Arvind Kejriwal
ରିମାଣ୍ଡ ସରିବା ପରେ ତିହାର ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି । ଏହାପରେ କେଜ୍ରିୱାଲଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ । ଏପ୍ରିଲ ୧୫ରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାର ପରବର୍ତ୍ତି ଶୁଣାଣି ହେବ ।
ସୂଚନା ଅନୁସାରେ କେଜ୍ରିୱାଲ ଜେଲ୍ ନମ୍ବର ୨ରେ ୨୪ ଘଣ୍ଟିଆ ସିସିଟିଭି ନଜରରେ ରହିବେ । ସେ ୧୪ ଫୁଟ୍ ଲମ୍ବ ଓ ୮ ଫୁଟ୍ ଓସାରର ସେଲରେ ରହିବେ। ବାରାକରେ ଟିଭି ଓ ଟୟଲେଟର ସୁବିଧା ରହିଛି । ତିହାର ରହଣୀ ବେଳେ ତାଙ୍କୁ ଘରୋଇ ଖାଦ୍ୟ ଖାଇବାକୁ ଅନୁମତି ମିଳିଛି। ତାଙ୍କୁ ବୋତଲ ପାଣି ଓ ବ୍ଲଡ୍ ସୁଗାର୍ ଖସିଲେ ଟଫି ଯୋଗାଇବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ରହିଛି । ସେ ପତ୍ନୀ ସୁନୀତାଙ୍କୁ ଭେଟି ପାରିବେ ଏବଂ ତାଙ୍କୁ ଘରୁ ଶେଯ, ତକିଆ ଓ ରେଜେଇ ଯୋଗାଇ ଦିଆଯିବ।
ଏଥିସହ ତାଙ୍କର ଡାଇବେଟିସ ଥିବାରୁ ସ୍ବାସ୍ଥ୍ୟ ଅନୁଧ୍ୟାନ ପାଇଁ ମେଡିକାଲ୍ ଉପକରଣ ସୁବିଧା ପାଇପାରିବେ । ଏଥିସହ ତାଙ୍କୁ ଭଗବଦ୍ ଗୀତା ଓ ରାମାୟଣ ସହ ଗୋଟିଏ ବହି ରଖିବାକୁ ଅନୁମତି ଦେଇଛନ୍ତି କୋର୍ଟ। ସେ ଧର୍ମୀୟ ଗୁରୁତ୍ବ ଥିବା ଏକ ଲକେଟ୍ ପିନ୍ଧିପାରିବେ। ସୂଚନା ଯୋଗ୍ୟ ଯେ, ଏହି ମାମଲାରେ ଗିରଫ ହୋଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ BRS ନେତ୍ରୀ କେ. କବିତା ମଧ୍ୟ ତିହାର ଜେଲରେ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711991179.jpg)