ୍ଦ୍ରଙ୍କ ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଷୋଡ଼ଇା । ସେ କହିଛନ୍ତି, ହିମାଚଳ ପ୍ରଦେଶ ନିର୍ବାଚନ ଲାଗି ସତ୍ୟନ୍ଦ୍ର ଆପ୍‌ର ନିର୍ବାଚନ ଇନଚାର୍ଜ ରହିଛନ୍ତି । ସେ ଯେପରି ଆଉ ହିମାଚଳ ପ୍ରଦେଶ ଯାଇ ନପାରିବେ, ସେଥାପାଇଁ ତାଙ୍କୁ ଗିରଫ କରାଯାଇଥିବା ଶିିଷୋଡ଼ଇା ଅଭିଯୋଗ କରିଛନ୍ତି ।

Money Laundering Case Delhi Health Minister Arrested By ED
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ